ମହାକାଶ ଦୌଡ଼

୧୯୫୭ରୁ ୧୯୬୯ ଏହି ୧୨ ବର୍ଷ ମଧ୍ୟରେ ଆମେରିକୀୟ ଓ ରୁଷୀୟମାନେ ସ୍ପେସ ରେସ୍‌ ବା ମହାକାଶ ଦୌଡ଼ର ଅନେକ ପର୍ଯ୍ୟାୟରେ ଅବତୀର୍ଣ୍ଣ ହୋଇଥିଲେ। ରୁଷୀୟମାନେ ପ୍ରଥମେ ପ୍ରାୟ ସବୁଥିରେ ବିଜୟୀ ହୋଇଥିଲେ। ସେମାନେ ୧୯୫୭ରେ ମହାକାଶ କକ୍ଷକୁ ପ୍ରଥମେ ସ୍ଫୁଟନିକ ସାଟେଲାଇଟ ପଠାଇଥିଲେ। ସେହି ସମାନ ବର୍ଷ ପ୍ରଥମ ଜୀବ ଅର୍ଥାତ୍‌ ଲୟିକା ନାମକ କୁକୁରକୁ ମଧ୍ୟ ମହାକାଶକୁ ପଠାଇବାରେ ସଫଳ ହୋଇଥିଲେ। ବଡ଼ କଥା ହେଲା, ୧୯୬୧ରେ ରୁଷୀୟମାନେ ପ୍ରଥମେ ଜଣେ ମାନବ (ୟୁରିଗାଗାରିନ)ଙ୍କୁ ମହାକାଶ କକ୍ଷକୁ ପଠାଇଥିଲେ। ୧୯୬୫ରେ କକ୍ଷରେ ସ୍ଥାପିତ ମହାକାଶଯାନକୁ ଛାଡ଼ି ଆଲେକ୍‌ସେ ଲିଓନୋଭ ପ୍ରଥମେ ମହାକାଶରେ ଚାଲିଥିଲେ। ରୁଷିଆର ଏହିସବୁ ସଫଳତା ପରେ ଆମେରିକା ୧୯୬୯ରେ ଚନ୍ଦ୍ରରେ ପ୍ରଥମେ ମଣିଷ ଓହ୍ଲାଇ ମହାକାଶ ଦୌଡ଼ରେ ବିଜୟୀ ହୋଇଥିଲା। ଏଭଳି କରିବାରେ କେବଳ ଆମେରିକା ହିଁ ସକ୍ଷମ ହୋଇଛି ଓ ପରେ ୧୯୭୨ରେ ଶେଷ ଥର ପାଇଁ ଏହା କରିଥିଲା। ସୋଭିଏଟ୍‌ ଏକ ବୃହତ୍‌ ରକେଟ ବିକାଶ କରିବାରେ ବିଫଳ ହେବା ପରେ ୧୯୭୦ ଦଶକରେ ମହାକାଶ ଦୌଡ଼କୁ ବନ୍ଦ କରିଦେଲା। ଅତ୍ୟଧିକ ଖର୍ଚ୍ଚ ଯୋଗୁ ସେବେଠାରୁ ୫୦ ବର୍ଷ ହେଲା ଚନ୍ଦ୍ରକୁ ମଣିଷ ପଠାଇବାର ତା’ର ଆଉ ଆଗ୍ରହ ଦେଖାଯାଇନାହିଁ। ଆମେରିକା ମଧ୍ୟ ଏଥିପ୍ରତି ମନବଳାଇ ନ ଥିଲା, କିନ୍ତୁ ପରେ ମହାକାଶଯାତ୍ରୀଙ୍କୁ କକ୍ଷ ଓ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଇବାକୁ କମ୍‌ ଖର୍ଚ୍ଚରେ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ କାର୍ଯ୍ୟକ୍ରମ ଆରମ୍ଭ କଲା। ହେଲେ ଏହି କାର୍ଯ୍ୟକ୍ରମରେ ଦୁଇଟି ବିପର୍ଯ୍ୟୟ ୧୯୮୦ ଓ ୨୦୦୦ ଦଶକରେ(କଳ୍ପନା ଚାଓ୍ବଲାଙ୍କ ମୃତ୍ୟୁ) ଘଟିଥିଲା ଏବଂ ଅତ୍ୟଧିକ ବ୍ୟୟ ଓ କ୍ଷତି ଯୋଗୁ ଏହାକୁ ଏକ ଦଶନ୍ଧିରୁ ଊଦ୍ଧର୍‌ବ ହେଲା ବନ୍ଦ କରିଦିଆଯାଇଛି। ଏହା ପରଠାରୁ ଆମେରିକା ଆଉ କକ୍ଷକୁ କୌଣସି ମଣିଷ ପଠାଇ ନ ଥିଲା। କିନ୍ତୁ ୨୦୨୦ରେ ଏକ ଘରୋଇ କମ୍ପାନୀ ଏହା ଉପରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ପରିବର୍ତ୍ତନ ଲକ୍ଷ୍ୟ କରାଗଲା। ରୁଷୀୟମାନେ ମଧ୍ୟ ୧୯୬୦ ଦଶନ୍ଧିରେ ବ୍ୟବହାର କରୁଥିବା ଟେକ୍‌ନୋଲୋଜିରେ କିଛି ବିକାଶ କରି ତା’ ଆଧାରରେ ଏଯାବତ୍‌ ରକେଟ ଉଡ଼ାଉଛନ୍ତି।
ମହାକାଶ ନୂତନତ୍ୱ ଅନେକ ଦଶନ୍ଧି ହେଲା ମାନ୍ଦା ଥିଲା। କାରଣ ଏଥିପାଇଁ ସରକାରଗୁଡ଼ିକ ଯୋଗାଉଥିବା ପାଣ୍ଠିର ସିଂହଭାଗ ଅନେକ ଜାତୀୟ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିଦିଆଯାଉଥିଲା। ଏବେ ଆମେରିକାର ମହାକାଶ ସଂସ୍ଥା ନାସା ପାଇଁ ବଜେଟ ରହିଛି ମାତ୍ର ୨୫ ବିଲିୟନ ଡଲାର। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପାଇଁ ବଜେଟ ୧.୫ ବିଲିୟନ ଡଲାର ରଖାଯାଇଛି; ଯେଉଁଥିପାଇଁ ବିଗତ ଦଶନ୍ଧିରେ ଏହା ଉଲ୍ଲେଖନୀୟ ସଫଳତା ପାଇପାରିଛି। ପ୍ରାୟ ୧୫ ବର୍ଷ ପୂର୍ବେ ଯେତେବେଳେ ସାଟେଲାଇଟ କମ୍ୟୁନିକେଶନ, ଜିପିଏସ୍‌ ଏବଂ ଇଣ୍ଟରନେଟ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଥିଲେ ସେତେବେଳେ ମହାକାଶ ବିଜ୍ଞାନରେ ପ୍ରଥମ ପରିବର୍ତ୍ତନ ଆସିଥିଲା। ଘରୋଇ କମ୍ପାନୀଗୁଡ଼ିକ ସେତେବେଳେ ପ୍ରଥମେ ସାଟେଲାଇଟ ଓ ପରେ ରକେଟ ନିର୍ମାଣ ପାଇଁ ଟେକ୍‌ନୋଲୋଜି ବିକାଶ କରିବା ଆରମ୍ଭ କରିଥିଲେ। ଦ୍ୱିତୀୟରେ, ଆମେରିକା ସରକାର ମହାକାଶ ଷ୍ଟାର୍ଟଅପ୍‌ଗୁଡ଼ିକୁ ପାଣ୍ଠି ଯୋଗାଇବା ସହ ସର୍ତ୍ତ ରଖି ସେମାନଙ୍କୁ ରକେଟ ଟେକ୍‌ନୋଲୋଜି ବିକାଶ କରିବାକୁ ଅନୁମତି ଦେବା ଦ୍ୱାରା ଏକ ପରିବର୍ତ୍ତନ ଘଟିଛି। କଟକଣା ମଧ୍ୟରେ ବି ଘରୋଇ ସେକ୍ଟର ମହାକାଶ କ୍ଷେତ୍ରରେ ନୂଆ ଜୀବନ ପାଇଛି। ଏହା ବ୍ୟତୀତ ପ୍ରାଇଭେଟ ରକେଟ ଦ୍ୱାରା କକ୍ଷରେ ମଣିଷ ପହଞ୍ଚାଇବା ଲାଗି ଆମେରିକା ସରକାର ଦୁଇଟି କମ୍ପାନୀକୁ ପାଣ୍ଠି ଯୋଗାଇବା ପରେ ଆଉ ଏକ ଛୋଟ ମହାକାଶ ଦୌଡ଼ ଆରମ୍ଭ ହୋଇଯାଇଛି। ଏହି ଦୌଡ଼ରେ ବୃହତ୍‌ କମ୍ପାନୀ ବୋଇଂ ତା’ଠାରୁ କ୍ଷୁଦ୍ର ସ୍ପେସ-ଏକ୍ସ ଆଗରେ ହାରମାନିଛି। ଏବେ ଏହି ଦୁଇଟି କମ୍ପାନୀ ଅନ୍ତତଃ ୫୦ ବର୍ଷ ପୂର୍ବର ଆକାରର ପୁନଃ ବ୍ୟବହାରଯୋଗ୍ୟ ରକେଟ ନିର୍ମାଣ କରୁଛନ୍ତି। ଏଥିରେ ଦୁଇଟି ଲକ୍ଷ୍ୟ ରଖାଯାଇଛି। ପ୍ରଥମରେ ମହାକାଶ କାର୍ଯ୍ୟକ୍ରମର ଖର୍ଚ୍ଚ କମ୍‌ କରିବା ଏବଂ କକ୍ଷରେ ରଖାଯାଉଥିବା ଜିନିଷର କିଲୋଗ୍ରାମ ପିଛା ଖର୍ଚ୍ଚ କମ୍‌ ରଖିବା। ଦ୍ୱିତୀୟ ଲକ୍ଷ୍ୟ ହେଉଛି ମାନବବାହୀ ମହାକାଶ ଯାନ ଓ ମଙ୍ଗଳରେ ବସତି ସ୍ଥାପନ। ଯଦି ଅନ୍ୟ ଗ୍ରହରେ ମଣିଷ ଘର କରି ରହେ ତେବେ ଚିନ୍ତା କରନ୍ତୁ ଏହା ପୃଥିବୀରେ କେଉଁଭଳି ପରିବର୍ତ୍ତନ ଆଣିବ। ଅବଶ୍ୟ ଏହା କରିବା କଠିନ।
ଏବେ ମହାକାଶ ଦୌଡ଼ର ବିଜୟୀମାନେ ଟଙ୍କା ରୋଜଗାର (ଘରୋଇ କମ୍ପାନୀ ସ୍ପେସ-ଏକ୍ସର ମୂଲ୍ୟ ଏବେ ୧୦୦ ବିଲିୟନ ଡଲାରରୁ ଅଧିକ) ଏବଂ ମହାକାଶରେ ଏକଚାଟିଆ ପ୍ରଭାବ ବିସ୍ତାର କରିବାକୁ ଟେକ୍‌ନୋଲୋଜିର ଅଧିକାରୀ ହେବାକୁ ପ୍ରସ୍ତୁତ ହେଉଛନ୍ତି। ଦେଖିବାକୁ ଗଲେ ଗୋଟିଏ ସାଟେଲାଇଟ ଉତ୍‌କ୍ଷେପଣରେ ଅନେକ ଶହ କୋଟି ଖର୍ଚ୍ଚ ହେଉଛି। ମହାକାଶରେ ମନମୁଖି କାର୍ଯ୍ୟ ବିଶେଷକରି ବ୍ୟବସାୟିକ ଦିଗରେ ଯଥା ସାଟେଲାଇଟ ଲଞ୍ଚିଂ କମ୍ପାନୀ କିମ୍ବା ଦେଶଗୁଡ଼ିକ ଦ୍ୱାରା ନିୟନ୍ତ୍ରିତ ହେବା ଦରକାର, ଯେମିତି ଅନ୍ୟମାନଙ୍କ ପାଇଁ ଏହାର କୌଣସି ବିକଳ୍ପ ନ ଥିବ। ବ୍ରିଟେନ୍‌ ଏବଂ ଜର୍ମାନୀର ଏବେ ମଧ୍ୟ ସାଟେଲାଇଟ ଉତ୍‌କ୍ଷେପଣ କ୍ଷମତା ନାହିଁ ଏବଂ ସେମାନେ ଆମେରିକାର ଘରୋଇ କମ୍ପାନୀଗୁଡ଼ିକ ଉପରେ ନିର୍ଭରଶୀଳ। ଫ୍ରାନ୍ସର ଆରିଏନ ପ୍ରୋଗ୍ରାମ ଏବେ ନୂଆ ରକେଟ ବିକାଶ କରୁଛି। ଏହି ସବୁ ଘଟଣା ବିଶ୍ୱରେ ମହାକାଶ ଦୌଡ଼କୁ ରୋମାଞ୍ଚକର କରିବାରେ ଲାଗିଛି। ଉକ୍ତ ପୃଷ୍ଠଭୂମି ଆଧାରରେ ଭାରତ ଚନ୍ଦ୍ରରେ ସହଜରେ ରୋଭର ଅବତରଣ କରିବାକୁ ପ୍ରୟାସ କରୁଛି। ଏହି ଚେଷ୍ଟା କରିଚାଲିବ ଏବଂ ଆସନ୍ତା ବର୍ଷ କୌଣସି ଏକ ସମୟରେ କକ୍ଷକୁ ମାନବ ପ୍ରେରଣ କରିବ ବୋଲି ଆଶା କରାଯାଏ। ତେବେ ଚଳିତ ଦଶନ୍ଧି ଶେଷସୁଦ୍ଧା ବିଶ୍ୱରେ କେଉଁ ଦେଶ ଓ କମ୍ପାନୀଗୁଡ଼ିକ ମହାକାଶ ଦୌଡ଼ରେ ବିଜୟୀ ହେଉଛନ୍ତି ସେ ସମ୍ପର୍କରେ ଆମେ ଭଲ ଭାବେ ଅବଗତ ହୋଇପାରିବା। ତେବେ ଭବିଷ୍ୟତରେ କେବଳ ବିଜ୍ଞାନ ଓ ଟେକ୍‌ନୋଲୋଜି ନୁହେଁ, ବରଂ ସମଗ୍ର ମାନବଜାତି ପାଇଁ ଏହାର ଅର୍ଥ କ’ଣ ରହିବ?


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?