Categories: ଜାତୀୟ

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ ସଭା ଆସନରୁ ଭାଜପା ଏମ୍‌ପି ମହେଶ ଶର୍ମାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ କହିଛନ୍ତି, ଯଦି କେହି ନରେନ୍ଦ୍ର ମୋଦି ଏବଂ ଯୋଗୀ ଆଦିତ୍ୟନାଥଙ୍କୁ ନିଜର ବୋଲି ଭାବନ୍ତି ନାହିଁ, ତେବେ ସେ ତାଙ୍କ ପିତାଙ୍କୁ ମଧ୍ୟ ନିଜର ଭାବନ୍ତି ନାହିଁ। ମହେଶଙ୍କ ଏହି ମନ୍ତବ୍ୟକୁ ନେଇ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ଭାଜପା ବିରୋଧରେ ରାଜପୁତଙ୍କ ଅସନ୍ତୋଷ ଦେଶର ଅନେକ ସ୍ଥାନରେ ଜଣାଶୁଣା। ମହେଶ ଶର୍ମାଙ୍କ ମନ୍ତବ୍ୟ ନିନ୍ଦନୀୟ
ଭାଜପା ଏମ୍‌ପି ମହେଶ ଶର୍ମାଙ୍କ ଏହି ଭିଡିଓ ଗତ ସପ୍ତାହର ବୋଲି ଜଣପାଡିଛି। ବୁଲନ୍ଦସହରର ଖୁରଜା ଠାରେ ଏକ ନିର୍ବାଚନ ସମାବେଶକୁ ସମ୍ବୋଧିତ କରି ଏକଥା କହିଥିଲେ। ଏଠାରେ ମହେଶ ଶର୍ମା କହିଥିଲେ, ଯେଉଁମାନେ ମୋଦି ଏବଂ ଯୋଗୀଙ୍କୁ ନିଜର ବୋଲି ଭାବନ୍ତି ନାହିଁ, ସେମାନେ ନିଜ ପିତାଙ୍କୁ ନିଜର ବୋଲି ଭାବିବେ ନାହିଁ, ମୁଁ ଏହା କହିବାକୁ ଚାହେଁ। ଯଦି କେହି ମୋଦି ଏବଂ ଯୋଗୀଙ୍କଠାରୁ ଅଧିକ ତୁମକୁ ନିଜର ବୋଲି କୁଅନ୍ତି ସେମାନେ ଦେଶଦ୍ରୋହୀ, ସେ ଦେଶ ତଥା ରାଜ୍ୟର କଲ୍ୟାଣ ଚାହୁଁ ନାହାଁନ୍ତି।

Share