ମହାକାଶ ଦୌଡ଼

୧୯୫୭ରୁ ୧୯୬୯ ଏହି ୧୨ ବର୍ଷ ମଧ୍ୟରେ ଆମେରିକୀୟ ଓ ରୁଷୀୟମାନେ ସ୍ପେସ ରେସ୍‌ ବା ମହାକାଶ ଦୌଡ଼ର ଅନେକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ। ରୁଷୀୟମାନେ ପ୍ରଥମେ ପ୍ରାୟ ସବୁଥିରେ ବିଜୟୀ ହୋଇଥିଲେ। ସେମାନେ ୧୯୫୭ରେ ମହାକାଶ କକ୍ଷକୁ ପ୍ରଥମେ ସ୍ଫୁଟନିକ ସାଟେଲାଇଟ ପଠାଇଥିଲେ। ସେହି ସମାନ ବର୍ଷ ପ୍ରଥମ ଜୀବ ଅର୍ଥାତ୍‌ ଲୟିକା ନାମକ କୁକୁରକୁ ମଧ୍ୟ ମହାକାଶକୁ ପଠାଇବାରେ ସଫଳ ହୋଇଥିଲେ। ବଡ଼ କଥା ହେଲା, ୧୯୬୧ରେ ରୁଷୀୟମାନେ ପ୍ରଥମେ ଜଣେ ମାନବ (ୟୁରିଗାଗାରିନ)ଙ୍କୁ ମହାକାଶ କକ୍ଷକୁ ପଠାଇଥିଲେ। ୧୯୬୫ରେ କକ୍ଷରେ ସ୍ଥାପିତ ମହାକାଶଯାନକୁ ଛାଡ଼ି ଆଲେକ୍‌ସେ ଲିଓନୋଭ ପ୍ରଥମେ ମହାକାଶରେ ଚାଲିଥିଲେ। ରୁଷିଆର ଏହିସବୁ ସଫଳତା ପରେ ଆମେରିକା ୧୯୬୯ରେ ଚନ୍ଦ୍ରରେ ପ୍ରଥମେ ମଣିଷ ଓହ୍ଲାଇ ମହାକାଶ ଦୌଡ଼ରେ ବିଜୟୀ ହୋଇଥିଲା। ଏଭଳି କରିବାରେ କେବଳ ଆମେରିକା ହିଁ ସକ୍ଷମ ହୋଇଛି ଓ ପରେ ୧୯୭୨ରେ ଶେଷ ଥର ପାଇଁ ଏହା କରିଥିଲା। ସୋଭିଏଟ୍‌ ଏକ ବୃହତ୍‌ ରକେଟ ବିକାଶ କରିବାରେ ବିଫଳ ହେବା ପରେ ୧୯୭୦ ଦଶକରେ ମହାକାଶ ଦୌଡ଼କୁ ବନ୍ଦ କରିଦେଲା। ଅତ୍ୟଧିକ ଖର୍ଚ୍ଚ ଯୋଗୁ ସେବେଠାରୁ ୫୦ ବର୍ଷ ହେଲା ଚନ୍ଦ୍ରକୁ ମଣିଷ ପଠାଇବାର ତା’ର ଆଉ ଆଗ୍ରହ ଦେଖାଯାଇନାହିଁ। ଆମେରିକା ମଧ୍ୟ ଏଥିପ୍ରତି ମନବଳାଇ ନ ଥିଲା, କିନ୍ତୁ ପରେ ମହାକାଶଯାତ୍ରୀଙ୍କୁ କକ୍ଷ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବାକୁ କମ୍‌ ଖର୍ଚ୍ଚରେ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ କାର୍ଯ୍ୟକ୍ରମ ଆରମ୍ଭ କଲା। ହେଲେ ଏହି କାର୍ଯ୍ୟକ୍ରମରେ ଦୁଇଟି ବିପର୍ଯ୍ୟୟ ୧୯୮୦ ଓ ୨୦୦୦ ଦଶକରେ(କଳ୍ପନା ଚାଓ୍ବଲାଙ୍କ ମୃତ୍ୟୁ) ଘଟିଥିଲା ଏବଂ ଅତ୍ୟଧିକ ବ୍ୟୟ ଓ କ୍ଷତି ଯୋଗୁ ଏହାକୁ ଏକ ଦଶନ୍ଧିରୁ ଊଦ୍ଧର୍‌ବ ହେଲା ବନ୍ଦ କରିଦିଆଯାଇଛି। ଏହା ପରଠାରୁ ଆମେରିକା ଆଉ କକ୍ଷକୁ କୌଣସି ମଣିଷ ପଠାଇ ନ ଥିଲା। କିନ୍ତୁ ୨୦୨୦ରେ ଏକ ଘରୋଇ କମ୍ପାନୀ ଏହା ଉପରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲା। ରୁଷୀୟମାନେ ମଧ୍ୟ ୧୯୬୦ ଦଶନ୍ଧିରେ ବ୍ୟବହାର କରୁଥିବା ଟେକ୍‌ନୋଲୋଜିରେ କିଛି ବିକାଶ କରି ତା’ ଆଧାରରେ ଏଯାବତ୍‌ ରକେଟ ଉଡ଼ାଉଛନ୍ତି।
ମହାକାଶ ନୂତନତ୍ୱ ଅନେକ ଦଶନ୍ଧି ହେଲା ମାନ୍ଦା ଥିଲା। କାରଣ ଏଥିପାଇଁ ସରକାରଗୁଡ଼ିକ ଯୋଗାଉଥିବା ପାଣ୍ଠିର ସିଂହଭାଗ ଅନେକ ଜାତୀୟ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିଦିଆଯାଉଥିଲା। ଏବେ ଆମେରିକାର ମହାକାଶ ସଂସ୍ଥା ନାସା ପାଇଁ ବଜେଟ ରହିଛି ମାତ୍ର ୨୫ ବିଲିୟନ ଡଲାର। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପାଇଁ ବଜେଟ ୧.୫ ବିଲିୟନ ଡଲାର ରଖାଯାଇଛି; ଯେଉଁଥିପାଇଁ ବିଗତ ଦଶନ୍ଧିରେ ଏହା ଉଲ୍ଲେଖନୀୟ ସଫଳତା ପାଇପାରିଛି। ପ୍ରାୟ ୧୫ ବର୍ଷ ପୂର୍ବେ ଯେତେବେଳେ ସାଟେଲାଇଟ କମ୍ୟୁନିକେଶନ, ଜିପିଏସ୍‌ ଏବଂ ଇଣ୍ଟରନେଟ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଥିଲେ ସେତେବେଳେ ମହାକାଶ ବିଜ୍ଞାନରେ ପ୍ରଥମ ପରିବର୍ତ୍ତନ ଆସିଥିଲା। ଘରୋଇ କମ୍ପାନୀଗୁଡ଼ିକ ସେତେବେଳେ ପ୍ରଥମେ ସାଟେଲାଇଟ ଓ ପରେ ରକେଟ ନିର୍ମାଣ ପାଇଁ ଟେକ୍‌ନୋଲୋଜି ବିକାଶ କରିବା ଆରମ୍ଭ କରିଥିଲେ। ଦ୍ୱିତୀୟରେ, ଆମେରିକା ସରକାର ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକୁ ପାଣ୍ଠି ଯୋଗାଇବା ସହ ସର୍ତ୍ତ ରଖି ସେମାନଙ୍କୁ ରକେଟ ଟେକ୍‌ନୋଲୋଜି ବିକାଶ କରିବାକୁ ଅନୁମତି ଦେବା ଦ୍ୱାରା ଏକ ପରିବର୍ତ୍ତନ ଘଟିଛି। କଟକଣା ମଧ୍ୟରେ ବି ଘରୋଇ ସେକ୍ଟର ମହାକାଶ କ୍ଷେତ୍ରରେ ନୂଆ ଜୀବନ ପାଇଛି। ଏହା ବ୍ୟତୀତ ପ୍ରାଇଭେଟ ରକେଟ ଦ୍ୱାରା କକ୍ଷରେ ମଣିଷ ପହଞ୍ଚାଇବା ଲାଗି ଆମେରିକା ସରକାର ଦୁଇଟି କମ୍ପାନୀକୁ ପାଣ୍ଠି ଯୋଗାଇବା ପରେ ଆଉ ଏକ ଛୋଟ ମହାକାଶ ଦୌଡ଼ ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରେ ବୃହତ୍‌ କମ୍ପାନୀ ବୋଇଂ ତା’ଠାରୁ କ୍ଷୁଦ୍ର ସ୍ପେସ-ଏକ୍ସ ଆଗରେ ହାରମାନିଛି। ଏବେ ଏହି ଦୁଇଟି କମ୍ପାନୀ ଅନ୍ତତଃ ୫୦ ବର୍ଷ ପୂର୍ବର ଆକାରର ପୁନଃ ବ୍ୟବହାରଯୋଗ୍ୟ ରକେଟ ନିର୍ମାଣ କରୁଛନ୍ତି। ଏଥିରେ ଦୁଇଟି ଲକ୍ଷ୍ୟ ରଖାଯାଇଛି। ପ୍ରଥମରେ ମହାକାଶ କାର୍ଯ୍ୟକ୍ରମର ଖର୍ଚ୍ଚ କମ୍‌ କରିବା ଏବଂ କକ୍ଷରେ ରଖାଯାଉଥିବା ଜିନିଷର କିଲୋଗ୍ରାମ ପିଛା ଖର୍ଚ୍ଚ କମ୍‌ ରଖିବା। ଦ୍ୱିତୀୟ ଲକ୍ଷ୍ୟ ହେଉଛି ମାନବବାହୀ ମହାକାଶ ଯାନ ଓ ମଙ୍ଗଳରେ ବସତି ସ୍ଥାପନ। ଯଦି ଅନ୍ୟ ଗ୍ରହରେ ମଣିଷ ଘର କରି ରହେ ତେବେ ଚିନ୍ତା କରନ୍ତୁ ଏହା ପୃଥିବୀରେ କେଉଁଭଳି ପରିବର୍ତ୍ତନ ଆଣିବ। ଅବଶ୍ୟ ଏହା କରିବା କଠିନ।
ଏବେ ମହାକାଶ ଦୌଡ଼ର ବିଜୟୀମାନେ ଟଙ୍କା ରୋଜଗାର (ଘରୋଇ କମ୍ପାନୀ ସ୍ପେସ-ଏକ୍ସର ମୂଲ୍ୟ ଏବେ ୧୦୦ ବିଲିୟନ ଡଲାରରୁ ଅଧିକ) ଏବଂ ମହାକାଶରେ ଏକଚାଟିଆ ପ୍ରଭାବ ବିସ୍ତାର କରିବାକୁ ଟେକ୍‌ନୋଲୋଜିର ଅଧିକାରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଦେଖିବାକୁ ଗଲେ ଗୋଟିଏ ସାଟେଲାଇଟ ଉତ୍‌କ୍ଷେପଣରେ ଅନେକ ଶହ କୋଟି ଖର୍ଚ୍ଚ ହେଉଛି। ମହାକାଶରେ ମନମୁଖି କାର୍ଯ୍ୟ ବିଶେଷକରି ବ୍ୟବସାୟିକ ଦିଗରେ ଯଥା ସାଟେଲାଇଟ ଲଞ୍ଚିଂ କମ୍ପାନୀ କିମ୍ବା ଦେଶଗୁଡ଼ିକ ଦ୍ୱାରା ନିୟନ୍ତ୍ରିତ ହେବା ଦରକାର, ଯେମିତି ଅନ୍ୟମାନଙ୍କ ପାଇଁ ଏହାର କୌଣସି ବିକଳ୍ପ ନ ଥିବ। ବ୍ରିଟେନ୍‌ ଏବଂ ଜର୍ମାନୀର ଏବେ ମଧ୍ୟ ସାଟେଲାଇଟ ଉତ୍‌କ୍ଷେପଣ କ୍ଷମତା ନାହିଁ ଏବଂ ସେମାନେ ଆମେରିକାର ଘରୋଇ କମ୍ପାନୀଗୁଡ଼ିକ ଉପରେ ନିର୍ଭରଶୀଳ। ଫ୍ରାନ୍ସର ଆରିଏନ ପ୍ରୋଗ୍ରାମ ଏବେ ନୂଆ ରକେଟ ବିକାଶ କରୁଛି। ଏହି ସବୁ ଘଟଣା ବିଶ୍ୱରେ ମହାକାଶ ଦୌଡ଼କୁ ରୋମାଞ୍ଚକର କରିବାରେ ଲାଗିଛି। ଉକ୍ତ ପୃଷ୍ଠଭୂମି ଆଧାରରେ ଭାରତ ଚନ୍ଦ୍ରରେ ସହଜରେ ରୋଭର ଅବତରଣ କରିବାକୁ ପ୍ରୟାସ କରୁଛି। ଏହି ଚେଷ୍ଟା କରିଚାଲିବ ଏବଂ ଆସନ୍ତା ବର୍ଷ କୌଣସି ଏକ ସମୟରେ କକ୍ଷକୁ ମାନବ ପ୍ରେରଣ କରିବ ବୋଲି ଆଶା କରାଯାଏ। ତେବେ ଚଳିତ ଦଶନ୍ଧି ଶେଷସୁଦ୍ଧା ବିଶ୍ୱରେ କେଉଁ ଦେଶ ଓ କମ୍ପାନୀଗୁଡ଼ିକ ମହାକାଶ ଦୌଡ଼ରେ ବିଜୟୀ ହେଉଛନ୍ତି ସେ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ହୋଇପାରିବା। ତେବେ ଭବିଷ୍ୟତରେ କେବଳ ବିଜ୍ଞାନ ଓ ଟେକ୍‌ନୋଲୋଜି ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏହାର ଅର୍ଥ କ’ଣ ରହିବ?


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri