କିଏ ସେହି ଗୌରିକା, ଯିଏ ଚାହୁଁଛନ୍ତି ଅର୍ଜୁନ ତେନ୍ଦୁଲକର ଚଳିତବର୍ଷ ଯାଆଁଳା ଶିଶୁଙ୍କ ହୁଅନ୍ତୁ ପିତା

ନୂଆଦିଲ୍ଲୀ,୬।୧୧: କ୍ରିକେଟ ଜଗତରେ ‘କ୍ରିକେଟର ଭଗବାନ’ ଭାବେ ପରିଚିତ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଛନ୍ତି। ନିକଟରେ ସାରାଙ୍କ ୨୯ତମ ଜନ୍ମଦିନ ଅବସରରେ ପରିବାର ସଦସ୍ୟମାନେ ତାଙ୍କୁ ନିଆରା ଢଙ୍ଗରେ ଶୁଭେଚ୍ଛା ଜଣାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଭିଡିଓରେ ଜଣେ ମହିଳା ସାରାଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ଆଶା କରୁଛି ଏହି ବର୍ଷ ତୁମେ ଯାଆଁଳା ଶିଶୁଙ୍କ ପିଉସୀ ହୁଅ। ମହିଳାଙ୍କ ଏହି ଶୁଭେଚ୍ଛା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ସାରା ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି। ତେବେ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକର ଚଳିତ ବର୍ଷ ମାର୍ଚ୍ଚ ୫ ତାରିଖରେ ସାନିଆ ଚନ୍ଦୋକଙ୍କୁ ବିବାହ କରିଛନ୍ତି। ତେଣୁ ଅର୍ଜୁନଙ୍କ ସନ୍ତାନ ହେଲେ ସାରା ପିଉସୀ ହେବେ।
ଭିଡିଓରେ ସାରାଙ୍କୁ ଶୁଭେଚ୍ଛା ଜଣାଉଥିବା ମହିଳା ହେଉଛନ୍ତି ଅର୍ଜୁନ ତେନ୍ଦୁଲକରଙ୍କ ଶାଶୂ ଗୌରିକା ଘାଇ ଚନ୍ଦୋକ। ସେ ଜଣେ ବ୍ୟବସାୟୀ ଏବଂ ଦେଶର ପ୍ରମୁଖ ଶିଳ୍ପପତି ରବି ଘାଇଙ୍କ ଜ୍ୱାଇଁ। ସେ ଘାଇ ପରିବାରର ଗ୍ରେଭିସ ଗ୍ରୁପ୍‌ର ବ୍ୟବସାୟ ସହ ଜଡ଼ିତ ଅଛନ୍ତି। ଏହି ଗ୍ରୁପ ହସ୍ପିଟାଲିଟି, ହୋଟେଲ ଏବଂ ଖାଦ୍ୟ ବ୍ୟବସାୟ ସହ ଜଡ଼ିତ। ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ ଏବଂ ଆଇସ୍କ୍ରିମ ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟ ଏହାର ବ୍ୟବସାୟ ପରିସରରେ ରହିଛି।

Dharitri – Odisha’s No.1 Odia Daily

 

Share