ଇମ୍ରାନଙ୍କ ବିକଳ୍ପ କିଏ ?

ଇସଲାମାବାଦ,୨୧ା୩: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ଏବେ ଅଡୁଆରେ ପଡ଼ିଥିବା ଜଣାପଡ଼ିଛି। ଇମ୍ରାନ ସରକାରଙ୍କୁ ଅଳ୍ପ ସଂଖ୍ୟକ ମତ ଆସୁଛି। ତେବେ ତାଙ୍କ ଦଳର ୨୪ ଏମ୍‌ପି ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଇମ୍ରାନଙ୍କ ବିରୋଧୀ ବୃଦ୍ଧି ପାଉଥିବାରୁ ପାକିସ୍ତାନୀ ସେନା ମଧ୍ୟ ତାଙ୍କୁ ସମର୍ଥନ କରୁନାହାନ୍ତି। ଏହି ସମୟରେ ସରକାରଙ୍କୁ ବଞ୍ଚାଇବା ପାଇଁ ଶାସକ ମିଳିତ ମଞ୍ଚ ମଧ୍ୟରେ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି ମଧ୍ୟ ତୀବ୍ର ହୋଇଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ, ଇମ୍ରାନ ତାଙ୍କ ଚେୟାର ଛାଡ଼ିବେ କି? ଇମ୍ରାନଙ୍କ ସ୍ଥାନରେ ପାକିସ୍ତାନର ପ୍ରଧାନମନ୍ତ୍ରୀ କିଏ ହେବେ ତାହାକୁ ନେଇ ନାନା ଚର୍ଚ୍ଚା ଚାଲିଛି।

ଏହି ସମସ୍ତ ରାଜେନୈତିକ କଳ୍ପନାଜଳ୍ପନା ମଧ୍ୟରେ ଶାହା ମହମ୍ମଦ କୁରେଶି କହିଛନ୍ତି ଯେ, ସେ ଶାସକ ଦଳ ଇମ୍ରାନଙ୍କ ସହ ଅଛନ୍ତି। ତେବେ ଇମ୍ରାନଙ୍କ ସ୍ଥାନ କ’ଣ କୁରେଶି ନେବେ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Share