Posted inଫୁରସତ

ଯିଏ ମୋଟା ସିଏ ହିରୋ

ପୃଥିବୀରେ ଅନେକ ରହସ୍ୟମୟୀ ଜନଜାତି ଅଛନ୍ତି; ଯେଉଁମାନେ କି ବାହ୍ୟ ଦୁନିଆଠାରୁ ସମ୍ପୂର୍ଣ୍ଣଭାବେ ବିଚ୍ଛିନ୍ନ ହୋଇ ଜଙ୍ଗଲରେ ରୁହନ୍ତି। ଆଉ ସେମାନଙ୍କ ପରମ୍ପରା, ଚାଲିଚଳଣି ବି ଥାଏ ସମ୍ପୂର୍ଣ୍ଣ ଭିନ୍ନ। ସେମିତି ଏକ ଜନଜାତି ହେଉଛନ୍ତି ଇଥିଓପିଆର ‘ବୋଦୀ’ ଜନଜାତି। ନାରୀ ହୁଅନ୍ତୁ ଅବା ପୁରୁଷ ଭଲ ଦେଖାଯିବା ପାଇଁ ସମସ୍ତେ ସାଧାରଣତଃ ପତଳା ଶରୀର ଚାହାନ୍ତି। ହେଲେ ଏହି ଜନଜାତିରେ ସବୁଠାରୁ ମୋଟା ବ୍ୟକ୍ତିଙ୍କୁ ହିରୋ ଭାବେ ଗଣନା କରାଯାଏ। ତେଣୁ ସବୁଠାରୁ ମୋଟାବ୍ୟକ୍ତିର ମାନ୍ୟତା ପାଇବା ପାଇଁ ପୁରୁଷମାନେ ଏଠି ବିଭିନ୍ନ ଉପାୟ ଆପଣାନ୍ତି। ଏମିତିକି ଏଠାରେ ଏକ ପ୍ରତିଯୋଗିତାର ବି ଆୟୋଜନ କରାଯାଏ। ଦୀର୍ଘ ୬ ମାସ ଧରି ପ୍ରତିଯୋଗୀ ଏଥିପାଇଁ ପ୍ରସ୍ତୁତ ହୁଅନ୍ତି। ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପରେ ଉକ୍ତ ଜନଜାତିର ପୁରୁଷମାନେ ନାରୀଙ୍କ ସହ ସମ୍ବନ୍ଧ ରଖିପାରନ୍ତି ନାହିଁ। ଏକ କୁଡିଆରେ ଏକୁଟିଆ ରୁହନ୍ତି। ମୋଟା ହେବାଲାଗି ଗାଈ କ୍ଷୀରକୁ ଗାଈ ରକ୍ତରେ ମିଶାଇ ପିଅନ୍ତି। ଏହି ଜନଜାତିରେ ଗାଈକୁ ପବିତ୍ର ମନେକରାଯାଉଥିବାରୁ ଗାଈକୁ ହତ୍ୟା ନ କରି କେବଳ ତା’ର ଶିର କାଟି ରକ୍ତ ବାହାର କରିଥାନ୍ତି। କ୍ଷୀର ଓ ରକ୍ତ ଜମାଟ ବାନ୍ଧିବା ପୂର୍ବରୁ ତାକୁ ପିଆଯାଏ। ପ୍ରତିଯୋଗିତା ଦିନ କୁଡିଆରୁ ବାହାରିବା ପୂର୍ବରୁ ପୁରୁଷମାନେ ଶରୀରରେ ମାଟି ଓ ପାଉଁଶ ବୋଳି ହୁଅନ୍ତି। ପ୍ରସ୍ତୁତିର ୬ ମାସ ଭିତରେ କେହି କେହି ଏତେ ମୋଟା ହେଇଯାନ୍ତି ଯେ ଚାଲି ପାରନ୍ତି ନାହିଁ। ଆଉ ସବୁଠାରୁ ମୋଟା ବ୍ୟକ୍ତିଙ୍କୁ ବିଜେତାଭାବେ ବଛାଯିବା ପରେ ପବିତ୍ର ପଥରରେ ପଶୁ ବଳି ଦିଆଯାଇ ପ୍ରତିଯୋଗିତା ସମାପ୍ତ ହୁଏ। ଏହି ବିଜେତାଙ୍କୁ ହିରୋର ମାନ୍ୟତା ଓ ସମ୍ମାନ ମିଳେ। ଏହି ଜନଜାତିର ପୁରୁଷ ନଗ୍ନ ରୁହନ୍ତି ଓ ଅଣ୍ଟା ଚାରିପଟେ କପାସ ପଟି ବାନ୍ଧି ଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

BRICS : ‘ପ୍ରତ୍ୟେକ ଦେଶର ସ୍ବର ଶୁଣାଯିବା ଉଚିତ; କିଛି ରାଷ୍ଟ୍ର ନେଉଛନ୍ତି ନିଷ୍ପତ୍ତି’ ପ୍ରଧାନମନ୍ତ୍ରୀଙ୍କ ଏହି କଥା ମଧ୍ୟରେ ଲୁଚି ରହିଛି ଏକ ଗୁପ୍ତ ବାର୍ତ୍ତା

ନୂଆଦିଲ୍ଲୀ,୧୨।୯: BRICS ସମ୍ମିଳନୀ ୨୦୨୬କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତା ଦେଇଥିଲେ ଯେ, ଏହି ସଂଗଠନ ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ ବଢ଼ିବାକୁ ପ୍ରୟାସ କରୁଛି।…

Video: ଏମିତି କ’ଣ କହିଲେ ମାଲେସିଆ ପ୍ରଧାନମନ୍ତ୍ରୀ ଯେ ହସି ପକାଇଲେ ମୋଦି, ଦେଖନ୍ତୁ ମଜାଦାର ଭିଡ଼ିଓ

ନୂଆଦିଲ୍ଲୀ,୧୨।୯: ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଛନ୍ତି। ସେ ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ…

ଓରାଙ୍ଗଉଟାନ ଲିଙ୍କ୍‌ରେ ନୂଆ ସିସିଟିଭି ଫୁଟେଜ୍‌: ସାମ୍ନାକୁ ଆସିଲା ରାତିଅଧର…

ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍‌ ନେଇ ଚାଲିଥିବା ଛାନଭିନ୍‌ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍‌ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା…

ଉତ୍ସବମୁଖର ପଶ୍ଚିମ ଓଡ଼ିଶା: ହାଟବଜାରରେ ନାହିଁ ନ ଥିବା ଭିଡ଼, ମୁଖ୍ୟ ଆକର୍ଷଣ ପାଲଟିଛି…

ରିଷିଡ଼ା,୧୨ା୯(ସୁଶାନ୍ତ ମଲ୍ଲିକ): ପଶ୍ଚିମ ଓଡ଼ିଶାର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଖାଇ’ ପାଇଁ ଏବେ ପୁରପଲ୍ଲୀ ଉତ୍ସବମୁଖର। ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହେବାକୁ ଥିବା ବେଳେ ଘରେ…

ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ…

ଇସ୍ରୋର ଭୟଙ୍କର ଚେତାବନୀ, ଓଡ଼ିଶାକୁ ମାଡ଼ିଆସୁଛି ୩ଟି ସୁପର ସାଇକ୍ଲୋନ! ଏହି ଜିଲାରେ ରଚିବ ପ୍ରଳୟ…

ନୂଆଦିଲ୍ଲୀ, ୧୨।୯ : ମାଡ଼ି ଆସିବ ମହାବାତ୍ୟା ! ୧୯୯୯ ଠୁ ବି ହେବ ଭୟଙ୍କର। ନିମିଷକେ ସବୁ ହୋଇଯିବ ଛାରଖାର। ମାଡ଼ିଆସିବ ସମୁଦ୍ର ଜୁଆର। କିଛି…

ରାସ୍ତା ସାଜିଛି ବାଧକ, ଭାରରେ ବୁହା ହେଲେ ମହିଳା ରୋଗୀ

ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): ପ୍ରତ୍ୟେକ ଗ୍ରାମରେ ପହଞ୍ଚିବ ରାସ୍ତା, ଆଉ କୌଣସି ସମସ୍ୟାର ସମ୍ମୁଖିନ ହେବେନି ଗ୍ରାମବାସୀ । ଏହି ନାରା ଦେଇ ଚାଲିଛନ୍ତି ସରକାରୀ ଦଳ…

ସମୟରେ ପହଞ୍ଚିଲା ଆମ୍ବୁଲାନ୍ସ, ହେଲେ ୩ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ

ଗୁଡାରି,୧୨।୯,(ପ୍ରମୋଦ କୁମାର ପତି): ଗୁଡାରି ବ୍ଲକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳା ଚାମି ମାମ୍ବାଲାକା ସ୍ବାମୀ ଲାଜାରା କାଡ୍ରାକାଙ୍କୁ ପ୍ରସବ ବେଦନା ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?