ଗଢ଼ୁଛି କିଏ ଭାଙ୍ଗୁଛି କିଏ

ପଞ୍ଚାୟତଠାରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଏକକାଳୀନ ନିର୍ବାଚନ କରିବାକୁ କେନ୍ଦ୍ର ସରକାର ଅଣ୍ଟାଭିଡ଼ିଛନ୍ତି। ଯୋଜନାର ଭଲମନ୍ଦ ଦିଗ ସମ୍ପର୍କରେ ଅନୁଧ୍ୟାନ କରି ସୁପାରିସ କରିବାକୁ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଛନ୍ତି। ଏହି କମିଟି ରିପୋର୍ଟ ଦେଲେ ସରକାର ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ।
୧୯୮୩ରେ ନିର୍ବାଚନ କମିଶନ ଏକକାଳୀନ ନିର୍ବାଚନ ପାଇଁ ପ୍ରସ୍ତାବ ଦେଇଥିଲେ। ୧୯୯୯ରେ ଲ’କମିଶନ ଏଥି ପାଇଁ ସୁପାରିସ କରିଥିଲେ। ୨୦୧୬ରେ ପୁନର୍ବାର ଲ’କମିଶନ ରିପୋର୍ଟ ପ୍ରଦାନ କରିଥିଲେ ଏବଂ କେନ୍ଦ୍ର ସରକାର ଏହା ଉପରେ ଗୁରୁତ୍ୱାରୋପ କରିଥିଲେ। କିନ୍ତୁ କେତେକ ବାଧ୍ୟବାଧକତା ହେତୁ ଏହା ଶୀତଳ ଭଣ୍ଡାରକୁ ଚାଲିଯାଇଥିଲା। ପୁଣି ୭ ବର୍ଷ ପରେ ବଳ ଯୋଗାଡ଼ କରି ଏହା ବିତର୍କିତ ହୋଇଗଲା। ଏକକାଳୀନ ନିର୍ବାଚନ ହେଲେ ଦେଶର ଲକ୍ଷ ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇ ପାରିବ, ଅଯଥା ସମୟ ବରବାଦ ହେବ ନାହିଁ ଏବଂ ବିକାଶର ଧାରା ତ୍ୱରାନ୍ବିତ ହେବ ଶାସକ ଦଳ ଦାବି କରୁଛି। ମାତ୍ର ସମସ୍ତ ରାଜ୍ୟର ବିଧାନସଭା ସହିତ ଲୋକ ସଭାକୁ ଭଙ୍ଗ କରି ସମକାଳୀନ ନିର୍ବାଚନ ସକାଶେ ରାଷ୍ଟ୍ରପତି ଶାସନ ଲାଗୁ କରିବା ଫଳରେ ଦେଶର ସଂଘୀୟ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବ ବୋଲି ବିରୋଧୀ ଦଳ ଯୁକ୍ତି ବାଢୁଛନ୍ତି। ଏଠାରେ ଉଭୟ ଶାସକ ଓ ବିରୋଧୀ ଦଳଙ୍କ ଯୁକ୍ତିକୁ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏକ ପକ୍ଷରେ ନିର୍ବାଚନ ସକାଶେ ଖର୍ଚ୍ଚ ହେଉଥିବା ହଜାର ହଜାର କୋଟି ଟଙ୍କା ଏବଂ ଅନ୍ୟ ପକ୍ଷରେ ଦେଶରେ ପ୍ରବର୍ତ୍ତିତ ସଂଘୀୟ ବ୍ୟବସ୍ଥାର ସୁରକ୍ଷା- କେଉଁଟି ଗୁରୁତ୍ୱପୂର୍ଣ୍ଣ ତାହା ବିଚାର କରିବାକୁ ପଡ଼ିବ।
୧୯୫୨ରୁ ୧୯୬୭ ପର୍ଯ୍ୟନ୍ତ ୫ବର୍ଷିଆ ନିର୍ବାଚନ ସୁରୁଖୁରୁରେ ଚାଲିଥିଲା। ଅସ୍ବାଭାବିକ ରାଜନୈତିକ ପରିସ୍ଥିତି ଯୋଗୁ ୧୯୬୮ ଓ ୧୯୬୯ରେ କେତୋଟି ରାଜ୍ୟର ବିଧାନସଭାକୁ ୩୫୬ ଧାରା ପ୍ରୟୋଗ କରି ଭାଙ୍ଗି ଦିଆଗଲା। ଚତୁର୍ଥ ସାଧାରଣ ନିର୍ବାଚନ ଦ୍ୱାରା ଗଠିତ ଲୋକ ସଭାକୁ ଅବଧି ପୂରଣ ପୂର୍ବରୁ ୧୯୭୦ରେ ଭାଙ୍ଗି ଦିଆଯାଇଥିଲା। ଏହା ପରେ ବିଭିନ୍ନ କାରଣ ଯୋଗୁ ଲୋକ ସଭା ଛଅ ଛଅଟି ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ସମ୍ମୁଖୀନ ହୋଇଛି। ଦଳବଦଳ ଓ ସମର୍ଥନ ପ୍ରତ୍ୟାହାର ଯୋଗୁ ସରକାର ଭାଙ୍ଗିଯାଇ ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଏ ପ୍ରକ୍ରିୟାର ଅନ୍ତ ଏଯାଏ ଘଟି ନାହିଁ। ବିଗତ ୭୫ବର୍ଷ ଭିତରେ ଦେଶରେ ୧୨୫ ଥର ରାଷ୍ଟ୍ରପତି ଶାସନ ଜାରି ହୋଇଛି। ଲୋକ ସଭା ନିର୍ବାଚନ ୧୪ ଥର ହେବା ପରିବର୍ତ୍ତେ ୧୮ ଥର ହୋଇଛି। ଆମ ଓଡ଼ିଶା ବିଧାନସଭା ୧୪ଟି ପରିବର୍ତ୍ତେ ୧୬ଟି ନିର୍ବାଚନର ସମ୍ମୁଖୀନ ହୋଇଛି। ‘କରି କରାଉ ଥାଏ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ।’ ଗଢ଼ୁଛି କିଏ, ପୁଣି ଭାଙ୍ଗୁଛି କିଏ?
ଏକକାଳୀନ ନିର୍ବାଚନ ପରିବର୍ତ୍ତେ ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା କଥା ଏଠାରେ ବିଚାରକୁ ନିଆଯାଇପାରେ। ରୁଷିଆ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ଶ୍ରୀଲଙ୍କା, ସ୍ବିଡେନ୍‌, ସ୍ବିଜରଲାଣ୍ଡ, ତୁର୍କୀ, ଅଷ୍ଟ୍ରିଆ, ଆର୍ଜେଣ୍ଟିନା ସମେତ ବିଶ୍ୱର୯୩ଟି ରାଷ୍ଟ୍ରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଅଟଳ ବିହାରୀ ବାଜପେୟୀଙ୍କ ଶାସନ କାଳରେ ମଧ୍ୟ ଏହା ଉପରେ ପ୍ରସ୍ତାବ ଆସିଥିଲା। ମାତ୍ର ତାହା ଆଗେଇ ପାରିଲା ନାହିଁ। ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ କୌଣସି ପ୍ରାର୍ଥୀ ନ ଲଢ଼ି ପାର୍ଟି ଲଢ଼ିବ। ନିର୍ବାଚନ ପୂର୍ବରୁ ବିଭିନ୍ନ ଦଳ ସେମାନଙ୍କ ପ୍ରତିନିଧିମାନଙ୍କର ଏକ ଗୁପ୍ତ ତାଲିକା ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିବେ। ଯେଉଁ ଦଳ ଯେତେ ଭୋଟ ପାଇବ ସେହି ଅନୁପାତରେ ଦିଆଯାଇଥିବା ପ୍ୟାନେଲ ଭିତରୁ ପ୍ରତିନିଧି ଅବସ୍ଥାପିତ କରାଯିବ। କୌଣସି ପ୍ରତିନିଧି ଦଳବଦଳ କଲେ, ଇସ୍ତଫା ଦେଲେ, ତାଙ୍କୁ ପ୍ରତ୍ୟାହାର କରାଗଲେ କିମ୍ବା ତାଙ୍କର ମୃତ୍ୟୁ ଘଟିଲେ ତାଲିକାରେ ପ୍ରଦତ୍ତ ପରବର୍ତ୍ତୀ ପ୍ରତିନିଧିଙ୍କୁ ସେହି ଶୂନ୍ୟସ୍ଥାନରେ ନିଯୁକ୍ତ କରାଯିବ। ଭୋଟ ଅନୁପାତକୁ ନେଇ ପ୍ରତିନିଧି ଏବଂ ପ୍ରତିନିଧିମାନଙ୍କ ସଂଖ୍ୟାକୁ ନେଇ ଏକକ କିମ୍ବା ମିଳିତ ମନ୍ତ୍ରିମଣ୍ଡଳ ଗଢ଼ାଯିବ। ଆମ ଲୋକପ୍ରତିନିଧି ଆଇନ ଅନୁଯାୟୀ ଯେଉଁ ପ୍ରାର୍ଥୀ ଖଣ୍ଡେ ବି ଅଧିକ ଭୋଟ ପାଉଛି ସେ ଯୋଗ୍ୟ ଘୋଷିତ ହେଉଛନ୍ତି। ଅନ୍ୟ ପ୍ରାର୍ଥୀମାନେ ଅଯୋଗ୍ୟ ଘୋଷିତ ହେଉଛନ୍ତି ଏବଂ ସେମାନଙ୍କ ସପକ୍ଷରେ ପଡ଼ିଥିବା ଲକ୍ଷ ଲକ୍ଷ ଭୋଟ୍‌ର କୌଣସି ମୂଲ୍ୟ ରହୁ ନାହିଁ। ମାତ୍ର ଆନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥାରେ ପ୍ରତି ଭୋଟ ଖଣ୍ଡିକର ମୂଲ୍ୟ ଅକ୍ଷୁଣ୍ଣ ରହିବ। ସରକାର ୫ ବର୍ଷ ଯାଏ ତିଷ୍ଠି ରହିବ। ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଓ ଉପନିର୍ବାଚନର ପ୍ରଶ୍ନ ଉଠିବ ନାହିଁ।

  • ରବିନାରାୟଣ ସାମଲ
    ମୋ-୭୯୭୫୦୪୬୪୮୬

Enter your email to get our daily news in your inbox.

All Right Reserved By Dharitri.Com

ଆସାମର ହାତୀ-ଟ୍ରେନ୍‌ ଧକ୍କା

ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍‌ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...

ଶିକ୍ଷା ଓ ଶିକ୍ଷକ

ଶିକ୍ଷା ହେଉଛି ଗୋଟିଏ ଦେଶର ସବୁଠୁ ମୌଳିକ ଓ ଶକ୍ତିଶାଳୀ ସାମାଜିକ ଭିତ୍ତିଭୂମି। ଏହା କେବଳ ପାଠପଢ଼ା, ପରୀକ୍ଷା, ସାର୍ଟିଫିକେଟ କିମ୍ବା ଚାକିରି ପାଇବାର ଉପାୟ...

ଦିଲ୍ଲୀରୁ ଯିବ ରାଜଧାନୀ

ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବାରୁ ଦେଶର ବିଭିନ୍ନ ପ୍ରାନ୍ତର ଲୋକ ସେଠାରେ ରହିବାକୁ କିମ୍ବା ବୁଲିଯିବାକୁ ପସନ୍ଦ କରିଥାଆନ୍ତି। ସେଠି ପାର୍ଲାମେଣ୍ଟ, ଲାଲ୍‌କିଲ୍ଲା, ସୁପ୍ରିମକୋର୍ଟ, ଇଣ୍ଡିଆ...

ଏବର ଚାଷବାସ

କୃଷି ବିନା ସମ୍ଭବ ନୁହେଁ ଖୁସି। ଖୁସି ସେହିଠାରୁ ଆସେ ଯେଉଁଠି ଥାଏ ଅନ୍ନ। ଅନ୍ନଗ୍ରହଣ ନାଶକରେ ଭୋକ। ଭୋକରୁ ଉତ୍ତୀର୍ଣ୍ଣ ହେବାକୁ ହେଲେ ମାଟି...

ସଙ୍କଟରେ ଗ୍ରାମୀଣ ଶ୍ରମିକଙ୍କ ରୋଜଗାର

ବହୁଚର୍ଚ୍ଚିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ରୋଜଗାର ଗ୍ୟାରେଣ୍ଟି ଆଇନ ବା ଏମ୍‌ଜିଏନ୍‌ଆର୍‌ଇଜିଏ କୁ ସମାପ୍ତ କରି ତା’ ସ୍ଥାନରେ ‘ବିକଶିତ ଭାରତ ରୋଜଗାର ଓ...

ଭେଜାଲ ପାଇଁ ମୃତ୍ୟୁଦଣ୍ଡ

ବିଶ୍ୱରେ ସମ୍ଭବତଃ ଭାରତ ଏକମାତ୍ର ଦେଶ ଯେଉଁଠାରେ ଜୀବନରକ୍ଷାକାରୀ ଔଷଧ ଓ ଖାଦ୍ୟରେ ଅପମିଶ୍ରଣ ବା ଭେଜାଲ ବଢ଼ିଚାଲିଛି। ଏଭଳି ଖବର ଅନ୍ୟ ଦେଶରୁ ଆସୁଥିବା...

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri