Posted inରାଜ୍ୟ

ସୁପ୍ରିମକୋର୍ଟରେ ପୂର୍ବତନ CJIଙ୍କ ପୁଅ ଲଢ଼ିବେ ୟୁଟ୍ୟୁବର Ranveer Allahbadiaଙ୍କ କେସ୍‌, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୪।୨: କମେଡିଆନ ସମୟ ରାଇନାଙ୍କ ରିଆଲିଟି ଶୋ’ ‘ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟ’ରେ ବିବାଦୀୟ ବୟାନ ଦେଇଥିବା ରଣବୀର ଆଲ୍ଲାହାବାଦିଆଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିରୋଧରେ ମହାରାଷ୍ଟ୍ରରୁ ଆସାମ ଯାଏ FIR ରୁଜୁ ହୋଇଛି। ତାଙ୍କ କେସ୍‌ ଓକିଲ ଅଭିନବ ଚନ୍ଦ୍ରଚୂଡ଼ ଲଢ଼ୁଛନ୍ତି, ଯିଏ ଦେଶର ପୂର୍ବତନ ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ।
ଚନ୍ଦ୍ରଚୂଡ଼ ସୁପ୍ରିମକୋର୍ଟରେ ଯାଚିକା ଦାୟର କରି ଆଲ୍ଲାହାବାଦିଆଙ୍କ ବିରୋଧରେ ରୁଜୁ କରାଯାଇଥିବା ଏଫ୍‌ଆଇଆର୍‌ ରଦ୍ଦ କରିବାକୁ ଦାବି କରି ତତ୍କାଳ ଶୁଣାଣି ଲାଗି ଅନୁରୋଧ କରିଥିଲେ। ରଣବୀରଙ୍କ ଦାବିକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ଖନ୍ନା ଖାରଜ କରିଦେଇଛନ୍ତି। ଏହାପରେ ଯାଚିକାଗୁଡ଼ିକ ଦୁଇ ତିନି ଦିନ ମଧ୍ୟରେ କୋର୍ଟର ପ୍ରୋସିଡିଂରେ ତାଲିକା କରାଯିବ।

ତେବେ ଅଭିନବ, ୟୁଟ୍ୟୁବର ରଣବୀରଙ୍କ ବିରୋଧରେ ଦାଖଲ କରାଯାଇଥିବା ଭିନ୍ନ ଭିନ୍ନ ରାଜ୍ୟରେ କରାଯାଇଥିବା ମାମଲାରେ ଏକାସହ ଶୁଣାଣୀ କରିବାର ନିର୍ଦ୍ଦେଶ ଦେବାର ଦାବି ନେଇ ଯାଇଥିଲେ। ଏହି ମାମଲାରେ ତତ୍କାଳ ଶୁଣାଣି ଦାବି କରାଯାଇଥିଲା। ହେଲେ କୋର୍ଟ ଏହାକୁ ମନା କରି ଆଗାମୀ ଦୁଇରୁ ତିନି ଦିନରେ ତାହା ଉପରେ ଯାଚିକା ଉପରେ ଶୁଣାଣି ହେବ ବୋଲି କହିଛନ୍ତି।

କହିରଖୁଛୁ, ଅଭିନବ ପୂର୍ବତନ ସିଜେଆଇ ଡି ଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ପୁଅ। ସେ ନିଜର ବାପା ଏବଂ ଜେଜେବାପାଙ୍କ ଭଳି ପେସାରେ ଓକିଲ। ଅଭିନବ ବମ୍ବେ ହାଇକୋର୍ଟରେ ଅଭ୍ୟାସ କରୁଛନ୍ତି। ସେ ନିଜର ପୁସ୍ତକ ଏବଂ ଲେଖାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଅଭିନବ ନିଜ ବାପାଙ୍କ ଭଳି ହାଓ୍ବାର୍ଡ ଲ’ ସ୍କୁଲରୁ LL.M କରିଛନ୍ତି। ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟର ର଼୍ୟାଙ୍କ ହୋଲ୍ଡର ଅଟନ୍ତି। ୨୦୦୩ ରୁ ୨୦୦୮ ମଧ୍ୟରେ ଅଭିନବ ପଢ଼ାରେ ସର୍ବଦା ପ୍ରଥମ ସ୍ଥାନ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବୈଶିଙ୍ଗାରେ ଲଜ୍ଜା: ଶିଶୁ କନ୍ୟାକୁ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା

ବୈଶିଙ୍ଗା,୨୧।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ୧୩ ବର୍ଷିୟ ସମ୍ପର୍କୀୟ ନାବାଳକ ଭାଇ ଯୌନ ନିର୍ଯାତନା ଦେଇଥିବା…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ବର୍ଷା, ପବନରେ ଓଲଟିଲା ପୂଜା ମଣ୍ଡପ: ଚାପି ହୋଇଗଲା କାର୍‌, ବାଇକ୍‌

ପାରାଦୀପ,୨୧।୯(ଶରତ ରାଉତ): ପାରାଦୀପର ପ୍ରସିଦ୍ଧ ବିଶ୍ବକର୍ମା ପୂଜା ମହୋତ୍ସବ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ହେଲେ ଲଘୁଚାପ ଜନିତ ବର୍ଷା, ପବନ ଯୋଗୁ ପାରାଦୀପ ପୋର୍ଟ ଆଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?