ଫାଇଜର ଟିକାକୁ ଡବ୍ଲୁଏଚ୍‌ଓର ମଞ୍ଜୁରୀ, ଭାରତକୁ ମିଳିପାରେ ଖୁସିଖବର

ନୂଆଦିଲ୍ଲୀ,୧ ।୧: ଫାଇଜର ଓ ବାୟୋଏନଟେକର କରୋନା ଭାଇରସ ଭ୍ୟାକ୍ସିନକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ)ର ମଞ୍ଜୁରୀ ମିଳିଯାଇଛି । ଏହାକୁ ଜରୁରୀକାଳିନ ସ୍ଥିତିରେ ବ୍ୟବହାର କରିବାକୁ ଡବ୍ଲୁଏଚ୍‌ଓ ଅନୁମତି ପ୍ରଦାନ କରିଛି । ଡବ୍ଲୁଏଚ୍‌ଓ କହିଛି ବିଶ୍ୱରେ ଅବସ୍ଥିତ ଏହାର ଆଞ୍ଚଳିକ କାର୍ଯ୍ୟଳୟ ମାଧ୍ୟମରେ ଟିକାର ଉପକାରିତା ବିଷୟରେ ସେଠାକାର ଦେଶମାନଙ୍କ ସହ କଥା ହେବ । ଏହାସହ ଶୁକ୍ରବାର ଅକ୍ସଫୋର୍ଡର କରୋନା ଟିକାକୁ ଦେଶରେ ଅନୁମୋଦନ ମିଳିପାରେ ବୋଲି ଅନୁମାନ କରାଯାଉଛି । ଏନେଇ ଏକ ବୈଠକର ଆୟୋଜନ କରାଯାଇଛି । ଏହାସହ ସାରା ବିଶ୍ୱବାସୀ ଫାଇଜର କରୋନା ଭ୍ୟାକ୍ସିନ ବ୍ୟବହାର କରିପାରିବେ ବୋଲି କୁହାଯାଉଛି । ଡବ୍ଲୁଏଚ୍‌ଓ ଗରିବ ଦେଶ ଗୁଡିକ ନିକଟରେ ଶୀଘ୍ର କରୋନା ଭ୍ୟାକ୍ସିନ ପହଞ୍ଚାଇବା ପାଇଁ ଏମରଜେନ୍ସି ୟୁଜ ଲିଷ୍ଟିଙ୍ଗ ପ୍ରୋସେସ୍ ମଧ୍ୟ ଆରମ୍ଭ କରିଦେଇଛି । ଏହି ତାଲିକାରେ ସାମିଲ ହେବା ପରେ ଯେ କୌଣସି କରୋନା ଭ୍ୟାକ୍ସିନ ବିଶ୍ୱର ଯେ କୌଣସି ଦେଶରେ ଜରୁରୀ ବ୍ୟବହାର ଲାଗି ମଞ୍ଜୁରି ମିଳିପାରିବ ।

Share