Ravenshaw: କିଏ ଏହି ରେଭେନ୍ସା, କେମିତି ହୋଇଥିଲା ରେଭେନ୍ସା ବିଶ୍ୱ ବିଦ୍ୟାଳୟ, ଜାଣନ୍ତୁ ଏହା ପଛର କାହାଣୀ…

ଭୁବନେଶ୍ୱର,୩।୯: ଦେଶର ଯେଉଁକିଛି ବିଶ୍ୱ ବିଦ୍ୟାଳୟ ଅଛି ସେଥିମଧ୍ୟରୁ ରେଭେନ୍ସା ହେଉଛି ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ। ତେଣୁ ଏବେ କିଛିଦିନ ତଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସାର ନାଁ ପରିବର୍ତ୍ତନ କରିବା ନେଇ ବିଷୟବସ୍ତୁ ଉଠାଇଥିଲେ। ଏବଂ ତାହା ପରେ ଆଲୋଚନାର ପରିସରକୁ ଆସିଥିଲା। ଏନେଇ ବିଭିନ୍ନ ରାଜନୈତିକ ଦଳ ଓ ବିଶେଷଜ୍ଞମାନେ ବିଭିନ୍ନ ମତ ଦେଉଛନ୍ତି। ତେବେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ନାମକରଣ ହେବା ପଛରେ ହେବାର କ’ଣ ରହିଛି ଇତିହାସ। ରେଭେନ୍ସା କିଏ? ଆସନ୍ତୁ ଜାଣିବା…

କେନ୍ଦମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ରେଭେନ୍ସା ନାମ ପରିବର୍ତ୍ତନର ପ୍ରସଙ୍ଗ ଉଠାଇ ବିତର୍କର ସୂତ୍ରପାତ କରିଛନ୍ତି। ରେଭେନ୍ସା ଯାହା ଦେଶର ସର୍ବ ପୁରାତନ ବିଶ୍ୱ ବିଦ୍ୟାଳୟ ମଧ୍ୟରୁ ଅନ୍ୟତମ। ଯାହାର ଇତିହାସ ୨୦ କି ୩୦ ବର୍ଷ ନୁହେଁ ୧୫୬ ବର୍ଷ ପୁରୁଣା। ରେଭେନ୍ସା ବିଶ୍ୱ ବିଦ୍ୟାଳୟର ନାମକରଣ ବ୍ରିଟିଶ ପ୍ରଶାସକ ଥୋମାସ ଏଡଓ୍ବର୍ଡ ରେଭେନ୍ସାଙ୍କ ନାମ ଅନୁଯାୟୀ ଦିଆଯାଇଛି। ଜାଣନ୍ତୁ ତାଙ୍କ ସମ୍ପର୍କରେ…

ବ୍ରିଟିଶ୍‌ ଇଷ୍ଟ ଇଣ୍ଡିଆ କମ୍ପାନୀର ଏକ ଅଧିକାରୀ ଜନ ହୁରଦିସ ରେଭେନ୍ସାଙ୍କ ପରିବାରରେ ଜନ୍ମ ଥୋମାସ ଏଡଓ୍ବାର୍ଡ ରେଭେନ୍ସା ୧୮୬୫ ମସିହାରେ ଓଡ଼ିଶା ଡିଭିଜନ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରନ୍ତି। ଓଡ଼ିଶାରେ ଉଚ୍ଚଶିକ୍ଷାକୁ ଆଗକୁ ବଢାଇବା ପାଇଁ ରେଭେନ୍ସା କଲେଜ ସ୍ଥାପନ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ମଧ୍ୟରୁ ଅନ୍ୟତମ ଥିଲା। ୧୮୬୬ରେ ହୋଇଥିବା ଦୁର୍ଭିକ୍ଷରେ ଓଡ଼ିଶାରେ ପ୍ରାୟ ୨ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା।

ଇଂରେଜ ଶାସନାଧିନ ଭାରତବର୍ଷରେ ଓଡିଶାପାଇଁ ଏହା ଗୋଟିଏ କଳଙ୍କମୟ ଇତିହାସ ଥିଲା। ଓଡ଼ିଶା ନଅଙ୍କ ଦୁର୍ଭିକ୍ଷ ଦେଇ ଗତି କରୁଥିବାବେଳେ କମିଶନରଙ୍କ ପାଖରେ ଖବର ପହଞ୍ଚେ ଯେ ଓଡ଼ିଶାର କୃଷକମାନେ କର ପଇଠ ନ କରିବାକୁ ଏଭଳି ବାହାନା କରୁଛନ୍ତି। ତେବେ କିଛି ବଙ୍ଗୀୟ ଅଧିକାରୀଙ୍କ ଏହି ଭ୍ରମାତ୍ମକ ବିବୃତ୍ତିରେ ରେଭେନ୍ସା ଭଳି ଯାଆନ୍ତି । ଏବଂ ପରେ ଓଡ଼ିଶା କୃଷକମାନଙ୍କଠାରୁ ୨୦ ହଜାର ଟନର ଚାଉଳ ବଙ୍ଗଳାକୁ ରତ୍ପାନୀ କରି ଦିଆଯାଏ । କିନ୍ତୁ ପରେ ନିଜେ କମିଟି ଗଠନ କରି ସ୍ଥିତି ପରଖିବା ପରେ ରେଭେନ୍ସା ନିଜ ଭୁଲ ବୁଝି ପାରନ୍ତି। ପୋକ ମାଛି ପରି ମରୁଥିବା ଲୋକମାନଙ୍କୁ ଦେଖି ସମ୍ବେଦନଶୀଳ ହୋଇପଡନ୍ତି ସାହେବ। ବଙ୍ଗୀୟ ଅଧିକାରୀଙ୍କ ସଠତା ଜାଣିବା ପରେ, ଓଡ଼ିଶା ଲୋକଙ୍କ ଶିକ୍ଷା, ସରକାରୀ ଚାକରିରେ ଭାଗିଦାରି ନେଇ ଚେଷ୍ଟିତ ହୁଅନ୍ତି ।

ଓଡ଼ିଶା ବିକାଶ ପାଇଁ ଓ ପୋଥୀର ସଂରକ୍ଷଣ, ଓ ପ୍ରିଣ୍ଟି ପ୍ରେସର ସ୍ଥାପନ ଦିଗରେ ସେ କାମ କରନ୍ତି। କିଛି ଗବେଷଣା ଏହା ମଧ୍ୟ କୁହେ ଯେ, ଗୌରୀଶଙ୍କର ରାୟଙ୍କ ସହ ସାମିଲ ହୋଇ ସେ ‘କଟକ ପ୍ରିଟିଙ୍ଗ କମ୍ପାନୀ’ ବସାଇବାରେ ସାହାଯ୍ୟ କରିଥିଲେ ଓ ଏହାର ଅଂଶଧନ ମଧ୍ୟ କିଣିଥିଲେ।

ଓଡ଼ିଶାରେ ଦୁର୍ଭିକ୍ଷ ପରେ ଶିକ୍ଷା କ୍ଷେତ୍ରରେ ଗୁଣମାନ ଶିକ୍ଷାର ମହତ୍ୱ ବିଚାର କରି ରେଭେନ୍ସା ବଡ଼ ନିଷ୍ପତ୍ତି ନିଅନ୍ତି। ୧୮୬୮ ମସିହାରେ କଟକ ଜିଲା ସ୍କୁଲରେ ଆଉ ଦୁଇଟି ଉଚ୍ଚତର ଶ୍ରେଣୀ ଖୋଲାଯାଇ ପାଠ୍ୟକ୍ରମ ଆରମ୍ଭ ହୁଏ। ପରେ ୧୮୭୬ରେ ଏହା ସମ୍ପୂର୍ଣ୍ଣ ଭାବେ ପ୍ରଥମ ଶ୍ରେଣୀର କଲେଜ ଭାବେ ପୁନଃ ନବୀକରଣ ହୋଇଥିଲା। କଲେଜର ରୂପ ନେବା ପରେ ଏହା କଟକ କଲେଜ ଭାବରେ ପରିଗଣିତ ହୋଇଥିଲା। ଯେଉଁ ପର୍ଯ୍ୟନ୍ତ ଏହାର ନାମ ରେଭେନ୍ସା କଲେଜ ହୋଇ ନ ଥିଲା ସେପର୍ଯ୍ୟନ୍ତ ଏହା କଟକ କଲେଜ ଭାବରେ ପରିଚିତ ହୁଏ। ପରବର୍ତ୍ତୀ ସମୟରେ ଏହା ‘ରେଭେନ୍ସା ମହାବିଦ୍ୟାଳୟ’ ନାମରେ ପରିଚିତ ହୁଏ। ନାରୀଶିକ୍ଷା ଗୁରୁତ୍ୱକୁ ଅନୁଭବ କରି ରେଭେନ୍ସା ମହିଳାଙ୍କୁ ପାଠ ପଢିବାର ପ୍ରକ୍ରୟା ପ୍ରଥମେ ଆରମ୍ଭ କରିଥିଲେ। ସେତେବେଳେ ନାରୀଶିକ୍ଷାର ଏତେ ପ୍ରଚାର ପ୍ରସାର ନ ଥିବାରୁ ଝିଅମାନଙ୍କୁ ସ୍କୁଲ ଛାଡିବାକୁ କେହି ପ୍ରସ୍ତୁତ ନ ଥିଲେ। ତେବେ ତାଙ୍କ ପ୍ରୟାସରେ ବିତ୍ତୀୟ ସହାୟତା ମଞ୍ଜୁର ହେବା ପରେ କଟକରେ ଏକ ଗର୍ଲସସ୍କୁଲ ସ୍ଥାପନ ହୋଇଥିଲା। ୧୮୭୩ରେ ଏହି ଗଲର୍‌ସସ୍କୁଲ ହିନ୍ଦୁ ଗଲର୍‌ସ ସ୍କୁଲ ଭାବେ ପରିଗଣିତ ହୋଇଥିଲା।

୧୮୭୯ରେ ଓଡ଼ିଶାରୁ ବିଦାୟ ନେବା ପୂର୍ବରୁ ରେଭେନ୍ସା ଓଡ଼ିଶାର କିଛି ରାଜାମାନଙ୍କୁ କଲେଜ ପାଇଁ ଅର୍ଥ ଦାନ କରିବା ପାଇଁ ନିବେଦନ କରନ୍ତି। ମୟୁରଭଞ୍ଜ ମହାରାଜା, କୃଷ୍ଣଚନ୍ଦ୍ର ଭଞ୍ଜଦେଓ, କୁଜଙ୍ଗ ରାଜା, କାଶିମ ବଜାର ରାଣୀ, ପାଣ୍ଡୁଆ ଜମିଦାର ଏବଂ ଅନେକ କଲେଜ ପାଇଁ ସାହାଯ୍ୟ କରିଥିଲେ ।

ସେତେବେଳେ ସମୟରେ କଲେଜ ସ୍ଥାପନ ପାଇଁ ସବୁଠାରୁ ମୁଖ୍ୟ ଦାନକର୍ତ୍ତା ଥିଲେ ମୟୂରଭଞ୍ଜ ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓ। ଯିଏ ସେତେବେଳେ କଲେଜକୁ ୨୦ହଜାର ଟଙ୍କାରୁ ଅଧିକ ଦାନ କରିଥିଲେ। ସେ ରେଭେନ୍ସାଙ୍କ ନାମରେ ଏହି କଲେଜ ନାମକରଣ ହେଉ ବୋଲି ଦାବି କରିଥିଲେ। ଏ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କାର୍ଯ୍ୟ ନିର୍ବାହ ପରେ ରେଭେନ୍ସା ଇଂଲଣ୍ଡ ଫେରି ଯାଇଥିଲେ। ଏହାର ୩ବର୍ଷ ପରେ ଗଜପତି କୃଷ୍ଣଚନ୍ଦ୍ର କଟକ କଲେଜକୁ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଭାବେ ପରିବର୍ତ୍ତନ ପାଇଁ ସୁପାରିଶ କରିଥିଲେ। ଯାହାପରେ ରେଭେନ୍ସା ବିଶ୍ୱ ବିଦ୍ୟାଳୟ ଭାବେ ପରିଗଣିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

କ୍ୟୁବାରେ ଘୋଟିଗଲା ଘନ ଅନ୍ଧାର, ଦେଶବ୍ୟାପୀ ବ୍ଲାକ ଆଉଟ, ଏଥିପାଇଁ ଟ୍ରମ୍ପ ଦାୟୀ?

ହାଭାନା,୨୨।୩: ଶନିବାର ଦିନ, କ୍ୟୁବାର ସମ୍ପୂର୍ଣ୍ଣ ବିଦ୍ୟୁତ ଗ୍ରୀଡ ପୁଣି ଥରେ ଭାଙ୍ଗି ପଡ଼ିଲା, ଯାହା ଫଳରେ ସାରା ଦେଶରେ ପ୍ରାୟ ୧୧ ନିୟୁତ ଲୋକ ଅନ୍ଧାରରେ…

ମୋଟା ହେଲେ କଟିଯିବ ଦରମା, ଫିଟନେସ ପାଇଁ ଆସିପାରେ ନୂଆ ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୩: ଏୟାର ଇଣ୍ଡିଆ ଏହାର କ୍ୟାବିନ କ୍ରୁ ପାଇଁ ଏକ ନୂତନ ସ୍ବାସ୍ଥ୍ୟ ଏବଂ ଫିଟନେସ ନୀତି ପ୍ରଚଳନ କରିବାକୁ ପ୍ରସ୍ତୁତ ହେଉଛି, ଯାହା କେବଳ ସେମାନଙ୍କ…

ଟ୍ରକରୁ କରୁଥିଲେ ଡିଜେଲ ଚୋରି: ମହଙ୍ଗା ପଡ଼ିଲା…

କୋରାପୁଟ,୨୨।୩(ଅମିତାଭ ବେହେରା ): କୋରାପୁଟ ସଦର ଥାନା ପୋଲିସ ଡିଜେଲ ଚୋରି ଘଟଣାରେ ୧୧ ଜଣଙ୍କୁ ଗିରଫ କରିଥିବା ନେଇ ରବିବାର ମଧ୍ୟାହ୍ନରେ ସ୍ଥାନୀୟ ସଦର ଥାନା…

ଆରବ ସାଗରରେ ପରମାଣୁ ବୁଡ଼ାଜାହାଜ ମୁତୟନ କଲା ବ୍ରିଟେନ, ସାରା ବିଶ୍ୱର ବଢିଲା ଚିନ୍ତା!

ଲଣ୍ଡନ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ତିନି ସପ୍ତାହ ଧରି ସଂଘର୍ଷ ଜାରି ରହିଛି। ପ୍ରତିଶୋଧ ସ୍ବରୂପ, ଇରାନ ମଧ୍ୟପ୍ରାଚ୍ୟର ଦେଶଗୁଡ଼ିକୁ, ବିଶେଷକରି ୟୁଏଇକୁ ଟାର୍ଗେଟ…

ମା‘ ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ: ଚଳଚଞ୍ଚଳ ପରଜଙ୍ଗ ଗାଁ

ପରଜଙ୍ଗ,୨୨।୩ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବଜାର ମଧ୍ୟରେ ମା’ ତାରିଣୀଙ୍କ ମନ୍ଦିର ରହିଛି ।ଏହି ମନ୍ଦିରରେ ୩ ଦିନ ଧରି ହେବାକୁ ଥିବା ୧୨…

ବିମାନ ଭଡ଼ା ସୀମା ଉଠାଇ ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ; କାହିଁକି ଏହି ନିଷ୍ପତ୍ତି ନିଆଯାଇଛି ଜାଣନ୍ତୁ

ନୂଆଦିଲ୍ଲୀ,୨୨।୩: ଘରୋଇ ବିମାନ ଯାତ୍ରା ଉପରେ ଲାଗୁ ହୋଇଥିବା ଅସ୍ଥାୟୀ ସୀମା ୨୩ ମାର୍ଚ୍ଚ, ୨୦୨୬ ରୁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି ବେସାମରିକ ବିମାନ ଚଳାଚଳ…

ବାବର ଆଜମଙ୍କ ଭବିଷ୍ୟତକୁ ନେଇ ଉଠିଲା ପ୍ରଶ୍ନ, ଭିଡ଼ିଓ ଭାଇରାଲ, ୟୁଜର୍ସ କହିଲେ ଢାବା…

ଇସଲାମାବାଦ,୨୨।୩: ବାବର ଆଜମ ବର୍ତ୍ତମାନ କ୍ରିକେଟରୁ ବିରତି ନେଇଛନ୍ତି। ଆଘାତ ଯୋଗୁ ସେ ବାଂଲାଦେଶ ବିପକ୍ଷରେ ଏକଦିବସୀୟ ସିରିଜ ହରାଇଥିଲେ ଏବଂ ଜାତୀୟ ଟି-୨୦ କପ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri