Posted inଜାତୀୟ

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୨୫ା୧: ବିଶ୍ୱରେ ପରିଚିତି ଲାଭ କରିଥିବା ଭାରତର ଅନ୍ୟତମ ସୁସ୍ବାଦୁ ବ୍ୟଞ୍ଜନ ବଟର ଚିକେନ୍‌ର ଉଦ୍ଭାବକ କିଏ। ଏହି ପ୍ରଶ୍ନକୁ ନେଇ ଏବେ ଦେଶର ଦୁଇଟି ରେଷ୍ଟୁରାଣ୍ଟ ଚେନ୍‌ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଓ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଭଳି ବ୍ୟକ୍ତିଙ୍କୁ ଆତିଥ୍ୟ ପ୍ରଦାନ କରିଥିବା ଦିଲ୍ଲୀର ରେଷ୍ଟୁରାଣ୍ଟ ବ୍ରାଣ୍ଡ୍‌ ‘ମୋତି ମହଲ’ ପକ୍ଷରୁ ସାମ୍ନାକୁ ଅଣାଯାଇଥିବା ଏହି ପ୍ରସଙ୍ଗ ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି।
ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ମିଶ୍ରିତ ଏକ ବ୍ୟଞ୍ଜନ। ଏହାକୁ ଟେଷ୍ଟ ଆଟଲାସ୍‌ ବିଶ୍ୱର ସର୍ବୋତ୍ତମ ଡିସ୍‌ ତାଲିକାର ୪୩ତମ ସ୍ଥାନରେ ରଖିଛି। ପ୍ରାୟ ୪ ଲକ୍ଷ ୟୁଜର୍ସ ଏହାକୁ ରେଟ୍‌ କରିଛନ୍ତି। ବଟର ଗାର୍ଲିକ୍‌ ନାନ୍‌ ବ୍ରେଡ୍‌ ପରେ ଭାରତୀୟ ଖାଦ୍ୟଗୁଡ଼ିକ ମଧ୍ୟରେ ଏହାର ର଼୍ୟାଙ୍କ ହେଉଛି ଦ୍ୱିତୀୟ। ମୋତି ମହଲ ପକ୍ଷରୁ ଦାବି କରାଯାଇଛି ଯେ, ୧୯୩୦ ଦଶକରେ ପାକିସ୍ତାନର ପେଶାଓ୍ବରରେ ରେଷ୍ଟୁରାଣ୍ଟ ପ୍ରତିଷ୍ଠାତା ଲାଲ ଗୁଜରାଲ ପ୍ରଥମେ ଏହି ଚିକେନ୍‌ ତରକାରୀ ପ୍ରସ୍ତୁତ କରିଥିଲେ। ପରେ ସେ ଦିଲ୍ଲୀକୁ ଚାଲିଆସିଥିଲେ। ଗୁଜରାଲ ପରିବାର ୨,୭୫୨ ପୃଷ୍ଠା ସମ୍ବଳିତ ନିଜ ଆବେଦନରେ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ଦରିୟାଗଞ୍ଜକୁ ଅଭିଯୁକ୍ତ ଦର୍ଶାଇଛି। ଦରିୟାଗଞ୍ଜ ମିଛଟାରେ ନିଜକୁ ବଟର ଚିକେନ୍‌ର ଉଦ୍ଭାବକ ବୋଲି ଦାବି କରୁଛି। ସେହିପରି ଦାଲ ମଖାନିକୁ ମଧ୍ୟ ନିଜର ଉତ୍ପାଦ ବୋଲି କହୁଛି। ମୋତି ମହଲ ଓ୍ବେବ୍‌ସାଇଟ୍‌ରୁ ଏହି ବ୍ୟଞ୍ଜନଗୁଡ଼ିକର ନକଲ କରି ବିକ୍ରି କରୁଛି। ତେଣୁ ଦରିୟାଗଞ୍ଜଠାରୁ ଗୁଜରାଲ ପରିବାର ୨୪୦,୦୦୦ ଡଲାର କ୍ଷତିପୂରଣ ଦାବି କରିଛି। ମୋତି ମହଲ ପରିଚାଳନା ନିର୍ଦ୍ଦେଶକ ମନୀଷ ଗୁଜରାଲ କହିଛନ୍ତି, କାହାର ଲିଗାସିକୁ ଅନ୍ୟ କେହି ନେଇପାରିବେ ନାହିଁ। ପାକିସ୍ତାନରେ ମୋ’ ଜେଜେବାପା ରହୁଥିବାବେଳେ ବଟର ଚିକେନ୍‌ ଉଦ୍ଭାବନ କରିଥିଲେ। ଅନ୍ୟପକ୍ଷେ ୨୦୧୯ରେ ଦିଲ୍ଲୀରେ ପ୍ରତିଷ୍ଠିତ ଦରିୟାଗଞ୍ଜ ଏହାକୁ ଖଣ୍ଡନ କରିଛି। ଦରିୟାଗଞ୍ଜର ପୂର୍ବତନ ମାଲିକ ସ୍ବର୍ଗତ କୁନ୍ଦନ ଲାଲ ଜଗ୍ଗି ୧୯୪୭ରେ ଦିଲ୍ଲୀରେ ଗୁଜରାଲଙ୍କ ସହ ମିଶି ପାର୍ଟନରଶିପ୍‌ରେ ରେଷ୍ଟୁରାଷ୍ଟ ନିର୍ମାଣ କରିଥିଲେ। ସେହି ରେଷ୍ଟୁରାଣ୍ଟରେ ଏହି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିବାରୁ ଏହାର ସ୍ବତ୍ୱାଧିକାର ନିଜ ପାଖରେ ଥିବା ଦରିୟାଗଞ୍ଜ ଦାବି କରିଛି। ସହଭାଗିତା ଦାବି ସପକ୍ଷରେ ଦରିୟାଗଞ୍ଜ ୧୯୪୯ରେ ପଞ୍ଜୀକୃତ ଏକ ହାତଲେଖା ପାର୍ଟନରଶିପ୍‌ ଦସ୍ତାବିଜ ଦେଖାଇଛି। ସାମାଜିକ ଗଣମାଧ୍ୟମରେ ଏହି ବିବାଦ ଭାଇରାଲ ହେବାରେ ଲାଗିଛି। ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ପ୍ରଥମ ଶୁଣାଣି କରିଥିଲେ। ଆସନ୍ତା ମେ’ରେ ଏହାର ପରବର୍ତ୍ତୀ ଶୁଣାଣି କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ମିଳିଲା ବଡ଼ ଦାୟିତ୍ୱ : ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଲେ…

ଛତ୍ରପୁର, ୭।୪(,ଦିଲ୍ଲୀପ ସାମଲ): ଆଜି ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠି ଗଞ୍ଜାମ ଜିଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦଳୀୟ ନେତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri