ଚହଲ-ଧନଶ୍ରୀଙ୍କ ଛାଡପତ୍ର ପଛରେ ଏହି ମିଷ୍ଟ୍ରି ମ୍ୟାନ୍‌ଙ୍କ ରହିଛି ହାତ! ଜାଣନ୍ତୁ ସେ କିଏ, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଷ୍ଟାର ସ୍ପିନର ୟୁଜବେନ୍ଦ୍ର ଚହଲ ହୁଏତ କେବେ କଳ୍ପନା କରି ନ ଥିବେ ଯେ ବିବାହର ମାତ୍ର ଚାରି ବର୍ଷ ପରେ ତାଙ୍କ ବ୍ୟକ୍ତିଗତ ଜୀବନ ନଷ୍ଟ ହୋଇଯିବ। ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ଛାଡପତ୍ର ଗୁଜବ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି। ଲୋକମାନେ ସୋସିଆଲ ମିଡିଆରେ ଏପରି ଦାବି ମଧ୍ୟ କରୁଛନ୍ତି ଯେ ଧନଶ୍ରୀ କେବଳ ଟଙ୍କା ଏବଂ ପ୍ରସିଦ୍ଧି ପାଇଁ ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ। ନିକଟରେ ଚହଲଙ୍କୁ ଜଣେ ‘ମିଷ୍ଟ୍ରି ଗର୍ଲ’ ସହିତ ଦେଖିବାକୁ ମିଳିଥିଲା, କିନ୍ତୁ ଏବେ ଧନଶ୍ରୀ ବର୍ମାଙ୍କ ‘ମିଷ୍ଟ୍ରି ମ୍ୟାନ୍‌’ ବିଷୟଟି ଏକ ଅଲଗା ଆଲୋଚନାର ବିଷୟ ପାଲଟିଛି।

ଧନଶ୍ରୀ ପେଶାରେ ଜଣେ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ଏବଂ ଦନ୍ତ ଚିକିତ୍ସକ ମଧ୍ୟ। ଗୋଟିଏ ପଟେ ତାଙ୍କର ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲଙ୍କ ସହ ଛାଡପତ୍ର ଗୁଜବ ଶୀର୍ଷରେ ଥିବା ବେଳେ ଅନ୍ୟପକ୍ଷରେ ଅନ୍ୟ ଜଣେ ପେସାଦାର ନୃତ୍ୟଶିଳ୍ପୀ ପ୍ରତୀକ ଉତେକରଙ୍କ ସହ ତାଙ୍କର ଫଟୋ ନିଆଁ ପରି ବ୍ୟାପିବାରେ ଲାଗିଛି। ଏହି ଭାଇରାଲ ଫଟୋରେ, ପ୍ରତୀକ ଉତେକର ଏବଂ ଧନଶ୍ରୀ ବର୍ମା ନିକଟତର ଭାବରେ ଫଟୋ କ୍ଲିକ କରିଛନ୍ତି। ଏହି ଫଟୋ ଆଧାରରେ ଅନେକ ଲୋକ ଦାବି କରୁଛନ୍ତି ଯେ ଚହଲଙ୍କ ଘର ଭାଙ୍ଗିବା ପଛରେ ପ୍ରତୀକ ଉତେକର ହିଁ କାରଣ।

ଏହି ସମ୍ପୂର୍ଣ୍ଣ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରତୀକ ଉତେକର କ୍ଷୋଭ ପ୍ରକାଶ କରିଥିଲେ। ପ୍ରତୀକ ନିଜେ ବୃତ୍ତିରେ ଜଣେ ନୃତ୍ୟଶିଳ୍ପୀ । ସେ ଏକ ଇନଷ୍ଟାଗ୍ରାମ ଷ୍ଟୋରୀ ମାଧ୍ୟମରେ ସେ କହିଛନ୍ତି, ଦୁନିଆ ଏତେ ମୁକ୍ତ ଯେ ଲୋକମାନେ କେବଳ ଗୋଟିଏ ଫଟୋରେ ଭିନ୍ନ ଭିନ୍ନ କାହାଣୀ ସୃଷ୍ଟି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri