କିଏ ସେହି ପୁଟିନ୍‌ଙ୍କ ପ୍ରେମିକା, ଯାହାଙ୍କୁ ନେଇ ଜୋର୍‌ଦାର ଚର୍ଚ୍ଚା

କ୍ୱିଭ୍‌,୨ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଯୁଦ୍ଧକୁ ନେଇ ଯେତିକି ଚର୍ଚ୍ଚାରେ ତା’ଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ତାଙ୍କ ପ୍ରେମିକାଙ୍କ ସହ ପ୍ରେମ ସମ୍ପର୍କକୁ ନେଇ। ଯୁଦ୍ଧକ୍ଷେତ୍ରରେ ସିନା କଠୋର କିନ୍ତୁ ବ୍ୟକ୍ତିଗତ ଜୀବନରେ ପୁଟିନ ବହୁତ ରୋମାଣ୍ଟିକ୍‌ ବୋଲି କୁହାଯାଏ। ପ୍ରାୟ ଏକ ଦଶନ୍ଧି ଧରି ତାଙ୍କ ନାମ ଏଲିନା କାବ୍‌ଏଭାଙ୍କ ସହ ଚର୍ଚ୍ଚାରେ ରହିଛି । ତେବେ ୩୮ ବର୍ଷୀୟା ଏଲିନା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ୨୦୦୮ରେ ଏଲିନାଙ୍କ ନାମ ପୁଟିନଙ୍କ ସହ ପ୍ରଥମ ଥର ପାଇଁ ଯୋଡ଼ାଯାଇଥିଲା । ତାଙ୍କୁ ପୁଟିନ୍‌ଙ୍କ ଯାଆଁଳା ଶିଶୁଙ୍କ ମା’ ବୋଲି ମଧ୍ୟ କୁହାଯାଉଛି।

ମସ୍କୋର ଏକ ଖବରକାଗଜରୁ ପ୍ରକାଶ ଯେ, ୨୦୧୩ ରେ ପୁଟିନ୍‌ ସ୍ତ୍ରୀ ଲ୍ୟୁଡ୍‌ମିଲାଙ୍କୁ ଛାଡ଼ପତ୍ର ଦେଇଥିଲେ। ଏହା ପରେ ଏଲିନାଙ୍କୁ ରୁଷିଆର ପ୍ରଥମ ଲେଡି କୁହାଯାଇଥିଲା। ଯଦିଓ ଏକଥାକୁ ଏଲିନା ଅସ୍ବୀକାର କରିଥିଲେ।

ମାତ୍ର ସେମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଆଜି ବି ଚର୍ଚ୍ଚାରେ। କୁହାଯାଏ, ଉଭୟେ ବିବାହ କରିଛନ୍ତି। ୨୦୧୭ରେ ଏଲିନା ଗର୍ଭବତୀ ଥିବା କଥା ସାମ୍ନାକୁ ଆସିଥିଲା। ପରେ ସେ ଏକ ଜିମ୍ନାଷ୍ଟିକ ପ୍ରତିଯୋଗିତାରେ ଭାଗ ନେବାକୁ ଆସିଥିଲେ। ଏହି କାର୍ଯ୍ୟକ୍ରମରେ ତାଙ୍କୁ ଏକ ଲାଲ ରଙ୍ଗର ଢିଲା ପୋଷାକରେ ଦେଖିବାକୁ ମିଳିଥିଲା। ସେ ତାଙ୍କ ବେବି ବମ୍ପ୍‌ ଲୁଚାଇବା ପାଇଁ ଏପରି ଡ୍ରେସ୍‌ ପିନ୍ଧିଥିଲେ। ରୁଷିଆର ଏକ ଖବରକାଗଜ ଏଲିନା ଏବଂ ପୁଟିନ୍‌ଙ୍କ ନିର୍ବନ୍ଧ ଖବର ମଧ୍ୟ ପ୍ରକାଶ କରିଥିଲା। ଏତେ କଥା ଉଠିବା ପରେ ପୁଟିନ ସବୁବେଳେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ କେବେ ମୁହଁ ଖୋଲନ୍ତି ନାହିଁ।

Share