ହ୍ୟୁମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ: ତାଙ୍କୁ ଖୋଜିବାକୁ ଡିଜିପିଙ୍କ ପାଖରେ…

ଯାଜପୁରରୋଡ଼/ଧର୍ମଶାଳା(ପବିତ୍ର ରଞ୍ଜନ ମହାନ୍ତି/ଶିବ ପ୍ରସାଦ ମହାନ୍ତି)୨୨।୧୧:ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବିରେ ଜିଲା ସିଭିଲ ସୋସାଇଟି ଏବଂ ଗଣସଙ୍ଗଠନ ଗୁଡିକ ପକ୍ଷରୁ ବିକ୍ଷୋଭ କରାଯାଇ ଡିଜିପିଙ୍କ ଉଦ୍ଦେଶ୍ୟରେ ଏକ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସଂଗଠନ ସମୂହ ପକ୍ଷରୁ ବିଶ୍ୱନାଥ ପାତ୍ରଙ୍କ ଆହ୍ବାନ କ୍ରମେ ସିଆଇଟିୟୁ ଜିଲା ସଭାପତି ପ୍ରଫୁଲ୍ଲ ନାୟକ, ନାରୀନେତ୍ରୀ ସସ୍ମିତା ଦାସ, ଗୀତାରାଣୀ ଜେନା,ଏସସିଏସଟି ସେଲ କୋରେଇର ଯଶବନ୍ତ ଜେନା, ଯୁବନେତା ଶାନ୍ତନୁ ପାତ୍ର, ବଳରାମ ଜେନା, ଚିନ୍ତାମଣି ମଲ୍ଲିକ, ସୁବାସ ମଲ୍ଲିକ, ଦୁଷ୍ମନ୍ତ ଜେନା ପ୍ରମୁଖଙ୍କ ନେତୃତ୍ୱରେ ଯାଜପୁର ରୋଡ଼ ଆଇଆଇସିଙ୍କ ଜରିଆରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ହ୍ୟୁମାନଙ୍କ ଅସୁସ୍ଥତା ସମୟରେ କେଉଁ ପରିସ୍ଥିତିରେ ନିଜ ମା’ଙ୍କ ଅନୁପସ୍ଥିତରେ ଚିକିତ୍ସା ପାଇଁ ଆଡମିଶନ କରାଗଲା। ଭୀଷଣ ଅସୁସ୍ଥତା ମଧ୍ୟରେ ଅନ୍ୟ ମେଡିକାଲକୁ କାହିଁକି ସ୍ଥାନାନ୍ତର କରାଗଲା ନାହିଁ ସେ ସମ୍ପର୍କରେ ପୋଲିସ ନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏକ ଉଚ୍ଚସ୍ତରୀୟ ତଦନ୍ତ କରି ହ୍ୟୁମାନ ସାଗରଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବାଳୁ ଦାବି କରାଯାଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ପରେ ତାଙ୍କ ମା’ଙ୍କୁ ରାଜରାସ୍ତା ଉପରେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଘଟଣା କ୍ରମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଯାଜପୁର ସିଭିଲ ସୋସାଇଟି ଫୋରମ ଏବଂ ବିର୍ଭିଣ୍ଣ ଗଣ ସଂଗଠନ ଗୁଡିକ ପକ୍ଷରୁ ଦାବି କରାଯାଇଛି। ହ୍ୟୁମାନ ସାଗର ଷ୍ଟେଜ ପ୍ରୋଗ୍ରାମରୁ କୋଟି କୋଟି ଟଙ୍କା ଆଦାୟ ହୋଇଛି। ସେ ଟଙ୍କା କାହା ସ୍ବାର୍ଥରେ ଲାଗିଛି। ହ୍ୟୁମାନଙ୍କ ଅସୁସ୍ଥତା ଭିତରେ ଷ୍ଟେଜ ପ୍ରୋଗ୍ରାମର ଅନୁମତି କାହା ସ୍ବାର୍ଥରେ ହୋଇଥିଲା । ତାହାର ନିରପେକ୍ଷ ତଦନ୍ତ ପାଇଁ ସାହିତି୍ୟକ,ବୁଦ୍ଧିଜୀବୀ,ମାନବାଧିକାର କର୍ମୀ, ସଂଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି। ସଂଗଠନ ସମୂହ ପକ୍ଷରୁ ବିଶ୍ୱନାଥ ପାତ୍ର, ପ୍ରଫୁଲ୍ଲ ନାୟକ ଏବଂ ଅନ୍ୟ ନେତୃବର୍ଗ ପୋଲିସ ନିର୍ଦ୍ଦେଶକଙ୍କ ହସ୍ତକ୍ଷେପ ଦାବି କରି ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri