ଏଣିକି ମହିଳାଙ୍କୁ ‘ଡାର୍ଲିଙ୍ଗ’ କହିଲେ ଯିବେ ଜେଲ୍‌, କୋର୍ଟଙ୍କ ବଡ ରାୟ

କୋଲକତା,୨।୩: ସ୍ତ୍ରୀ ହେଉ କି ଗାର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପଣାପଣ ଲୁଚି ରହିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କଲେ ଜେଲ ଯିବାକୁ ପଡିବ। ଏକଥା ଆମେ ନୁହେଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନ ମାନିଲେ ଦଣ୍ଡ ବିଧାନ ବି ରହିଛି। ଆପଣ ଅଜାଣତରେ ହେଉ କି ଜାଣତରେ ମହିଳାଙ୍କୁ ଏଭଳି ସମ୍ବୋଧନ କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ ।

ନିକଟରେ ଏପରି ଏକ ଘଟଣା ଘଟିଛି, ଯାହା ସିଧା କୋର୍ଟରେ ଯାଇ ପହଞ୍ଚିଛି। ମଦ ନିଶାରେ ଜଣେ ବ୍ୟକ୍ତି ମହିଳା କନେଷ୍ଟବଳଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କରିଛନ୍ତି । ଯାହା ପରେ ମହିଳା କନେଷ୍ଟବଳ ଜଣଙ୍କ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୩୫୪A(I) ଅନୁସାରେ ଏଫଆଇଆର ଦାଖଲ କରିଛନ୍ତି । ବର୍ତ୍ତମାନ କୋଲକତା ହାଇକୋର୍ଟ ଏହା ଉପରେ ନିଜର ରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି, କୌଣସି ଅଜଣା ମହିଳାଙ୍କୁ ଡାର୍ଲିଙ୍ଗ କହିବା ଭୁଲ ଓ ଏହାକୁ ବଳାତ୍କାର ବୋଲି ଧରାଯିବ । ଭାରତୀୟ ଦଣ୍ଡ ସଂହିତା ଆଇପିସି ଧାରା ୩୫୪A(I) ଅଧିନରେ ଏଭଳି ବ୍ୟବହାର ପାଇଁ ଦଣ୍ଡ ମିଳିବ ।

ବର୍ତ୍ତମାନ ଆମ ସମାଜରେ ପ୍ରଚଳିତ ବ୍ୟବହାର ଏପରି ନୁହେଁ ଯେ , କୌଣସି ବ୍ୟକ୍ତି ଏଭଳି ବ୍ୟବହାର କରିବ । ଅଶ୍ଲୀଳ ଶବ୍ଦ ବ୍ୟବହାର କରିବା ଦଣ୍ଡନୀୟ । ସେ ପୋଲିସ କର୍ମୀ ହୋଇଥାନ୍ତୁ କିମ୍ବା ସାଧାରଣ ମହିଳା ହୋଇଥାନ୍ତୁ । ଏହା କହିବା ଅପମାନଜନକ । କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଯଦି ବ୍ୟକ୍ତି ଜଣଙ୍କ ମଦ ନିଶାରେ ନ ଥାଆନ୍ତି ତେବେ ଅପରାଧର ଗମ୍ଭୀରତା ଆହୁରି ବଢ଼ି ଯାଇଥା’ନ୍ତା ।

Share