କିଏ ଏହି ଇଣ୍ଡୋନେସିଆ ଅଭିନେତ୍ରୀ, ଯାହାଙ୍କୁ ରାଜାମୌଲି ମହେଶଙ୍କ ବିପକ୍ଷରେ ହିରୋଇନ୍‌ କରିବା ଲାଗି ବଳାଇଛନ୍ତି ମନ…

ବମ୍ବେ: ଆର୍‌ଆର୍‌ଆର୍‌ ସଫଳତା ପରେ ରାଜାମୌଲି ଆଉ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତିି। ଏଥିରେ ତେଲୁଗୁ ଇଣ୍ଡଷ୍ଟ୍ରି ସୁପରଷ୍ଟାର ମହେଶ ବାବୁ ନାୟକ ସାଜିିବେ। ଫିଲ୍ମର ବଜେଟ ୧୦୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହାର ପରୀକ୍ଷାମୂଳକ ଟାଇଟଲ୍‌ ହେଉଛି ‘SSMB୨୯’।

ରାଜାମୌଲି ତାଙ୍କ ଚଳଚ୍ଚିତ୍ରକୁ ଆର୍‌ଆର୍‌ଆର୍‌ ଏବଂ ‘ବାହୁବଲୀ’ଠାରୁ ବଡ କରିବାକୁ ଚାହୁଁଛନ୍ତ। ଏଥିପାଇଁ ସେ ସାରା ବିଶ୍ୱରୁ କଳାକାର କାଷ୍ଟ କରିବାକୁ କରୁଛନ୍ତି ଯୋଜନା। ସେସବୁ କଳାକାରଙ୍କ ମଧ୍ୟରେ ଜଣେ ହେଉଛନ୍ତି ଇଣ୍ଡୋନେସିଆର ଅଭିନେତ୍ରୀ ଚେଲସି ଇସଲାନ। ଫିଲ୍ମରେ ସେ ମହେଶ ବାବୁଙ୍କ ବିପକ୍ଷରେ ନାୟିକା ସାଜିବେ ବୋଲି କୁହାଯାଉଛି। ଇନଷ୍ଟାଗ୍ରାମରେ ଚେଲସି ରାଜାମୌଲିଙ୍କୁ ଫଲୋ କରିବା ପରଠାରୁ ଏଭଳି ଚର୍ଚ୍ଚା ବଢ଼ିଛି।

ଚେଲସି ଇଣ୍ଡୋନେସିଆ ଚଳଚ୍ଚିତ୍ରଜଗତରେ ବହୁତ କାମ କରିଛନ୍ତି। ତାଙ୍କ ପିତାମାତା ପୂର୍ବରୁ ଆମେରିକାରେ ରହୁଥିଲେ। ଚେଲସି ସେଠାରେ ଜନ୍ମଗ୍ରହଣ କରିଥିଲେ। ପରେ ପିତାମାତା ଇଣ୍ଡୋନେସିଆକୁ ଚାଲିଯାଇଥିଲେ।୨୦୦୫ ରେ ମଡେଲ ଭାବରେ ଚେଲସି ତାଙ୍କ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଆଇସକ୍ରିମ ବିଜ୍ଞାପନରେ ସେ ପ୍ରଥମ ଥର ପାଇଁ କ୍ୟାମେରାର ସମ୍ମୁଖୀନ ହୋଇଥିଲେ। ଏହି ଆଇସ୍କ୍ରିମର ନାମ ହେଉଛି ୱାଲ୍ସ। ୨୦୧୩ ଚଳଚ୍ଚିତ୍ର ‘ରିଫ୍ରେନ’ ସହିତ ଚେଲସି ସିନେମା ଜଗତରେ ପ୍ରବେଶ କରିଥିଲେ। ହେଲେ ସେ ଟିଭିରୁ ଲୋକପ୍ରିୟତା ପାଇଥିଲେ। ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ଚାଲିଥିବା ଟିଭି ଶୋ ଟେଟାଙ୍ଗଗା ମାସା ଗିଟୁରୁ ସେ ଖ୍ୟାତି ଅର୍ଜନ କରିଥିଲେ। ନିକଟରେ ଡିସ୍ନି ପ୍ଲସ ହଟଷ୍ଟାର୍‌ରେ ତାଙ୍କର ସିରିଜ୍‌ ‘ଟିରା’ରିଲିଜ ହୋଇଛି।

କହିରଖୁଛୁ, ରାଜାମୌଲି ଏହି ଫିଲ୍ମକୁ ବହୁତ ବଡ ଆକାରରେ କରିବାକୁ ଚାହୁଁଛନ୍ତି। ସେଥିପାଇଁ ଫିଲ୍ମର ବଜେଟ ୧୦୦୦ କୋଟିରେ ରଖାଯାଇଛି। ଆରଆରଆର ପରେ ହଲିଉଡରେ ମଧ୍ୟ ତାଙ୍କର ବିଶ୍ୱସନୀୟତା ବୃଦ୍ଧି ପାଇଛି। ଏଣୁ ଏଥର ସେ ପାନ୍‌ ଇଣ୍ଡିଆ ନୁହେଁ ବରଂ ପାନ୍‌ ୱାଲର୍‌ଡ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି।

Share