ଆମେ ଥକି ଯାଇଛେ ହେଲେ କରୋନା ଥକିନି: ଡବ୍ଲୁଏଚ୍‌ଓ ମୁଖ୍ୟ

ଜେନେଭା,୧୦ ।୧୧: କରୋନା ମହାମାରୀ କିଛି ଦେଶରେ କମ୍ ହୋଇଥିବା ବେଳେ ଆଉ କିଛି ଦେଶରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି । ଏହାକୁ ଦୃଷ୍ଟିରେ ରଖି କିଛି ଦେଶ ଲକ୍‌ଡାଉନ ଘୋଷଣା ମଧ୍ୟ କରି ସାରିଛନ୍ତି । ଏ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ ଆସି ନ ଥିବାରୁ ଏବେ ବି ଏହା ବିଶ୍ୱବାସୀଙ୍କୁ ଡରାଇ ଚାଲିଛି । କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମୁଖ୍ୟ ଟେଡ୍ରୋ୍ ଅଧନୋମ ଗ୍ରେବେସିୟସ ଏକ ଚେତାବନୀ ଦେଇଛନ୍ତି । ବିଶ୍ୱବାସୀଙ୍କୁ ସେ କହିଛନ୍ତି ଆମେ କରୋନା ସହ ଲଢି ଥକି ଗଲେଣି ସତ ହେଲେ ଏପର୍ଯ୍ୟନ୍ତ କରୋନା ଭାଇରସ ଥକି ପଡିନାହିଁ । ଡବ୍ଲୁଏଚଓର ବାର୍ଷିକ ସଭାରେ ସେ ଏହା କହିଥିବା ବେଳେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ଖୁବ୍ ଭରସା ରଖିଥିବା ପ୍ରକାଶ କରିଛନ୍ତି । ସେ କହିଛନ୍ତି କରୋନା ଲଢେଇରେ ବାଇଡେନ୍‌ଙ୍କର ସହଯୋଗ ନିଶ୍ଚିତ ମିଳିବ । ଏବେ ସମୟ ରାଜନୀତି କରିବାର ନୁହେଁ ବରଂ ଏକଜୁଟ ହୋଇ କରୋନା ସହ ଲଢିବାର । ତାହେଲେ ଯାଇ ଆମେ ଏହି ମହାମାରୀକୁ ଦୂରେଇ ଦେଇ ପାରିବା ।

Share