ନାସ୍ତିକ କିଏ

ଡ. ଛାୟାକାନ୍ତ ଷଡ଼ଙ୍ଗୀ

 

ସାଧାରଣତଃ ଯିଏ ଭଗବାନ୍‌ଙ୍କଠାରେ ବିଶ୍ୱାସ ରଖେ ତାକୁ ଆସ୍ତିକ ଓ ଯିଏ ବିଶ୍ୱାସକରେ ନାହିଁ ତାକୁ ନାସ୍ତିକ କୁହାଯାଏ। ମାତ୍ର ଭଗବାନ୍‌ ଜଣେ ବ୍ୟକ୍ତିବିଶେଷ ନୁହନ୍ତି କି ସେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ରହନ୍ତି ନାହିଁ। ତାଙ୍କୁ ସର୍ବଶକ୍ତିମାନ, ସର୍ବବ୍ୟାପୀ ଓ ସର୍ବଜ୍ଞ ଭାବରେ ବିଶ୍ୱାସ କରାଯାଏ। ଯଦି ଆସ୍ତିକମାନଙ୍କ ଧାରଣା ଠିକ୍‌ ତା’ହେଲେ ଈଶ୍ୱର ସର୍ବବ୍ୟାପୀ ହୋଇଥିବାରୁ ନାସ୍ତିକମାନଙ୍କ ହୃଦୟରେ ମଧ୍ୟ ଥିବା ସ୍ବାଭାବିକ। ଏଣୁ ଯୋଗୀ ଶ୍ରୀଅରବିନ୍ଦ କହିଥିଲେ, ”ନାସ୍ତିକ ଆଉ କେହି ନୁହେଁ, ନିଜ ସହ ଲୁଚକାଳି ଖେଳରତ ଥିବା ଭଗବାନ୍‌।“ ତେବେ ନାସ୍ତିକ ଭଗବାନ୍‌ଙ୍କ ଅସ୍ତିତ୍ୱ ଅସ୍ବୀକାର କଲାବେଳେ ଭଗବାନ୍‌ ନିଜେ ହିଁ ତାହା କରୁଛନ୍ତି ଓ ଲୁଚକାଳି ଖେଳ ଖେଳୁଛନ୍ତି। ଯିଏ ଭଗବାନ୍‌ଙ୍କୁ ବାହାରେ କି ନିଜ ଭିତରେ କେଉଁଠି ହେଲେ ଅନୁଭବ କରିନାହିଁ, କେବଳ ଭୟ ଦ୍ୱାରା ପ୍ରଣୋଦିତ ହୋଇ ବା ସଂସ୍କାରବଶତଃ ଭଗବାନ୍‌ ଅଛନ୍ତି ବୋଲି କହେ ସେ ଅନ୍ୟକୁ ନାସ୍ତିକ ବିଚାର କରେ ଓ ନିଜେ ଖୁସି ଅନୁଭବ କରେ। ଶ୍ରୀମା କହିଛନ୍ତି, ”ଆସ୍ତିକ ନିଜକୁ ନାସ୍ତିକ ତୁଳନାରେ ବଡ଼ ମନେକରେ। କିନ୍ତୁ ସେ ଯାହା ପାଇଛି ତାହା ଭଗବାନ୍‌ଙ୍କ ଏକ ଛାୟାମାତ୍ର। ସେହି ଛାୟାକୁ ଜାବୁଡ଼ି ଧରି ମନେକରେ ସେ ଭଗବାନ୍‌ଙ୍କୁ ଜାଣିପାରିଛି। ସେ ଯଦି ସତରେ ଭଗବାନ୍‌ଙ୍କୁ ଜାଣିଥାନ୍ତା ତେବେ ଏ କଥା ବି ଜାଣନ୍ତା ଯେ ଭଗବାନ୍‌ ସବୁରି ଭିତରେ ଅଛନ୍ତି। ସେତେବେଳେ ସେ ନିଜକୁ ଅନ୍ୟ ତୁଳନାରେ ବଡ଼ ବୋଲି ଭାବନ୍ତା ନାହିଁ।“ (ଭାଷାନ୍ତର ମନୋଜ ଦାସ)। ପୁନଶ୍ଚ ଭଗବାନ୍‌ଙ୍କୁ ବିଶ୍ୱାସ କରିବା ନାମରେ ମଣିଷମାନେ ଭିନ୍ନ ଭିନ୍ନ ଦେବତାକୁ ପୂଜା କରନ୍ତି। ଧର୍ମ ନାମରେ ଅଟ୍ଟାଳିକାମାନ ଗଢ଼ି ଦିଅନ୍ତି। ଦେବତା ଦେବତା ମଧ୍ୟରେ ଅମେଳ ହେଲେ ଗୋଟିଏ ପଟ ଅପର ପଟକୁ ନାସ୍ତିକ ବୋଲି କହନ୍ତି। ଅର୍ଥାତ୍‌ ଯିଏ ମୋ ଠାକୁରଙ୍କୁ ପୂଜା ନ କରୁଛି ସେ ନାସ୍ତିକ। ୟୁରୋପୀୟ ମଧ୍ୟଯୁଗରେ ମାର୍ଟିନ୍‌ ଲୁଥର ମହାମାନ୍ୟ ପୋପ୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ ଓ ମହାମାନ୍ୟ ପୋପ୍‌ ଲୁଥରଙ୍କୁ ନାସ୍ତିକ ବୋଲି କହୁଥିଲେ। ଯୁଗେ ଯୁଗେ ଏହିଭଳି ଧାରଣା ମଣିଷକୁ କବଳିତ କରୁଛି।
ଶ୍ରୀଅରବିନ୍ଦଙ୍କ ମତରେ, ସଂଶୟୀ ଜିଜ୍ଞାସୁ ଓ ସ୍ବୟଂ ନିଶ୍ଚିତ ନାସ୍ତିକ ମଧ୍ୟ ଆଧ୍ୟାମତ୍ିକ ଅନୁଭୂତିସମ୍ପନ୍ନ ବ୍ୟକ୍ତି। ନାସ୍ତିକମାନେ ପ୍ରଶ୍ନ କରନ୍ତି, ଯଦି ଭଗବାନ୍‌ ଅଛନ୍ତି ତେବେ ପୃଥିବୀରେ ଏତେ ଦୁଃଖ, କଷ୍ଟ, ଅନ୍ୟାୟ ରହିଛି କାହିଁକି ? ଜୀବନ ସଂଗ୍ରାମରେ ଜଣେ ସତ୍ୟବାଦୀ ପରାଜିତ ହେବାବେଳେ ମିଥ୍ୟାଚାରୀର ବିଜୟ ଓ ସମୃଦ୍ଧି ଘଟୁଛି କାହିଁକି? ପୁନଶ୍ଚ ଭଗବାନ୍‌ଙ୍କୁ ଯେହେତୁ ଦେଖି ହେଉନାହିଁ କି ତାଙ୍କ କଣ୍ଠସ୍ବର ଶୁଣି ହେଉନାହିଁ ତାଙ୍କ ଅସ୍ତିତ୍ୱ ସ୍ବୀକାର କରାଯିବ କିପରି? ଏହିଭଳି ସନ୍ଦେହୀ ବ୍ୟକ୍ତି ଯଦି ପ୍ରଶ୍ନସର୍ବସ୍ବ ନ ରହି ନିଜ ପ୍ରଶ୍ନ ଓ ଅନୁସନ୍ଧିତ୍ସାକୁ ବଜାୟ ରଖେ ତେବେ ତା’ର ଚେତନା କ୍ରମାଗତ ପ୍ରସାରିତ ହୁଏ। ଭଗବାନ୍‌ଙ୍କ ଏକ ନିର୍ଦ୍ଦିଷ୍ଟ ସଂଜ୍ଞାରେ ସେ ପହଞ୍ଚତ୍ ନ ପାରିଲେ ମଧ୍ୟ ଏହି ଚେତନାର ପ୍ରସାରଣ ହେଉଛି ଏକ ଆଧ୍ୟାମତ୍ିକ ଅନୁଭୂତି। ପ୍ରାଚୀନ ଭାରତରେ ନାସ୍ତିକତାବାଦଭିତ୍ତିକ ଅନେକ ଗୋଷ୍ଠୀ ଥିଲେ। ଚାର୍ବାକ୍‌ ଦର୍ଶନ ଓ ଆଜୀବିକ ଦର୍ଶନ (ମହାବୀରଙ୍କ ସମସାମୟିକ ଗୋଶାଳାଙ୍କ ଦ୍ୱାରା ପ୍ରବର୍ତ୍ତିତ) ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ବୌଦ୍ଧ ଦର୍ଶନ, ଜୈନ ଦର୍ଶନ, ସାଂଖ୍ୟଦର୍ଶନ ମଧ୍ୟ ନିରୀଶ୍ୱରବାଦୀ। ତା’ସତ୍ତ୍ୱେ ଭାରତୀୟ ପରମ୍ପରାରେ ଏଗୁଡ଼ିକ ଦର୍ଶନ ଭାବରେ ଓ ଏହାର ପ୍ରବର୍ତ୍ତକମାନେ ଦାର୍ଶନିକ ଭାବରେ ପରିଗଣିତ ହୋଇଛନ୍ତି। ଆଧ୍ୟାମତ୍ିକତା ଦୃଷ୍ଟିରୁ ଜଣେ ଦେବଦେବୀ ପୂଜାର୍ଚ୍ଚନାରେ ବିଶ୍ୱାସ କରୁ ବା ନ କରୁ ସେ ଯଦି ଏହି ଅସୀମ ସୃଷ୍ଟି ପଶ୍ଚାତରେ ତଥା ସୃଷ୍ଟି ଭିତରେ ନିହିତ ଶକ୍ତିର ସନ୍ଧାନ କରୁଥିବ ସେ ନାସ୍ତିକ ନୁହେଁ। ନିଜ ଅନୁସନ୍ଧିତ୍ସାର ଗୋଟିଏ ପର୍ଯ୍ୟାୟରେ ସେ ହୁଏତ ସମଗ୍ର ସୃଷ୍ଟିକୁ ଏକ ‘ଯୋଗାଯୋଗ’ ବୋଲି ମନେକରିପାରେ। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ସେହି ‘ଯୋଗାଯୋଗ’ ପଛରେ ଏକ ସଚେତନ ଯୋଜନାର ସନ୍ଧାନ ପାଇପାରେ। ଶ୍ରୀଅରବିନ୍ଦଙ୍କ ଭାଷାରେ, ”ବହୁ ସମୟରେ ଆମେ ଦେଖୁ ବ୍ୟକ୍ତିଟିଏ ଓ ସମାଜ ଭିତରେ ନାସ୍ତିକତା ଏକ ଗଭୀରତର ଧର୍ମ ଓ ଆଧ୍ୟାମତ୍ିକ ସତ୍ୟ ଅଭିମୁଖେ ମାର୍ଗର ଭୂମିକା ତୁଲାଇଛି, କେବେକେବେ ଜଣେ ଭଗବାନ୍‌ଙ୍କୁ ଅସ୍ବୀକାର କରେ ତାଙ୍କୁ ଆବିଷ୍କାର କରିବା ନିମନ୍ତେ ସମସ୍ତ ନିଷ୍ଠାପର ସଂଶୟ ଓ ଅସ୍ବୀକାରର ପରିଣତିରେ ସେ ଆବିଷ୍କାର ଅନିବାର୍ଯ୍ୟ।“ (ଭାଷାନ୍ତର ମନୋଜ ଦାସ)
ଏକ ଅତିଭୌତିକ ଶକ୍ତିର ଭୟରେ ଯଦି ଜଣେ ମନ୍ଦିର, ମସ୍‌ଜିଦ ବା ଗିର୍ଜା ଯାଇ ଉପାସନା କରେ ତାକୁ ଆସ୍ତିକ କୁହାଯିବ ନାହିଁ ଯେ ପର୍ଯ୍ୟନ୍ତ ସେ ଭଗବାନ୍‌ଙ୍କୁ ଅତ୍ର ତତ୍ର ସର୍ବତ୍ର ଅନୁଭବ ନ କରିଛି। ଅନେକେ ଏଭଳି ଭୟରେ ହେଉ ବା ଅନିଚ୍ଛା ସତ୍ତ୍ୱେ ପରମ୍ପରାକୁ ମାନି ହେଉ ଭଗବାନ୍‌ଙ୍କୁ ବିଶ୍ୱାସ କରନ୍ତି ଓ ଉପାସନା କରନ୍ତି। ସ୍ବାମୀ ବିବେକାନନ୍ଦ ଏହିଭଳି ଲୋକଙ୍କୁ କପଟୀ କହିଛନ୍ତି। ତାଙ୍କ ମତରେ ଜଣେ କପଟୀ ହେବା ଅପେକ୍ଷା ସ୍ପଷ୍ଟ ନାସ୍ତିକ ହେବା ଶ୍ରେୟସ୍କର। ସେ କହିଛନ୍ତି, ”ନିଜ ଉପରେ ବିଶ୍ୱାସ କର, ତା’ପରେ ତୁମେ ଭଗବାନ୍‌ଙ୍କୁ ବିଶ୍ୱାସ କରିବ।“ ”ଆମର ଧର୍ମରେ ବିଶ୍ୱାସ ନାହିଁ କି ନିଜ ଉପରେ ବିଶ୍ୱାସ ନାହିଁ। ଆମେ ଧାର୍ମିକ ହେବାର ଛଳନା କରୁଛୁ ମାତ୍ର।“ ପୁନଶ୍ଚ ଧର୍ମ କହିଲେ, ଈଶ୍ୱର ବିଶ୍ୱାସ ଓ ଈଶ୍ୱର ଆରାଧନାକୁ ବୁଝାଏ ନାହିଁ, ଏହା ହେଉଛି ଅନୁଭବର ବିଷୟ। ”ଯେ ପର୍ଯ୍ୟନ୍ତ ଆମେ ଏହି ଅନୁଭୂତିକୁ ପ୍ରାପ୍ତ କରିନାହୁଁ ସେ ପର୍ଯ୍ୟନ୍ତ ତଥାକଥିତ ଆସ୍ତିକ ଓ ନାସ୍ତିକ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ।“ ଭଗବାନ୍‌ ବା ଧର୍ମକୁ ପ୍ରଶ୍ନ କରିବା ଅର୍ଥ ନାସ୍ତିକତା ନୁହେଁ। ବରଂ ଏହା ବିଶ୍ୱାସକୁ ଦୃଢ଼କରେ। କୌଣସି ନିର୍ଦ୍ଦିଷ୍ଟ ନାମଧାରୀ ଆସ୍ତିକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ନ ହୋଇ ନାସ୍ତିକ ପରିଗଣିତ ହେଲେ ମଧ୍ୟ ଏମାନେ ସତ୍ୟର ଅନୁସନ୍ଧାନୀ। ”ମଣିଷ ସର୍ବଦା ଭ୍ରାନ୍ତିରୁ ସତ୍ୟକୁ ଗତି କରୁନାହିଁ। ସତ୍ୟରୁ ସତ୍ୟକୁ ଗତି କରୁଛି- ନିମ୍ନତର ସତ୍ୟରୁ ଉଚ୍ଚତର ସତ୍ୟ ଆଡ଼କୁ ଗତି କରୁଛି।“
ଭଗବାନ୍‌ଙ୍କ ବିଷୟରେ ଦୁଇଟି ଧାରଣା ଅଛି, ବୈୟକ୍ତିକ ଓ ନୈର୍ବି୍ୟକ୍ତିକ। ଗୋଟିଏ ଧାରଣା ଅନୁଯାୟୀ ଭଗବାନ୍‌ ସର୍ବଶକ୍ତିମାନ ଓ ଏହି ଜଗତର ସ୍ରଷ୍ଟା ଏବଂ ଅନ୍ୟଟି ହେଉଛି ଆମେ ସମସ୍ତେ ‘ସେ’। ନାସ୍ତିକମାନେ ଭଗବାନ୍‌ ଧାରଣାକୁ ଭ୍ରାନ୍ତ କହୁଥିବାବେଳେ ଜଗତକୁ ସତ୍ୟ ବୋଲି କହନ୍ତି। ସ୍ବାମୀ ବିବେକାନନ୍ଦ କହନ୍ତି, ”ଯିଏ ଉଭୟ ଜଗତ ଓ ଭଗବାନ୍‌ଙ୍କ ଅସ୍ତିତ୍ୱକୁ ଅସ୍ବୀକାର କରେ କେବଳ ସେ ନାସ୍ତିକ।“ ଜଣେ ଭଗବାନ୍‌ଙ୍କ ଅସ୍ତିତ୍ୱକୁ ସ୍ବୀକାର ନ କଲେ ମଧ୍ୟ ଯଦି ନିଜର ଓ ଜଗତର ଅସ୍ତିତ୍ୱକୁ ସ୍ବୀକାର କରୁଛି ସିଏ ନାସ୍ତିକ ନୁହେଁ। ଯେଉଁମାନେ ନିଜକୁ ନାସ୍ତିକ ବୋଲି ପ୍ରଚାର କରନ୍ତି ସେମାନେ ଅନ୍ତରରେ କେବେ ନାସ୍ତିକ ନ ଥାନ୍ତି। ସେମାନଙ୍କ ନାସ୍ତିକତା କପଟ ମାତ୍ର। କମ୍ୟୁନିଷ୍ଟ ଶାସିତ ରୁଷିଆରେ ପ୍ରାଥମିକ ପାଠ୍ୟକ୍ରମରେ ଧର୍ମର ବ୍ୟାଖ୍ୟା ‘ଜନସାଧାରଣଙ୍କ ପାଇଁ ଅଫିମ’ ଓ ଭଗବାନ୍‌ଙ୍କ ବ୍ୟାଖ୍ୟା ‘ମନଗଢ଼ା ଅଳିକ ଶକ୍ତି’ ଭାବରେ ଲିପିବଦ୍ଧ ହୋଇଥିଲା। ଥରେ ଜଣେ ଶିକ୍ଷା ବିଭାଗୀୟ ନିରୀକ୍ଷକ ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ କିଛି ପ୍ରଶ୍ନ ପଚାରୁଥାନ୍ତି। ଜଣେ ଛାତ୍ରକୁ ଧର୍ମ ଓ ଭଗବାନ୍‌ଙ୍କ ବ୍ୟାଖ୍ୟା ପଚାରନ୍ତେ ସେ ଉପଯୁକ୍ତ ଉତ୍ତର ଦୁଇଟି ଦେବାରୁ ପ୍ରଶଂସିତ ହେଲା। ନିରୀକ୍ଷକ ଚାଲିଯିବା ପରେ ସେ ତା’ ସାଙ୍ଗକୁ ଖୁସିରେ ଚୁପ୍‌ଚୁପ୍‌ କହିଲା, ”ମୁଁ ଠିକ୍‌ ଉତ୍ତର ଦେଇଛି। ଭଗବାନ୍‌ଙ୍କୁ ଧନ୍ୟବାଦ।“ ଅଧିକାଂଶ ନାସ୍ତିକ ଏହି ଶ୍ରେଣୀୟ। ବିଶିଷ୍ଟ ବୈଜ୍ଞାନିକ ଆଇନଷ୍ଟାଇନ୍‌ ମଧ୍ୟ ନିଜକୁ କେବେ ନାସ୍ତିକ କହି ନ ଥିଲେ। ସେ କହୁଥିଲେ, ”ଭଗବାନ୍‌ଙ୍କ ଅସ୍ତିତ୍ୱ ବିଷୟ ପ୍ରଶ୍ନକୁ କେବଳ ‘ହଁ ବା ନା’ରେ ଉତ୍ତର ଦେଇହେବ ନାହିଁ। ଏହା ସବୁଠୁ କଷ୍ଟ ବିଷୟ ଓ ଆମର ସୀମାବଦ୍ଧ ମନ ପାଇଁ ଏହି ବିଷୟ ବିଶାଳ ଓ ବ୍ୟାପକ।“ ଏଣୁ ଦୁନିଆରେ ସମ୍ପୂର୍ଣ୍ଣ ନାସ୍ତିକ ବିରଳ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri