ଭାକ୍ସିନ୍‌ ମାଗିଲା ଡବ୍ଲ୍ୟୁଏଚ୍‌ଓ, ଡେଲ୍ଟା ଭାରିଆଣ୍ଟ୍‌ ନେଇ ଦେଲା ଚେତାବନୀ…

ଜେନେଭା,୨୬।୬: ପୃଥିବୀର ୮୫ ଦେଶରେ ବ୍ୟାପିଥିବା କରୋନା ମହାମାରୀ ଭୂତାଣୁର ନୂଆ ରୂପକୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ଅତି ସଂକ୍ରାମକ ବୋଲି କୁହାଯାଇଛି। ଏହା ବିରୋଧରେ ଲଢ଼େଇ ଲାଗି ଭାକ୍ସିନ୍‌କୁ ଏକ ମାତ୍ର ବିକଳ୍ପ ଭାବେ ଗ୍ରହଣ କରାଯାଇଥିବା ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିଏସସ୍‌ କହିଛନ୍ତି। ଏପରି ସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ପୃଥିବୀର ବିଭିନ୍ନ ଗରିବ ଦେଶରେ ଲୋକଙ୍କୁ ଭାକ୍ସିନ୍‌ ଦିଆଯିବା ଅପରିହାର୍ଯ୍ୟ ହୋଇପଡ଼ିଥିବାବେଳେ ସେ ଧନୀ ଏବଂ ବିକଶିତ ଦେଶଗୁଡ଼ିକୁ ଭାକ୍ସିନ୍‌ ମାଗିଛନ୍ତି। ଭାକ୍ସିନ୍‌ ନେଇ ନ ଥିବା ଲୋକଙ୍କଠାରେ ଅଧିକ ଡେଲ୍ଟା ଭାରିଆଣ୍ଟ୍‌ ସଂକ୍ରମଣ ଦେଖାଦେଉଥିବା ସେ କହିଛନ୍ତି। କରୋନା ମହାମାରୀ ଭୂତାଣୁର ଶୀଘ୍ର ମ୍ୟୁଟେଶନ୍‌ ହେଉଥିବାରୁ ନୂଆ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି। ତେବେ ଭାକ୍ସିନ୍‌ ନେବା ଦ୍ୱାରା ଏହା ବିରୋଧରେ ଲଢ଼େଇ ସମ୍ଭବ ବୋଲି ସେ ସୂଚନା ଦେଇଛନ୍ତି।

Share