ବିକୁଥିଲେ ପାଣି ବୋତଲ, ହୋଟେଲରେ କରିଛନ୍ତି କାମ; ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ହେଲେ ସୁପରଷ୍ଟାର…

ବମ୍ବେ: ଫିଲ୍ମ ‘କାନ୍ତାରା’ ରିଲିଜ ଦିନଠାରୁ ଚର୍ଚ୍ଚାରେ ଅଛନ୍ତି ମୁଖ୍ୟ ଅଭିନେତା ଋଷଭ ଶେଟ୍ଟୀ। ହାତଗଣତି ସ୍କ୍ରିନ୍‌ରେ ରିଲିଜ ହୋଇଥିବା ଏହି ଫିଲ୍ମ କ୍ରାନ୍ତି ଆଣିଛି କହିଲେ ଚଳେ। ବିଶେଷକରି ଏଥିରେ ଋଷଭଙ୍କ ଅଭିନୟ ଏବଂ ଚରିତ୍ରକୁ ଦର୍ଶକେ ବେଶ ପସନ୍ଦ କରିଛନ୍ତି। ଅଭିନେତା ହେବା ସାଙ୍ଗକୁ ସେ ଏହାର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି। ଏସବୁକୁ ନେଇ ଅନେକଙ୍କ ପ୍ରିୟ ଅଭିନେତା ପାଲଟିଛନ୍ତି ସେ। ଦକ୍ଷିଣ ଭାରତୀୟ ସିନେମାର ବଡ ଷ୍ଟାର ପାଲଟିଥିବା ଋଷଭ କଠିନ ପରିଶ୍ରମ କରି ସଫଳତାର ସ୍ବାଦ ଚାଖିଛନ୍ତି। ଏଥିଲାଗି ସେ ଦୀର୍ଘ ୧୮ ବର୍ଷ ଧରି ଷ୍ଟ୍ରଗଲ୍‌ କରିଛନ୍ତି।

ଅଭିନେତାଟିଏ ହେବାକୁ ଋଷଭ ସବୁବେଳେ ଚାହୁଁଥିଲେ। ତେବେ ଜଣେ ସାଧାରଣ ଯୁବକରୁ ସୁପରଷ୍ଟାର ହେବା ସହଜ ନୁହେଁ। କଲେଜ ସମୟରେ ଋଷଭ ପାଠ ପଢ଼ିବା ସହ ଛୋଟମୋଟ କାମ କରୁଥିଲେ। ପାଣି ବୋତଲ ବିକିବାଠାରୁ ଆରମ୍ଭ କରି ହୋଟେଲରେ ମଧ୍ୟ କାମ କରି ନିଜର ଖର୍ଚ୍ଚ ତୁଲାଉଥିଲେ। କଲେଜ ସରିବା ପରେ ସେ ଅଭିନୟରେ କ୍ୟାରିୟର କରିବାକୁ ନିଷ୍ପତ୍ତି ନେଇଥିଲେ। ଥିଏଟର ସହ ତେଣୁ ଯୋଡି ହୋଇଥିଲେ ସେ। ଧିରେ ଧିରେ ସେ ଧାରାବାହିକରେ କାମ କରିଥିଲେ। ଦର୍ଶକେ ତାଙ୍କୁ ପସନ୍ଦ କରିଥିଲେ। ଏହାପରେ ସେ ଫିଲ୍ମ ଆଡକୁ ମନ ବଳାଇଥିଲେ।

କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି। ସେଭଳି କିଛି ହୋଇଥିଲା ଋଷଭଙ୍କ କ୍ଷେତ୍ରରେ। ୨୦୦୪ରେ ତାଙ୍କୁ ପ୍ରଥମ ଫିଲ୍ମ ମିଳିଥିଲା। ଚରିତ୍ର ସାଧାରଣ ଥିଲେ ହେଁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ ସେ। ଅନେକ ବର୍ଷ ପର୍ଯ୍ୟନ୍ତ ସେ ଛୋଟମୋଟ ଚରିତ୍ରରେ ନଜର ଆସୁଥିଲେ। ୨୦୧୯ରେ ତାଙ୍କୁ ମୁଖ୍ୟ କଳାକାର ଭାବେ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହି ଫିଲ୍ମରେ ମଧ୍ୟ ସେତେଟା ଖ୍ୟାତି ତାଙ୍କୁ ମିଳି ନ ଥିଲା।

ଶେଷରେ ଋଷଭ କାନ୍ତାରା କାହାଣୀ ଲେଖିଥିଲେ। ନିଜ ଫିଲ୍ମରେ ନିଜେ ଅଭିନୟ କରିଥିଲେ। ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଯାହାର ଫଳ ଏବେ ସମସ୍ତଙ୍କ ସାମ୍ନାରେ ଅଛି। ଦର୍ଶକ ଏହାକୁ ସୁପରହିଟ୍‌ କହୁଥିବା ବେଳେ ଏହା ରୋଜଗାରରେ ସମସ୍ତ ରେକର୍ଡ ଭାଙ୍ଗିଛି। କହିବାକୁ ଗଲେ ଏହି ଫିଲ୍ମ ତାଙ୍କୁ ସୁପରଷ୍ଟାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri