Posted inଖେଳ

କିଏ ସେହି Sara Czarnuch ଯାହାଙ୍କ ପ୍ରେମରେ କ୍ଲିନ ବୋଲ୍ଡ ହେଲେ ଏହି ଅଲରାଉଣ୍ଡର

କାନବେରା,୯।୯: ଅଷ୍ଟ୍ରେଲିୟ କ୍ରିକେଟର ମାର୍କସ ଷ୍ଟୋଇନିସ ତାଙ୍କ ପ୍ରେମିକା ସାରା କାରନୁଚଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ଏହାର ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଷ୍ଟୋଇନିସ ତାଙ୍କ ପ୍ରେମିକାଙ୍କୁ ଫିଲ୍ମୀ ଶୈଳୀରେ ପ୍ରପୋଜ କରିଥିଲେ।
ସାରା ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ଲେଖିଛନ୍ତି, ‘ସ୍ପେନ ଉପକୂଳରେ ଏକ ଡଙ୍ଗାରେ, ମୁଁ ମୋ ଜୀବନର ସବୁଠାରୁ ସହଜ ‘ହଁ’ କହିଥିଲି।’ ସେ ରିଙ୍ଗର ଭିଡିଓ ଶେୟାର କରିଛନ୍ତି, ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ହୋଇଗଲା।
କ୍ୟାମେରନ ଗ୍ରୀନ, ଗ୍ଲେନ ମ୍ୟାକ୍ସୱେଲ, ଆରୋନ ଫିଞ୍ଚ, ବ୍ରେଟ ଲି, ମିଚେଲ ମାର୍ଶ ଏବଂ ଅନ୍ୟାନ୍ୟ ସାଥୀ ଖେଳାଳିମାନେ ତାଙ୍କୁ ଜୀବନର ଏହି ନୂତନ ଇନିଂସ ପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଷ୍ଟୋଇନିସଙ୍କ ଭାବି ପତ୍ନୀ ସାରା କାରନୁଚ ପେଶାରେ ଜଣେ ମଡେଲ। ସେ ଅଷ୍ଟ୍ରେଲିଆରେ ଅନେକ ବ୍ରାଣ୍ଡ ସହିତ କାମ କରନ୍ତି। ସେ ଫ୍ୟାଶନ ଶିଳ୍ପରେ ମଧ୍ୟ ସକ୍ରିୟ, ଆପଣ କହିପାରିବେ ଯେ ସେ ଜଣେ ବିଜନେସ ଓମେନ।
ଭାରତରେ କ୍ରିକେଟ ଦେଖୁଥିବା ପ୍ରତ୍ୟେକ ବ୍ୟକ୍ତି ମାର୍କସ ଷ୍ଟୋଇନିସଙ୍କୁ ଜାଣିଥିବେ, ସେ ବର୍ତ୍ତମାନ IPLରେ ପଞ୍ଜାବ କିଙ୍ଗସର ଅଂଶ। ପୂର୍ବରୁ ସେ RCB, ଦିଲ୍ଲୀ ଏବଂ ଲକ୍ଷ୍ନୌ ପାଇଁ ଖେଳିଛନ୍ତି। ଏହା ବ୍ୟତୀତ, ସେ ବିଶ୍ୱର ଅନେକ T20 ଲିଗରେ ମଧ୍ୟ ଖେଳନ୍ତି।
ଅଷ୍ଟ୍ରେଲିଆର ଅଲରାଉଣ୍ଡର ଖେଳାଳି ମାର୍କସ ଷ୍ଟୋଇନିସ ୭୧ଟି ଦିନିକିଆ ଏବଂ ୭୪ଟି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୪୯୫ ଏବଂ ୧୨୪୫ ରନ କରିଛନ୍ତି। ତାଙ୍କର ଦିନିକିଆରେ ୪୮ଟି ୱିକେଟ ଏବଂ ଟି-୨୦ରେ ୪୫ଟି ୱିକେଟ ଅଛି। ତାଙ୍କ ମଙ୍ଗେତର ସାରା ଆଇପିଏଲ ମ୍ୟାଚ ଦେଖିବାକୁ ଅନେକ ଥର ଭାରତ ଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

ପରୀକ୍ଷା ସରିବା ପରେ ତିନି ସାଙ୍ଗ ଯାଇଥିଲେ ଜଳଭଣ୍ଡର, ଫେରିଲା…

କୋରାପୁଟ,୭।୩(ଅମିତାଭ ବେହେରା ): କୋଲାବ ଜଳଭଣ୍ଡରରେ ବୁଡ଼ି ୩ ଛାତ୍ରଙ୍କ ମୃତ୍ୟୁ। ପରୀକ୍ଷା ସରିବା ପରେ ୩ ସାଙ୍ଗ ଗାଧେଇବା ପାଇଁ ଜଳଭଣ୍ଡର ଯାଇଥିଲେ। ତିନି ଛାତ୍ର…

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri