ଚାଇନାକୁ ଦାୟିତ୍ୱ ଦେଲା ଡବ୍ଲ୍ୟୁଏଚ୍‌ଓ

ଜେନେଭା, ୪।୧୧:କରୋନା ମହାମାରୀ ସାରା ବିଶ୍ୱକୁ କାୟା ମେଲାଇ ଏବେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ କରିଥିବାବେଳେ ଏହି ଭୂତାଣୁର ଉତ୍ସ ସନ୍ଧାନ କରିବାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଚାଇନା ନିକଟରେ ଏକପ୍ରକାର ଆତ୍ମସମର୍ପଣ କରିଥିବା ଦେଖାଯାଇଛି। ସଂକ୍ରମଣ ଆରମ୍ଭ ହେବାର ଦୁଇମାସ ପରେ ଫେବୃୟାରୀ ମଧ୍ୟଭାଗରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏହାର ତଦନ୍ତ ଲାଗି ଚାଇନାରେ ପହଞ୍ଚତ୍ଥିଲେ। ଭୂତାଣୁର ମୂଳ ଉତ୍ସ କ’ଣ ବା କେଉଁ ପ୍ରାଣୀ ଦେହରୁ ଏହା ମାନବ ଶରୀରକୁ ଆସିଛି, ତାହା ଖୋଜି ବାହାର କରିବା ଏହି ତଦନ୍ତର ମୁଖ୍ୟ ଲକ୍ଷ୍ୟ ଥିଲା। ତାହା ଜଣାପଡ଼ିଥିଲେ ଭବିଷ୍ୟତରେ ଏଭଳି ସଂକ୍ରମଣକୁ ରୋକାଯାଇପାରିଥାନ୍ତା ବୋଲି ସେତେବେଳେ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ ନିର୍ଦ୍ଦେଶକ ମିଚେଲ ର଼୍ୟାନ୍‌ କହିଥିଲେ। ତେବେ ଟିମ୍‌ ସଦସ୍ୟମାନଙ୍କୁ ଏଥିପାଇଁ ଅନୁମତି ମିଳି ନ ଥିଲା। ଜରୁରୀ କମିଟିର ପରାମର୍ଶକ୍ରମେ ଡବ୍ଲ୍ୟୁଏଚ୍‌ଓ ନିଜ ବିଶେଷଜ୍ଞମାନଙ୍କୁ ତଦନ୍ତରୁ ଦୂରେଇ ନେଲା। ଚାଇନା କ’ଣ ପଦକ୍ଷେପ ନେଇଛି, ସେ ସମ୍ପର୍କରେ ସେମାନେ ପଚାରିଲେ ନାହିଁ କି ସେଠାର ଉହାନ ସହରରେ ଥିବା ପ୍ରାଣୀ ବଜାରକୁ ପରିଦର୍ଶନରେ ଗଲେ ନାହିଁ। ୯ ମାସ ପରେ କରୋନା ସଂକ୍ରମଣରେ ୧୧ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲେ ହେଁ ଭୂତାଣୁର ଉତ୍ସ ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ହୋଇନାହିଁ।
ଏବେ ୟୁରୋପ ଓ ଆମେରିକାରେ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବାବେଳେ ଚାଇନା ବାହ୍ୟ ତଦନ୍ତକାରୀଙ୍କ ତାଲିକାକୁ ଅନୁମୋଦନ କରିଛି। ତେବେ ଚାଇନାର ବିଶେଷଜ୍ଞମାନେ କରିଥିବା ଅଧ୍ୟୟନକୁ ଡବ୍ଲ୍ୟୁଏଚ୍‌ଓର ବିଶେଷଜ୍ଞମାନେ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri