Posted inଖେଳ

କିଏ ସେହି ହିମାନୀ ମୋର;ଯାହାଙ୍କ ହାତ ଧରିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୦।୧: ଭାରତର ଷ୍ଟାର ଜାଭେଲିନ ଥ୍ରୋଅର୍‌ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ନୀରଜ ସୋସିଆଲ ମିଡିଆ ମାଧ୍ୟମରେ ବିବାହ ଉତ୍ସବର କିଛି ଫଟୋ ଶେୟାର କରିଛନ୍ତି। ସେ ହିମାନୀ ମୋରଙ୍କୁ ବିବାହ କରିଛନ୍ତି। ଏବେ ପ୍ରଶ୍ନ ଉଠିଛି ହିମାନୀ ମୋର କିଏ? ତେବେ ହିମାନୀ ମୋର ମଧ୍ୟ ନୀରଜଙ୍କ ପରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଛନ୍ତି।
ହିମାନୀ ଜଣେ ଟେନିସ ଖେଳାଳି ରହିଆସିଛନ୍ତି। ହରିୟାଣାର ସୋନିପତରୁ ଆସିଥିବା ହିମାନି ବର୍ତ୍ତମାନ ଫ୍ରାଙ୍କଲିନ ପିଅର୍ସ ବିଶ୍ୱବିଦ୍ୟାଳୟରୁ କ୍ରୀଡା ପରିଚାଳନାରେ ମାଷ୍ଟର ଡିଗ୍ରୀ ହାସଲ କରୁଛନ୍ତି। ହିମାନୀଙ୍କର ଜଣେ ଭାଇ ଅଛି ଏବଂ ସେ ମଧ୍ୟ ଟେନିସ ଖେଳନ୍ତି। ହିମାନୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ପାଇଁ ଜାତୀୟ ସ୍ତରରେ ଟେନିସ ଖେଳିଛନ୍ତି। ସେ ତାଇପେରେ ଅନୁଷ୍ଠିତ ୨୦୧୭ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିଲେ। ଏହା ପୂର୍ବରୁ ହିମାନି ସ୍ବର୍ଣ୍ଣ ପଦକ ଜିତିଥିଲେ।

ହିମାନୀଙ୍କ ସ୍କୁଲ ୱେବସାଇଟ ଅନୁଯାୟୀ, ସେ ମାଲେସିଆରେ ଅନୁଷ୍ଠିତ ବିଶ୍ୱ ଜୁନିଅର ଟେନିସ ଚାମ୍ପିଅନସିପ ୨୦୧୬ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ସୋନିପତର ଲିଟିଲ ଏଞ୍ଜେଲ୍ସ ସ୍କୁଲରୁ ତାଙ୍କର ସ୍କୁଲ ଶିକ୍ଷା କରିଥିଲେ।
ସ୍‌ସୂଚନାଯୋଗ୍ୟ ଯେ, ନୀରଜ ଚୋପ୍ରା ହଠାତ୍‌ ପ୍ରଶଂସକଙ୍କ ସହ ବିବାହ ବିଷୟରେ ସୂଚନା ସେୟାର କରିଥିଲେ। ସେ ସୋସିଆଲ ମିଡିଆରେ ବିବାହ ଉତ୍ସବର ତିନୋଟି ଫଟୋ ଶେୟାର କରିଛନ୍ତି। ଫଟୋଗୁଡ଼ିକର କ୍ୟାପସନ ଦେଇ ନୀରଜ ଚୋପ୍ରା ଲେଖିଛନ୍ତି, ମୋ ପରିବାର ସହିତ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କଲି।ନୀରଜ ଚୋପ୍ରା ଗୁପ୍ତ ଭାବରେ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri