ସୁସ୍ମିତା-ଲଳିତ ମୋଦିଙ୍କ ମଧ୍ୟରୁ କିଏ ଅଧିକ ଧନୀ

ବିବାଦୀୟ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ଡେଟ କରୁଛନ୍ତି ପୂର୍ବତନ ବିଶ୍ୱସୁନ୍ଦରୀ ତଥା ଅଭିନେତ୍ରୀ ସୁସ୍ମିତା ସେନ। ଯେବେଠୁ ଲଳିତ ମୋଦି ସୁସ୍ମିତଙ୍କୁ ଡେଟ କରୁଥିବା ନେଇ ଖୁଲାସା କରିଛନ୍ତି ସେବେଠୁ ଦୁହେଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। କେହି କେହି କହୁଛନ୍ତି ସୁସ୍ମିତା ଟଙ୍କା ଲୋଭରେ ଲଳିତଙ୍କ ପ୍ରେମରେ ପଡିଛନ୍ତି। ତେବେ ଦୁଇଜଣଙ୍କ ମଧ୍ୟରୁ କିଏ ସବୁଠାରୁ ଧନୀ ଆସନ୍ତୁ ଜାଣିବା…
ଲଲିତ ମୋଦିଙ୍କ ବଡ଼ ବ୍ୟବସାୟ ଅଛି। ଏଥିରେ ପ୍ରସିଦ୍ଧ ବ୍ରାଣ୍ଡର ମଦ, ସିଗାରେଟ ଏବଂ ପାନ ମସାଲା, ଖୁଚୁରା ଷ୍ଟୋର୍‌, ରେଷ୍ଟୁରାଣ୍ଟ ଏବଂ ଟ୍ରାଭେଲ କମ୍ପାନୀଗୁଡିକ ସାମିଲ ଅଛି। ଲଣ୍ଡନରେ ଲଳିତ ଯେଉଁ ବଙ୍ଗଳାରେ ରୁହନ୍ତି ତାହା ୭୦୦୦ ବର୍ଗ ଫୁଟ ଉପରେ ବ୍ୟାପିଛ। ଲଳିତଙ୍କ ବଙ୍ଗଳାରେ ୮ଟି ଶୟନ କକ୍ଷ ଅଛି ଏବଂ ଏଥିପାଇଁ ଲଲିତ ମାସକୁ ୨୦ ଲକ୍ଷ ଟଙ୍କା ଦିଅନ୍ତ। ତାଙ୍କ ନିଟ ମୂଲ୍ୟ ପ୍ରାୟ ୧୨ ହଜାର କୋଟି ଟଙ୍କା କୁହାଯାଉଛି। ତାଙ୍କର ପ୍ରାୟ ୪୫୦୦ କୋଟି ସମ୍ପତ୍ତି ଅଛି।
ସୁସ୍ମିତା ସେନ ବାର୍ଷିକ ପ୍ରାୟ ୯ କୋଟି ଟଙ୍କା ଏବଂ ପ୍ରତି ମାସରେ ୬୦ ଲକ୍ଷ ଟଙ୍କା ରୋଜଗାର କରନ୍ତି। ସୁସ୍ମିତା ସେନଙ୍କ ସମ୍ପତ୍ତି ପ୍ରାୟ ୧୦୦ କୋଟି ଟଙ୍କା ଏବଂ ମୁମ୍ବାଇରେ ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ରହିଛି। ସୁସ୍ମିତା ସେନ ଗୋଟିଏ ଫିଲ୍ମ ପାଇଁ ପ୍ରାୟ ୩ ରୁ ୪ କୋଟି ଟଙ୍କା ନିଅନ୍ତି।

Share