ସୋନାକ୍ଷୀଙ୍କ ପୂର୍ବରୁ ଅନେକଙ୍କୁ ଡେଟ୍‌ କରିଛନ୍ତି ତାଙ୍କ ପ୍ରେମିକ, ସଲମାନଙ୍କ ଭଉଣୀଙ୍କ ସହ…

ବମ୍ବେ: ପ୍ରେମିକଙ୍କୁ ନେଇ ଚର୍ଚ୍ଚାରେ ସୋନାକ୍ଷୀ ସିନ୍ହା। କିଛି ଦିନ ତଳେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରିଥିଲେ। ସେବେଠାରୁ ସେ ପ୍ରେମରେ ପଡ଼ିଥିବା ନେଇ ଚର୍ଚ୍ଚା ହୋଇ ଆସୁଥିଲା। ଏବେ ସବୁଥିରେ ବିରାମ ଲାଗିଛି। କାରଣ ସୋସିଆଲ ମିଡିଆରେ ସେ ଆଉ ତାଙ୍କ ପାର୍ଟନର ଖୋଲାଖୋଲି ଭାବେ ପ୍ରେମକୁ ସ୍ବୀକାର କରିଛନ୍ତି। ଜାହିର ଇକ୍‌ବାଲ ସୋନାକ୍ଷୀଙ୍କୁ ‘ଆଇ ଲଭ୍‌ ୟୁ’ କହିଥିବା ବେଳେ ଜବାବରେ ଅଭିନେତ୍ରୀ ‘ଲଭ୍‌ ୟୁ ଠୁ’ ବୋଲି କହିଛନ୍ତି। ସେବେଠାରୁ ଜାହିର କିଏ ସେନେଇ ସମସ୍ତେ ଜାଣିବାକୁ ଚାହୁଁଛନ୍ତି।

୧୯୮୮ ଡିସେମ୍ବର ୧୦ରେ ମୁମ୍ବାଇରେ ଜାହିରଙ୍କ ଜନ୍ମ। ତାଙ୍କ ବୟସ ୩୪ ବର୍ଷ। ସେ ସଲମାନ ଖାନଙ୍କ ବନ୍ଧୁ ଇକବାଲ ରତନସୀଙ୍କ ପୁଅ ସେ। ଏହାଛଡ଼ା ସେ ବି-ଟାଉନ୍‌ର ଲୋକପ୍ରିୟ ସେଲିବ୍ରିଟି ଷ୍ଟାଇଲିଷ୍ଟ ସନମ ରତନସୀଙ୍କ ଭାଇ। ପାରିବାରିକ ସମ୍ପର୍କ କାରଣରୁ ସଲମାନ ଜାହିରଙ୍କୁ ଅଭିନେତା ହେବାରେ ସାହାଯ୍ୟ କରିଥିଲେ। ସେ ୨୦୧୯ରେ ଫିଲ୍ମ ‘ନୋଟବୁକ୍‌’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ସେ ସୋହେଲ ଖାଁ ସହ ମଧ୍ୟ କାମ କରିଛନ୍ତି। ଏହାଛଡ଼ା ସେ ସଲମାନଙ୍କ ଭଉଣୀ ଅର୍ପିତାଙ୍କ ସହ ଗୋଟିଏ ସ୍କୁଲରେ ପଢ଼ୁଥିଲେ ମଧ୍ୟ। ଖୁବ୍‌ଶୀଘ୍ର ସେ ‘କମାଲ ଖାଁ:ଭୁମରୋ, ଡବଲ ଏକ୍ସଏଲ୍‌’ରେ ନଜର ଆସିବେ।

ବ୍ୟକ୍ତିଗତ ଜୀବନ ଦେଖିଲେ ଜାହିରଙ୍କ ନାମ ସୋନାକ୍ଷୀଙ୍କ ବ୍ୟତିତ ଅନେକ ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଛି। ୨୦୧୪ରେ ସେ ‘ହମ୍‌ ଦିଓ୍ବାନା ଦିଲ୍‌’ ଫେମ୍‌ ଦିକ୍ଷା ସେଠଙ୍କୁ ଡେଟ୍‌ କରିଥିଲେ। ତାଙ୍କଛଡ଼ା ସେ ସନା ସଇଦଙ୍କ ସହ କିଛି ଦିନ ମଧ୍ୟ ସମ୍ପର୍କରେ ଥିବା ନେଇ ଚର୍ଚ୍ଚା ହୋଇଛି।

Share