କାହାକୁ ଲାଷ୍ଟ ଫୋନ୍ କରିଥିଲେ IIC ବିଉଟି ମହାନ୍ତି: ଡିସିପି କହିଲେ…

କଟକ, ୭।୭: IIC ବିଉଟି ମହାନ୍ତିଙ୍କ ମୃତ୍ୟୁ ଘଟଣାର ତଦନ୍ତ ଜାରି ରହିଥିବା ବେଳେ କଟକ ଡିସିପି ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଶ୍ୱାସରୁଦ୍ଧ ହେବା କାରଣରୁ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।

ଡିସିପିଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ତଦନ୍ତରେ କୌଣସି ଫାଉଲ ପ୍ଲେ (ଅପରାଧଜନିତ କାର୍ଯ୍ୟ) ସମ୍ପର୍କିତ ପ୍ରମାଣ ମିଳିନାହିଁ। ତଥାପି, ତଦନ୍ତକୁ ଅଧିକ ନିରପେକ୍ଷ ପାଇଁ ବିଶେଷଜ୍ଞଙ୍କ ମତାମତ ନିଆଯିବ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ମୃତକଙ୍କ ଭିସେରା ନମୁନା ପରୀକ୍ଷା ପାଇଁ ପଠାଯାଇଛି ଏବଂ ତାହାର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଏହି ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସମ୍ପର୍କରେ ଅଧିକ ସ୍ପଷ୍ଟତା ଆସିବ ବୋଲି ସେ ସୂଚନା ଦେଇଛନ୍ତି।

ମୃତକଙ୍କ ମୋବାଇଲ୍ ଫୋନ୍ ଲକ୍ ଅବସ୍ଥାରେ ଥିବାରୁ ଏହାକୁ ଫରେନ୍‌ସିକ୍ ବିଶେଷଜ୍ଞଙ୍କ ନିକଟକୁ ପଠାଯାଇଛି। ଫୋନ୍‌ର ଲକ୍ ଖୋଲାଯିବା ପରେ କଲ୍ ରେକର୍ଡ, ମେସେଜ୍ ଓ ଅନ୍ୟାନ୍ୟ ଡିଜିଟାଲ୍ ତଥ୍ୟ ଯାଞ୍ଚ କରାଯିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଏହି ତଥ୍ୟ ତଦନ୍ତକାରୀ ଟିମ୍‌ ହାତରେ ପହଞ୍ଚିବ ବୋଲି ଡିସିପି କହିଛନ୍ତି।

ଡିସିପି ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଅଟକ ରଖାଯାଇନାହିଁ। ସମସ୍ତ ବୈଜ୍ଞାନିକ ଓ ପ୍ରମାଣଭିତ୍ତିକ ରିପୋର୍ଟ ଆସିବା ପରେ ତଦନ୍ତକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନିଆଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

Share