Posted inଜାତୀୟ

କେଉଁମାନେ ଉଠାଇ ପାରିବେ ଲକ୍ଷପତି ବେଟିୟା ଯୋଜନାର ଲାଭ, ଜାଣନ୍ତୁ ଦରକାର ଏସବୁ ଡକ୍ୟୁମେଣ୍ଟ …

ନୂଆଦିଲ୍ଲୀ,୨ା୩: ଦିଲ୍ଲୀ ସରକାର ଝିଅମାନଙ୍କ ଶିକ୍ଷା ଏବଂ ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଲକ୍ଷପତି ବେଟିୟା ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଲକ୍ଷ୍ୟ ହେଉଛି ଆର୍ଥିକ କାରଣରୁ କୌଣସି ଝିଅର ଶିକ୍ଷା ଯେମିତି ବାଧାପ୍ରାପ୍ତ ନ ହେବ। ତାଙ୍କୁ ତାଙ୍କର ସ୍ନାତକ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିବାରେ ସହାୟକ ହେବ।

ସରକାରଙ୍କ ଅନୁଯାୟୀ, ଏହି ଯୋଜନା ପୁରୁଣା ଲାଡ୍‌ଲି ଯୋଜନାର ଏକ ନୂଆ ସଂସ୍କରଣ। ଯାହା ବର୍ତ୍ତମାନ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଝିଅମାନଙ୍କୁ ବର୍ଦ୍ଧିତ ପାଣ୍ଠି ଏବଂ ସହାୟତା ପ୍ରଦାନ କରେ। ତେବେ ଜାଣନ୍ତୁ ଏହି ଲକ୍ଷପତି ବେଟିୟା ଯୋଜନାରୁ କେଉଁମାନେ ଲାଭ ପାଇବେ ଏବଂ କ’ଣ ସବୁ ଡକ୍ୟୁମେଣ୍ଟ ଦରକାର…

ଲକ୍ଷପତି ବେଟିୟା ଯୋଜନା କେବଳ ସେହି ପରିବାର ପାଇଁ ଉପଲବ୍ଧ ଯେଉଁମାନଙ୍କର ବାର୍ଷିକ ଆୟ ୧.୨୦ ଲକ୍ଷରୁ ଅଧିକ ନୁହେଁ। ପରିବାର ଗତ ତିନି ବର୍ଷ ଧରି ଦିଲ୍ଲୀରେ ବାସ କରିଥିବା ଆବଶ୍ୟକ ଏବଂ ଝିଅ ଦିଲ୍ଲୀରେ ଜନ୍ମ ହୋଇଥିବା ଆବଶ୍ୟକ। ପ୍ରତି ପରିବାରରେ ସର୍ବାଧିକ ଦୁଇଟି ଝିଅ ଏହି ଯୋଜନା ପାଇଁ ଯୋଗ୍ୟ। ଏହା ବ୍ୟତୀତ ଜନ୍ମର ଗୋଟିଏ ବର୍ଷ ମଧ୍ୟରେ ଯୋଜନା ପାଇଁ ପଞ୍ଜୀକରଣ କରାଯାଇପାରିବ, କିମ୍ବା ସେମାନଙ୍କ ପାଠପଢ଼ା ସମୟରେ ଆବେଦନ କରାଯାଇପାରିବ। ଏହି ଯୋଜନାର ପରିସର ଏବେ ଦେଶର ଯେକୌଣସି ସରକାରୀ କିମ୍ବା ୟୁଜିସି ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ କିମ୍ବା ଡିପ୍ଲୋମା ଡିଗ୍ରୀ ହାସଲ କରୁଥିବା ଝିଅମାନଙ୍କ ପାଇଁ ବୃଦ୍ଧି କରାଯାଇଛି। ଏହି ଯୋଜନା ଅଧୀନରେ ୨୧ ବର୍ଷ ବୟସ ପରେ ଏବଂ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବା ପରେ ହିଁ ପରିପକ୍ୱତା ରାଶି ମିଳିବ।

ଏହି ଯୋଜନା ଅଧୀନରେ ସରକାର ବିଭିନ୍ନ କିସ୍ତିରେ ଝିଅମାନଙ୍କ ନାମରେ ମୋଟ ୫୬୦୦୦ ଜମା କରିବେ। ଏହି ରାଶି ଝିଅଙ୍କ ଜନ୍ମ ସମୟରେ ଏବଂ ବିଭିନ୍ନ ଶ୍ରେଣୀ ସମୟରେ ଟାନ୍ସଫର ହେବ। ସୁଧ ଯୋଡ଼ିବା ପରେ ୨୧ ବର୍ଷ ବୟସ ସୁଦ୍ଧା ଏହି ରାଶି ୧ ଲକ୍ଷରୁ ଅଧିକ ହୋଇପାରିବ। ପୂର୍ବ ଲାଡଲି ବେଟିୟା ଯୋଜନା ପାଣ୍ଠି ୧୯ ବର୍ଷ ବୟସରେ ଉଠାଯାଇପାରୁଥିବା ବେଳେ, ଏହାକୁ ବର୍ତ୍ତମାନ ଉଚ୍ଚଶିକ୍ଷା ସହିତ ସଂଯୋଗ କରାଯାଇଛି, ଯାହା ଦ୍ୱାରା ଝିଅମାନେ ସ୍ନାତକ କିମ୍ବା ଡିପ୍ଲୋମା ପାଠ୍ୟକ୍ରମ ସମାପ୍ତ କରିପାରିବେ।

ଏହି ଯୋଜନାର ଲାଭ ଉଠାଇବା ପାଇଁ ଡକ୍ୟୁମେଣ୍ଟଗୁଡ଼ିକରେ ଆୟ ପ୍ରମାଣପତ୍ର, ଦିଲ୍ଲୀରେ ତିନି ବର୍ଷର ବାସସ୍ଥାନର ପ୍ରମାଣପତ୍ର, ଝିଅର ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ଆଧାର ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଏବଂ ସ୍କୁଲ କିମ୍ବା କଲେଜ ପ୍ରବେଶ ସହିତ ଜଡ଼ିତ ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ଏହି ଯୋଜନା ପାଇଁ ପଞ୍ଜୀକରଣ ଜନ୍ମ ସମୟରେ କିମ୍ବା ସ୍କୁଲ ସମୟରେ କରାଯାଇପାରିବ। ଏହା ବ୍ୟତୀତ ପରିପକ୍ୱତା ପରେ, ସମ୍ପୂର୍ଣ୍ଣ ରାଶି ସିଧାସଳଖ ଆଧାର ଲିଙ୍କ୍‌ ଥିବା ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହେବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ଉପ-ନିର୍ବାଚନକୁ ନେଇ ମମତାଙ୍କୁ ବଡ଼ ଆଶ୍ୱସ୍ତି; ଏହି ଆସନରେ ହେଲା ଟୁଇଷ୍ଟ

କୋଲକାତା,୧୯।୯: ରେଜିନଗର ବିଧାନସଭା ଉପ-ନିର୍ବାଚନ ପାଇଁ ମମତା ବାନାର୍ଜୀଙ୍କ ଶିବିରର ପ୍ରାର୍ଥୀ ରବିଉଲ ଆଲାମ ଚୌଧୁରୀଙ୍କ ନାମାଙ୍କନକୁ ନେଇ ଶନିବାର ଏକ ନୂଆ ରାଜନୈତିକ ମୋଡ଼ ସାମ୍ନାକୁ…

ଅକ୍ଟୋବର ୧୫ରୁ ବଦଳିଯିବ UPI ପେମେଣ୍ଟ କରିବାର ପଦ୍ଧତି; ଗ୍ୟାସ ସିଲିଣ୍ଡର ପାଇଁ ନଗଦ ଟଙ୍କା ଦେବାକୁ ପଡ଼ିବ ନା ନାହିଁ? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୯: ସାରା ଦେଶରେ LPG ସିଲିଣ୍ଡରର ବହୁଳ ବ୍ୟବହାର ହୋଇଥାଏ; ତେଣୁ, ଯଦି ଆପଣ ମଧ୍ୟ ଘରେ LPG ସିଲିଣ୍ଡର ବ୍ୟବହାର କରନ୍ତି, ତେବେ ଏହି ସୂଚନା…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Video: ଭାବ ବିହ୍ବଳ ହୋଇ ଖୁବ କାନ୍ଦିଲେ ଚରାଗ ପାଶଓ୍ବାନ

ମୁମ୍ବାଇ,୧୯।୯: ଭକ୍ତମାନଙ୍କ ପାଇଁ ଗଣପତି ବାପ୍ପାଙ୍କୁ ବିଦାୟ ଦେବାର ମୁହୂର୍ତ୍ତଟି ଅତ୍ୟନ୍ତ ଭାବପୂର୍ଣ୍ଣ ହୋଇଥାଏ। କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ)ର ନେତା ଚିରାଗ…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?