କାହାକୁ ମିଳିଥାଏ ‘ଭାରତ ରତ୍ନ’? ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ ମିଳେ କି କି ସୁବିଧା ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୧: ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି ‘ଭାରତ ରତ୍ନ’। ରାଜନୀତି, କଳା, ଖେଳ, ସାହିତ୍ୟ, ବିଜ୍ଞାନ, ବ୍ୟବସାୟ, ଲେଖକ ଏବଂ ସମାଜସେବା ଆଦି କ୍ଷେତ୍ରରେ ଅସାଧାରଣ ସେବା ଲାଗି ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ୧୯୫୪ ଜାନୁଆରୀ ୨ରେ ତତ୍କାଳୀନ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ଏହି ପୁରସ୍କାର ପ୍ରଦାନ କରିବା ଆରମ୍ଭ କରିଥିଲେ। ୧୯୫୪ରେ ଏହି ସମ୍ମାନ କେବଳ ଜୀବିତାବସ୍ଥାରେ ଦିଆଯାଉଥିଲା, ହେଲେ ୧୯୫୫ରେ ମରୋଣତ୍ତରକୁ ମଧ୍ୟ ଏଥିରେ ଯୋଡ଼ାଯାଇଥିଲା।

‘ଭାରତ ରତ୍ନ’ ସମ୍ମାନ ଲାଗି ଚୟନ ପ୍ରକ୍ରିୟା ପଦ୍ମ ପୁରସ୍କାରଠାରୁ ଭିନ୍ନ ଥାଏ। ପ୍ରଧାନମନ୍ତ୍ରୀ ଏଥିଲାଗି ରାଷ୍ଟ୍ରପତିଙ୍କୁ ସୁପାରିସ କରିଥାନ୍ତି। ଏହି ପୁରସ୍କାର ପାଉଥିବା ବ୍ୟକ୍ତିଙ୍କୁ ସରକାରଙ୍କ ତରଫରୁ ଏକ ପ୍ରମାଣପତ୍ର ଏବଂ ମେଡାଲ ଦିଆଯାଇଥାଏ। ଏଥିରେ କୌଣସି ଧନରାଶି ଦିଆଯାଏନାହିଁ। ହେଲେ ସବୁଦିନ ଲାଗି ରେଳରେ ମାଗଣା ଯାତ୍ରା ସେବା ମିଳିଥାଏ। ସେମାନଙ୍କୁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଭିନ୍ନ ସୁବିଧା ଦେଇଥାନ୍ତି।

Share