କଟକ,୧୫।୧୦: ରାଜ୍ୟର ବିଭିନ୍ନ କଲେଜରେ ଗୁରୁବାର ଅନୁଷ୍ଠିତ ଛାତ୍ରସଂସଦ ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ବାଜିମାତ କରିଛି BCJD। ABVP ପ୍ରତିଦ୍ୱନ୍ଦୀ ଆରୋବିନ ରଥଙ୍କୁ ହରାଇ ସଭାପତି ପଦରେ ବିଜୟୀ ହେଲେ ବିଶଜିତ ସାହୁ। ଅନ୍ୟପଟେ ଶୈଳବାଳା ସ୍ବୟଂଶାସିତ ମହାବିଦ୍ୟାଳୟରେ ସଭାପତି ପଦବୀରେ ପ୍ରଜ୍ଞାପରମିତା ନାୟକ , ସମ୍ପାଦକ ପଦବୀରେ ଦିଶା ଦାସ ବିଜୟୀ ହୋଇଛନ୍ତି। ସେହିପରି କଟକର ଜେକେବିକେ କଲେଜରେ ମଧ୍ୟ BCJD ହାତକୁ ଯାଇଛି।