ଗଢ଼ୁଛି କିଏ ଭାଙ୍ଗୁଛି କିଏ

ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ କରିବାକୁ କେନ୍ଦ୍ର ସରକାର ଅଣ୍ଟାଭିଡ଼ିଛନ୍ତି। ଯୋଜନାର ଭଲମନ୍ଦ ଦିଗ ସମ୍ପର୍କରେ ଅନୁଧ୍ୟାନ କରି ସୁପାରିସ କରିବାକୁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ରିପୋର୍ଟ ଦେଲେ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ।
୧୯୮୩ରେ ନିର୍ବାଚନ କମିଶନ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୯୯ରେ ଲ’କମିଶନ ଏଥି ପାଇଁ ସୁପାରିସ କରିଥିଲେ। ୨୦୧୬ରେ ପୁନର୍ବାର ଲ’କମିଶନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ କେତେକ ବାଧ୍ୟବାଧକତା ହେତୁ ଏହା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା। ପୁଣି ୭ ବର୍ଷ ପରେ ବଳ ଯୋଗାଡ଼ କରି ଏହା ବିତର୍କିତ ହୋଇଗଲା। ଏକକାଳୀନ ନିର୍ବାଚନ ହେଲେ ଦେଶର ଲକ୍ଷ ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିବ, ଅଯଥା ସମୟ ବରବାଦ ହେବ ନାହିଁ ଏବଂ ବିକାଶର ଧାରା ତ୍ୱରାନ୍ବିତ ହେବ ଶାସକ ଦଳ ଦାବି କରୁଛି। ମାତ୍ର ସମସ୍ତ ରାଜ୍ୟର ବିଧାନସଭା ସହିତ ଲୋକ ସଭାକୁ ଭଙ୍ଗ କରି ସମକାଳୀନ ନିର୍ବାଚନ ସକାଶେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଫଳରେ ଦେଶର ସଂଘୀୟ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ଦଳ ଯୁକ୍ତି ବାଢୁଛନ୍ତି। ଏଠାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏକ ପକ୍ଷରେ ନିର୍ବାଚନ ସକାଶେ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କା ଏବଂ ଅନ୍ୟ ପକ୍ଷରେ ଦେଶରେ ପ୍ରବର୍ତ୍ତିତ ସଂଘୀୟ ବ୍ୟବସ୍ଥାର ସୁରକ୍ଷା- କେଉଁଟି ଗୁରୁତ୍ୱପୂର୍ଣ୍ଣ ତାହା ବିଚାର କରିବାକୁ ପଡ଼ିବ।
୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ୫ବର୍ଷିଆ ନିର୍ବାଚନ ସୁରୁଖୁରୁରେ ଚାଲିଥିଲା। ଅସ୍ବାଭାବିକ ରାଜନୈତିକ ପରିସ୍ଥିତି ଯୋଗୁ ୧୯୬୮ ଓ ୧୯୬୯ରେ କେତୋଟି ରାଜ୍ୟର ବିଧାନସଭାକୁ ୩୫୬ ଧାରା ପ୍ରୟୋଗ କରି ଭାଙ୍ଗି ଦିଆଗଲା। ଚତୁର୍ଥ ସାଧାରଣ ନିର୍ବାଚନ ଦ୍ୱାରା ଗଠିତ ଲୋକ ସଭାକୁ ଅବଧି ପୂରଣ ପୂର୍ବରୁ ୧୯୭୦ରେ ଭାଙ୍ଗି ଦିଆଯାଇଥିଲା। ଏହା ପରେ ବିଭିନ୍ନ କାରଣ ଯୋଗୁ ଲୋକ ସଭା ଛଅ ଛଅଟି ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ସମ୍ମୁଖୀନ ହୋଇଛି। ଦଳବଦଳ ଓ ସମର୍ଥନ ପ୍ରତ୍ୟାହାର ଯୋଗୁ ସରକାର ଭାଙ୍ଗିଯାଇ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏ ପ୍ରକ୍ରିୟାର ଅନ୍ତ ଏଯାଏ ଘଟି ନାହିଁ। ବିଗତ ୭୫ବର୍ଷ ଭିତରେ ଦେଶରେ ୧୨୫ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଲୋକ ସଭା ନିର୍ବାଚନ ୧୪ ଥର ହେବା ପରିବର୍ତ୍ତେ ୧୮ ଥର ହୋଇଛି। ଆମ ଓଡ଼ିଶା ବିଧାନସଭା ୧୪ଟି ପରିବର୍ତ୍ତେ ୧୬ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ‘କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।’ ଗଢ଼ୁଛି କିଏ, ପୁଣି ଭାଙ୍ଗୁଛି କିଏ?
ଏକକାଳୀନ ନିର୍ବାଚନ ପରିବର୍ତ୍ତେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା କଥା ଏଠାରେ ବିଚାରକୁ ନିଆଯାଇପାରେ। ରୁଷିଆ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ସ୍ବିଡେନ୍‌, ସ୍ବିଜରଲାଣ୍ଡ, ତୁର୍କୀ, ଅଷ୍ଟ୍ରିଆ, ଆର୍ଜେଣ୍ଟିନା ସମେତ ବିଶ୍ୱର୯୩ଟି ରାଷ୍ଟ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ମଧ୍ୟ ଏହା ଉପରେ ପ୍ରସ୍ତାବ ଆସିଥିଲା। ମାତ୍ର ତାହା ଆଗେଇ ପାରିଲା ନାହିଁ। ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ କୌଣସି ପ୍ରାର୍ଥୀ ନ ଲଢ଼ି ପାର୍ଟି ଲଢ଼ିବ। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ସେମାନଙ୍କ ପ୍ରତିନିଧିମାନଙ୍କର ଏକ ଗୁପ୍ତ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବେ। ଯେଉଁ ଦଳ ଯେତେ ଭୋଟ ପାଇବ ସେହି ଅନୁପାତରେ ଦିଆଯାଇଥିବା ପ୍ୟାନେଲ ଭିତରୁ ପ୍ରତିନିଧି ଅବସ୍ଥାପିତ କରାଯିବ। କୌଣସି ପ୍ରତିନିଧି ଦଳବଦଳ କଲେ, ଇସ୍ତଫା ଦେଲେ, ତାଙ୍କୁ ପ୍ରତ୍ୟାହାର କରାଗଲେ କିମ୍ବା ତାଙ୍କର ମୃତ୍ୟୁ ଘଟିଲେ ତାଲିକାରେ ପ୍ରଦତ୍ତ ପରବର୍ତ୍ତୀ ପ୍ରତିନିଧିଙ୍କୁ ସେହି ଶୂନ୍ୟସ୍ଥାନରେ ନିଯୁକ୍ତ କରାଯିବ। ଭୋଟ ଅନୁପାତକୁ ନେଇ ପ୍ରତିନିଧି ଏବଂ ପ୍ରତିନିଧିମାନଙ୍କ ସଂଖ୍ୟାକୁ ନେଇ ଏକକ କିମ୍ବା ମିଳିତ ମନ୍ତ୍ରିମଣ୍ଡଳ ଗଢ଼ାଯିବ। ଆମ ଲୋକପ୍ରତିନିଧି ଆଇନ ଅନୁଯାୟୀ ଯେଉଁ ପ୍ରାର୍ଥୀ ଖଣ୍ଡେ ବି ଅଧିକ ଭୋଟ ପାଉଛି ସେ ଯୋଗ୍ୟ ଘୋଷିତ ହେଉଛନ୍ତି। ଅନ୍ୟ ପ୍ରାର୍ଥୀମାନେ ଅଯୋଗ୍ୟ ଘୋଷିତ ହେଉଛନ୍ତି ଏବଂ ସେମାନଙ୍କ ସପକ୍ଷରେ ପଡ଼ିଥିବା ଲକ୍ଷ ଲକ୍ଷ ଭୋଟ୍‌ର କୌଣସି ମୂଲ୍ୟ ରହୁ ନାହିଁ। ମାତ୍ର ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ପ୍ରତି ଭୋଟ ଖଣ୍ଡିକର ମୂଲ୍ୟ ଅକ୍ଷୁଣ୍ଣ ରହିବ। ସରକାର ୫ ବର୍ଷ ଯାଏ ତିଷ୍ଠି ରହିବ। ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଓ ଉପନିର୍ବାଚନର ପ୍ରଶ୍ନ ଉଠିବ ନାହିଁ।

  • ରବିନାରାୟଣ ସାମଲ
    ମୋ-୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri