Posted inଜାତୀୟ

ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ କିଏ?: ଯାହାକୁ ନେଇ ଏବେ ବଢ଼ୁଛି …

ନୂଆଦିଲ୍ଲୀ,୨୪।୫: ପହଲଗାମରେ ଆତଙ୍କୀଙ୍କ ନରସଂହାର କାର୍ଯ୍ୟପରେ,  ଅପରେଶନ ସିନ୍ଦୂର କରିଥିଲେ ଭରତୀୟ ସେନା । ଏକାବେଳକେ ଆତଙ୍କୀଙ୍କ ଆଡ୍ଡାକୁ  ଟାର୍ଗେଟ କରି ଉଡାଇ ଦିଆଯାଇଥିଲା। ପରେ ପୂରା ଅପରେଶନ୍‌ ସିନ୍ଦୂରକୁ ସାମ୍ବାଦିକ ସମ୍ମିଳନୀ ମଧ୍ୟମରେ ଜଣାଇଥିଲେ ସୋଫିଆ କ୍ୟୁରେଶୀ। ପରେ ପାକ୍‌- ଭାରତ ମଧ୍ୟରେ କିଛି ଦିନ ଯୁଦ୍ଧ ପରିସ୍ଥିିତି  ସୃଷ୍ଟି ହୋଇଥିଲା। ଏହା ମଧ୍ୟରେ ପାକ୍‌ ସ୍ପାଏ ନେଇ ଭାରତର କେତେ ଜଣ ୟୁଟ୍ୟୁବରଙ୍କୁ ମଧ୍ୟ ଉଠାଇ ନେଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ଟିମ୍‌।
ତେବେ ଏହା ମଧ୍ୟରେ ବର୍ତ୍ତମାନ ସୀମାରୁ ଏକ ଦୃଶ୍ୟ ଦେଖିବାକୁ ମିଳୁଛି। ଶୂନଶାନ ଅନ୍ଧାର  ରାତିରେ ଦେଶ ସୀମାରେ ଭାରତ ମାତାର ସାହସୀ ଝିଅ। ସିମନ୍ଥ ସିନ୍ଦୂରର ବଦଲା ଓ ଦେଶ ମାତୃକାର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ସାଜିଛନ୍ତି ଭାରତର ସାହସୀ ମହିଳା ସୀମା ସୁରକ୍ଷା ବଳ। ଯାହା ଏବେ ଚର୍ଚ୍ଚାକୁ ଆସିଛି। ଭାରତ ମା’କୁ ସୁରକ୍ଷା ଦେଉଛନ୍ତି ଜଣେ ଜଣେ ନାରୀ। ଯାହା ଏବେ ଚର୍ଚ୍ଚାକୁ ଆସିଛି।
ପରେଶନ ସିନ୍ଦୂର’ର ପ୍ରେସ୍‌ମିଟ୍‌ କରାଯାଇଥିଲା। ଏଥିରେ ସବିଶେଷ ସୂଚନା ଦେଇ ଖବରର ଶିରୋନାମାକୁ ଆସିଥିଲେ ସୋଫିଆ କ୍ୟୁରେଶୀ।ଗୁଜରାଟର କର୍ଣ୍ଣେଲ ସୋଫିଆ ବାୟୋକେମିଷ୍ଟ୍ରିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କର ବିଜ୍ଞାନ ଅଧ୍ୟୟନ ଓ ସାମରିକ ବୈଷୟିକ ତାଲିମର ମିଶ୍ରଣ ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। କର୍ଣ୍ଣେଲ ସୋଫିଆ  OTA (ଅଫିସର୍ସ ଟ୍ରେନିଂ ଏକାଡେମୀ)ରୁ ତାଲିମ ଗ୍ରହଣ କରିବା ପରେ ୧୯୯୯ ମସିହାରେ ଲେଫ୍ଟନାଣ୍ଟ ଭାବରେ ଯୋଗ ଦେଇଥିଲେ। ପୂର୍ବରୁ, ସେ ଉତ୍ତର-ପୂର୍ବ ଭାରତରେ ବନ୍ୟା ପରିଚାଳନାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

ସୋଫିଆ କୁରେଶୀ ୧୯୯୯ ମସିହାରେ ଭାରତୀୟ ସେନାରେ ତାଙ୍କର ସେବା ଆରମ୍ଭ କରିଥିଲେ। ସେ ଚେନ୍ନାଇର ଅଫିସର୍ସ ଟ୍ରେନିଂ ଏକାଡେମୀ (OTA) ରେ ତାଲିମ ଗ୍ରହଣ କରିଥିଲେ ଓ ସେହି ବର୍ଷ ଲେଫ୍ଟନାଣ୍ଟ ଭାବରେ କମିଶନ ପାଇଥିଲେ। କୁହାଯାଏ ଯେ ତାଙ୍କ ଜେଜେବାପା ମଧ୍ୟ ଭାରତୀୟ ସେନାରେ ଥିଲେ, ଯାହା ତାଙ୍କୁ ଦେଶ ସେବା କରିବାକୁ ପ୍ରେରଣା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ସାବଧାନ! ବଦଳିଲା ରେଳବାଇର ନିୟମ; ବିନା ଟିକେଟ୍‌ରେ ଯାତ୍ରା କଲେ ଦୁଇଗୁଣା ଜରିମାନା ସହ ଜେଲ ଦଣ୍ଡ

ନୂଆଦିଲ୍ଲୀ,୨୧।୬: ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଉଥିବା ଟ୍ରେନ, ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ। କମ ଭଡ଼ା ହେବା ସତ୍ତ୍ୱେ…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

ଆରାବଳୀ ରାୟ ସମୀକ୍ଷା କମିଟିର ପରିବର୍ତ୍ତନ ଦାବି, ସିଜେଆଇଙ୍କୁ ପତ୍ର ଲେଖିଲେ ବିଶେଷଜ୍ଞ

ନୂଆଦିଲ୍ଲୀ,୨୧।୬: ଆରାବଳୀ ପର୍ବତମାଳାର ସୁରକ୍ଷା ଲକ୍ଷ୍ୟରେ ଦିଆଯାଇଥିବା ପୂର୍ବ ରାୟର ସମୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ କମିଟିରେ ପରିବର୍ତ୍ତନ ପାଇଁ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କୁ…

ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ: ଉଦ୍ଧବ

ମୁମ୍ବାଇ,୨୧।୬: ଶିବସେନା (ୟୁବିଟି)ରେ ବିଦ୍ରୋହ ଅଧିକ ଗମ୍ଭୀର ହେଉଥିବାବେଳେ ଦଳ ଅଧ୍ୟକ୍ଷ ପଦ ଛାଡ଼ିବାକୁ ପ୍ରସ୍ତୁତ ଥିବା ନେଇ ଉଦ୍ଧବ ଠାକ୍‌ରେ ଶୁକ୍ରବାର କହିଛନ୍ତି। ତାଙ୍କ ନେତୃତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri