କେଉଁମାନେ ପ୍ରକୃତ ଆର୍ଯ୍ୟ

ହରପ୍ପା ସଭ୍ୟତାର ପତନ ପରେ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ଆର୍ଯ୍ୟମାନେ ଭାରତକୁ ଆସିଥିଲେ। ସେମାନେ ଅନେକ ଶତାବ୍ଦୀ ଧରି ଘୋଡ଼ାରେ ଦଳ ଦଳ ହୋଇ ଭାରତରେ ପହଞ୍ଚିଥିବା ଅନୁମାନ କରାଯାଏ। ସେମାନେ ଭାରତରେ ଥିବା ମୂଳ ଲୋକଙ୍କ ସହ ମିଶି ବିଭିନ୍ନ ଯାଯାବର ପଶୁପାଳକ ଗୋଷ୍ଠୀ ସୃଷ୍ଟି କରିଥିଲେ। ଭାରତୀୟ ମୂଳନିବାସୀ ସହ ସେମାନେ ଯୁଦ୍ଧ କରିଥିଲେ(ରାମାୟଣରେ ବର୍ଣ୍ଣିତ) ଓ ପରସ୍ପର ମଧ୍ୟରେ ଲଢ଼େଇ ବି କରିଥିଲେ(ମହାଭାରତରେ ଉଲ୍ଲିଖିତ) । ଯେଉଁମାନେ ପଞ୍ଜାବ, ହରିୟାଣା ଏବଂ ସିନ୍ଧୁନଦୀ ଉପତ୍ୟକାରେ ରହିଲେ, ସେମାନେ ପ୍ରାୟତଃ ଯାଯାବର ଗୋଷ୍ଠୀ ଭାବେ ବଞ୍ଚୁଥିଲେ। ସେମାନେ ଗାନ୍ଧାର, କେକେୟା, ମାଦ୍ରା ଓ ତ୍ରିଗର୍ତ୍ତା ଭଳି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। ଯେଉଁମାନେ ଗାଙ୍ଗେୟ ସମତଳ ଅଞ୍ଚଳ ଆଡ଼କୁ ଯାଇଥିଲେ, ସେମାନେ ଏକ ନୂଆ କୃଷିଭିତ୍ତିକ ସଂସ୍କୃତି ବିକାଶ କରିଥିଲେ ଏବଂ କୁରୁ, ପାଞ୍ଚାଲ, କାନ୍ୟକୁବ୍‌ଜ, ସାକେତ, କାଶୀ ଭଳି ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ। କେବଳ ସିନ୍ଦ୍‌, ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାରେ ହିଁ ଯାଯାବର ଗୋଷ୍ଠୀର ପୁରାତନ ଆର୍ଯ୍ୟ ପରମ୍ପରା ତିଷ୍ଠି ରହିଲା ଏବଂ ସେଥିରୁ ରାଜପୁତ, ଜାଠ ଏବଂ ଗୁଜ୍ଜର ସମ୍ପ୍ରଦାୟ ସୃଷ୍ଟି ହୋଇଛି। ଏହି ସମ୍ପ୍ରଦାୟଗୁଡ଼ିକ ମଧ୍ୟରୁ ଅନେକେ ଗ୍ରୀକ୍‌ (ଯବନ), ସ୍କିଥିଆନ(ସାକ), ପର୍ଥିଆନ୍‌(ପଲଭ), କୁଶାଣ ଏବଂ ହୁନ ଗୋଷ୍ଠୀର ଲୋକଙ୍କୁ ବିବାହ କରିଥିଲେ, ଯେଉଁମାନେ ବିଶେଷକରି ଖ୍ରୀଷ୍ଟପୂର୍ବ ୩୦୦ ଏବଂ ଖ୍ରୀଷ୍ଟାବ୍ଦ ୫୦୦ ମଧ୍ୟରେ ଏହି ଅଞ୍ଚଳରେ ବାଣିଜ୍ୟପଥକୁ ନିୟନ୍ତ୍ରଣ କରୁଥିଲେ। ମୂଳ ଆର୍ଯ୍ୟଙ୍କ ସହ ସମ୍ପର୍କ ବ୍ୟତୀତ ଏହି ରାଜପୁତ, ଜାଠ ଏବଂ ଗୁଜ୍ଜର ଗୋଷ୍ଠୀର ଲୋକଙ୍କ କ୍ଷେତ୍ରରେ କିଛି ଭିନ୍ନ ଘଟଣା ଘଟିଥିଲା। ରାଜପୁତମାନେ ରାଜବଂଶ ଭାବେ, ଜାଠମାନେ କୃଷକ ଏବଂ ଗୁଜ୍ଜରମାନେ ପଶୁପାଳକ ଭାବେ ଉଭା ହୋଇଥିଲେ।
ପଞ୍ଜାବ ଓ ହରିୟାଣାର ଜାତି ବର୍ଗ ମଧ୍ୟରେ ମୁଖ୍ୟତଃ ଉଚ୍ଚ ଜାତିର ଜମିମାଲିକ, ପଶୁପାଳକ, ବ୍ୟବସାୟୀ ଓ ସୈନିକ ଏବଂ ନୀଚ ଜାତି ସମୁଦାୟ ମଧ୍ୟରେ ବିଭେଦ ରହିଛି। ପାଖାପାଖି ୨୦-୩୦% ଦଳିତ ପଞ୍ଜାବ ଓ ହରିୟାଣାରେ ଅଛନ୍ତି। ଫଳରେ ଏଠାରେ ଇସ୍‌ଲାମ, ଶିଖ୍‌ଧର୍ମ ଓ ଆର୍ଯ୍ୟ ସମାଜର ଧାର୍ମିକ ତଥା ସାମାଜିକ ଅଭିଯାନଗୁଡ଼ିକରେ ସମସ୍ତଙ୍କୁ ସମାନ ଅଧିକାର ଦେବାରେ ଜାତି ବିରୋଧୀ ଦୃଷ୍ଟିକୋଣ ବଳବତ୍ତର ରହିଛି। ଏଥିରୁ ବୁଝାପଡ଼ୁଛି ଯେ ଚତୁଃବର୍ଣ୍ଣ ବ୍ୟବସ୍ଥା ପୂର୍ବରୁ ‘ଜାତି’ ରହିଥିଲା।
ଏବେ ପଞ୍ଜାବ କଥା କହିଲେ ଆମେ ଏହାର ବିସ୍ତୀର୍ଣ୍ଣ ସବୁଜ କ୍ଷେତ ବିଷୟରେ ଚିନ୍ତାକରୁ। ଏହି ପ୍ରକାର କୃଷି ଖ୍ରୀଷ୍ଟାବ୍ଦ ୧୫୦୦ ପରେ ପ୍ରାୟ ତୋଗଲକ ଓ ମୋଗଲଙ୍କ ସମୟରେ କେବଳ ସିନ୍ଧୁ ନଦୀ ଉପତ୍ୟକାରେ ବିକଶିତ ହୋଇଥିଲା। ଏତିକିବେଳେ ଏହି ଅଞ୍ଚଳରେ କେନାଲ ଖୋଳାଯାଇଥିଲା ଏବଂ ପ୍ରବାସୀ ଆରବୀୟ ଓ ସୁ(ଗୁଏନା ଓ ଉତ୍ତର-ପଶ୍ଚିମ ସିରିଆଲିଓନରୁ ଆସିଥିବା) ମାନେ ଜଳଚକ ଟେକ୍ନୋଲୋଜି ଏବଂ ବ୍ୟବସାୟଭିତ୍ତିକ କୃଷି ଆରମ୍ଭ କରିଥିଲେ। ପୂର୍ବରୁ ଅଧିକ ଗାଈ, ମଇଁଷି, ମେଣ୍ଢା ଓ ଛେଳି ରଖୁଥିବା ଅନେକ ଜାଠ ସମ୍ପ୍ରଦାୟ ମଧ୍ୟ ଚାଷ କରିବା ଆରମ୍ଭ କରିଦେଲେ। ଫଳରେ ସେମାନେ ଧନୀ ଓ କ୍ଷମତାଶାଳୀ କୃଷକ ହୋଇଗଲେ ଓ ଜମି କିଣି ଚାଷ କଲେ। ଏଭଳି କୃଷି ପୁରାତନ କୃଷିଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ପୁରାତନ ଇସ୍‌ଲାମିକ କୃୃଷି ବିପ୍ଳବ ନୂଆ ପଞ୍ଜାବକୁ ଜନ୍ମ ଦେଲା। ତେବେ ଏହି ମଧ୍ୟଯୁଗୀୟ କୃଷି ବିପ୍ଳବ ପର୍ଯ୍ୟନ୍ତ ପଞ୍ଜାବର ଅଧିକାଂଶ ଲୋକ ଚାଷ ସହ ପଶୁପାଳନ କରୁଥିଲେ। ସେମାନଙ୍କ ମଧ୍ୟରୁ କେତେକେ ବ୍ୟବସାୟୀ ଥିଲେ। ଉଭୟ ବ୍ୟବସାୟୀ ଏବଂ ମେଷପାଳକମାନେ କ୍ଷତ୍ରିୟ ବଂଶର ବୋଲି ଦାବି କରିଥିଲେ। ବଣିକମାନେ(ଖତ୍ରି) ଦର୍ଶାନ୍ତି ଯେ ପର୍ଶୁରାମ ଯେତେବେଳେ ସମସ୍ତ କ୍ଷତ୍ରିୟଙ୍କୁ ହତ୍ୟା କରିଥିଲେ ସେତେବେଳେ ସେମାନେ ଅସ୍ତ୍ର ଛାଡ଼ି ବ୍ୟବସାୟୀ ପାଲଟି ଯାଇଥିଲେ। ସେମାନେ ଉତ୍ତର-ପଶ୍ଚିମ, ହିନ୍ଦୁକୁଶ ପର୍ବତମାଳାର ସମଗ୍ର ଅଞ୍ଚଳ, ଇରାନ ଏବଂ କେନ୍ଦ୍ରୀୟ ଏସିଆ ସହିତ ବେପାର କରୁଥିଲେ। ଅନ୍ୟ କ୍ଷତ୍ରିୟମାନେ ଅସ୍ତ୍ରକୁ ଲଙ୍ଗଳ ମୁନ ଭାବେ ବ୍ୟବହାର କରି କୃଷକ (ଜାଟ) ହୋଇଗଲେ । ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀ ମଧ୍ୟରେ ହୋଇଥିବା ସୁ’ଙ୍କ କୃଷି ବିପ୍ଳବ ପରେ ପଶ୍ଚିମ ପଞ୍ଜାବର ଜାଠମାନେ ଇସଲାମ ଧର୍ମ ଆଡ଼କୁ ଢଳିିଥିଲେ। କିନ୍ତୁ ପୂର୍ବ ପଞ୍ଜାବରେ ଜାଠମାନେ ଧର୍ମାନ୍ତରୀକରଣକୁ ବିରୋଧ କରି ଶିଖ୍‌ ଧର୍ମ ଗ୍ରହଣ କରିଥିଲେ ।
ହରିୟାଣାର ଜାଠମାନେ ହିନ୍ଦୁ ଭାବେ ରହିଲେ। କିନ୍ତୁ ସେମାନେ ପୁନଃ ବିବାହ ପ୍ରଥାକୁ ଅନୁସରଣ କରିଥିବାରୁ ସେମାନଙ୍କୁ ରାଜପୁତ ଓ ବ୍ରାହ୍ମଣମାନେ ନୀଚ ଦୃଷ୍ଟିରେ ଦେଖୁଥିତ୍ଲେ। ହରିୟାଣାରେ କେତେକ ଯାଯାବର ତଥା ପଶୁପାଳକ ଗୋଷ୍ଠୀର ଲୋକ ଗୁଜ୍ଜର ହୋଇଥିବା ଜଣାଯାଏ। ଊନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସକଙ୍କ ସହ ଶତ୍ରୁତା ଯୋଗୁ ଗୁଜ୍ଜରମାନଙ୍କୁ ଅପରାଧୀ ଗୋଷ୍ଠୀ ବୋଲି ଅଭିହିତ କରାଯିବା ଯୋଗୁ ସେମାନଙ୍କ ସାମାଜିକ ସ୍ଥିତିର ପତନ ହୋଇଥିଲା। ପୁନଶ୍ଚ ଦକ୍ଷିଣ ଦିଗକୁ, ରାଜସ୍ଥାନ ନିକଟରେ, ବିଶେଷକରି ମୋଗଲ ଶାସନ ସମୟରେ ଯେଉଁମାନେ ଅସ୍ତ୍ର ଧାରଣ କରି ଘୋଡ଼ା ଓ ଓଟ ପିଠିରେ ବସି ସେମାନଙ୍କ ପଶୁଙ୍କ ସୁରକ୍ଷା କରୁଥିଲେ ସେମାନେ ରାଜପୁତ ଭାବେ ଗଣାଗଲେ। ସେମାନଙ୍କୁ ଚାଷ କରିବା ବାରଣ କରାଯାଇଥିଲା। କିନ୍ତୁ ବ୍ରାହ୍ମଣମାନେ ସେମାନଙ୍କୁ ସୂର୍ଯ୍ୟ ଓ ଚନ୍ଦ୍ରବଂଶୀୟ କ୍ଷତ୍ରିୟ ବୋଲି ଘୋଷଣା କରିଥିଲେ।
ଭାରତର ଜାତି ବ୍ୟବସ୍ଥାରେ ରାଜପୁତ ଏବଂ କ୍ଷତ୍ରିୟମାନଙ୍କର ବ୍ରାହ୍ମଣଙ୍କ ସହ ନିବିଡ଼ ସମ୍ପର୍କ ରହିଛି। ଅଧିକାଂଶ ବ୍ରାହ୍ମଣ ପଞ୍ଜାବର ପାହାଡ଼ିଆ ଅଞ୍ଚଳରେ ରହୁଥିଲେ। ସେମାନଙ୍କୁ ସ୍ଥାନୀୟ ରାଜାମାନେ ଆଣିଥିଲେ, କିନ୍ତୁ ଯାଯାବର ପଶୁପାଳକ ଗୋଷ୍ଠୀର ଲୋକଙ୍କ ଉପରେ ସେମାନଙ୍କ ପ୍ରଭାବ ନ ଥିଲା। ଜାଠ ଓ ଗୁଜ୍ଜରମାନେ ନିଜକୁ କ୍ଷତ୍ରିୟ ବଂଶର ଯୋଦ୍ଧା ଭାବେ ମାନୁଥିଲେ। ସେମାନେ ପୁରାତନ ଆର୍ଯ୍ୟଙ୍କ ଶୈଳୀରେ ପଶୁଙ୍କ ଯତ୍ନ ନେଉଥିଲେ, ଯାହା ସେମାନେ ମୂଳ ଆର୍ଯ୍ୟଙ୍କ ବଂଶଧର ବୋଲି ଦାବି କରାଯାଏ। କୌତୂହଳର କଥା, ଜାଠ ସମୁଦାୟ ଋଗ୍‌ବେଦରେ ଉଲ୍ଲିଖିତ ପରମ୍ପରାଗୁଡ଼ିକୁ ପାଳନ କରନ୍ତି। ଉଦାହରଣ ସ୍ବରୂପ, ଯେତେେବେଳ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୁଏ, ସେତେବେଳେ ତାଙ୍କ ବିଧବା ପତ୍ନୀଙ୍କୁ ପୁନର୍ବାର ସାଂସାରିକ ଜୀବନ ବିତାଇବାକୁ ଉତ୍ସାହିତ କରାଯାଏ। ଜାଠ ସମ୍ମୁଦାୟରେ ବିଧବା ବିବାହକୁ ସ୍ବୀକୃତି ଦିଆଯାଇଥିଲା, ବିଶେଷକରି ପରିବାର ମଧ୍ୟରେ, ଯାହା ‘ଚାଦର ଚଢାନା’ ଭାବେ ଜଣାଶୁଣା। ଏହି ପରମ୍ପରା ରାଜପୁତ, ଖତ୍ରି କିମ୍ବା ବ୍ରାହ୍ମଣଙ୍କ ମଧ୍ୟରେ ନାହିଁ।
ରାଜପୁତଙ୍କ ମଧ୍ୟରେ ଜୋହର ଓ ସତୀ ପରମ୍ପରା ରହିଥିଲା। ଉଚ୍ଚଜାତି ପରିବାରଗୁଡ଼ିକ ବିଧବା ବିବାହକୁ ଘୃଣା କରୁଥିଲେ। ଏହିପ୍ରକାର ପ୍ରଭେଦ ଯୋଗୁ ଜାଠ ପ୍ରତି ସାମାଜିକ ସ୍ତରରେ ନୂ୍ୟନ ଧାରଣା ଆସିଥିଲା। ଏପରି କି ସେମାନଙ୍କ ମଧ୍ୟରୁ ଅନେକ ଶିଖ୍‌ ଧର୍ମ ଗ୍ରହଣ କରିଥିଲେ ମଧ୍ୟ ଏଭଳି ଧାରଣା ବଳବତ୍ତର ରହିଥିଲା। ଆର୍ଯ୍ୟସମାଜର ଉତ୍‌ଥାନ ପରେ ହିଁ ଜାଠମାନେ ସାମାଜିକ ସ୍ବୀକୃତି ଲାଭ କରିଥିଲେ। ଉତ୍ତର ଦିଗକୁ ଗତି କରି ପାକିସ୍ତାନର ଉତ୍ତରଭାଗ ଏବଂ ଆଫଗାନିସ୍ତାନରେ ଆମେ ପାସ୍ତୁନଙ୍କୁ ପ୍ରତିରୋଧ କରିଛୁ। ବେଦରେ ବର୍ଣ୍ଣିତ ‘ପାଖତ’ ଗୋଷ୍ଠୀର ଲୋକେ ସମ୍ଭବତଃ ଏଭଳି କରିଥାଇପାରନ୍ତି। ଯେଉଁ ପାସ୍ତୁନମାନେ ଏବେ ମୁସଲମାନ ହୋଇଛନ୍ତି, ସେମାନେ ଦାବି କରନ୍ତି ଯେ ସେମାନଙ୍କ ପୂର୍ବଜ ଇସ୍ରାଏଲରୁ ଆସିଥିଲେ ଏବଂ ଇସ୍‌ଲାମ ଆସିବା ପୂର୍ବରୁ ସେମାନେ ଏକେଶ୍ୱରବାଦୀ ଥିଲେ। ସେମାନେ ମଧ୍ୟ ଦାବି କରନ୍ତି, ସେମାନଙ୍କ ପୂର୍ବଜ ମହମ୍ମଦଙ୍କ ସପକ୍ଷରେ ଲଢ଼ିଥିଲେ ଓ ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ଏହି କାହାଣୀ ଚତୁର୍ଦ୍ଦଶ ଏବଂ ପଞ୍ଚଦଶ ଶତାବ୍ଦୀରେ ମୋଗଲ ଶାସନ ସମୟରେ ସାମ୍ନାକୁ ଆସିଥିଲା। ତେବେ ଜାଠ, ଗୁଜ୍ଜର ଏବଂ ଖତ୍ରିଙ୍କ ଭଳି ସେମାନଙ୍କର ବୈଦିକ ସମ୍ପର୍କ ରହିଥିଲା କି? ଆମେ ଏ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ କେବେ ଜାଣିପାରିବା ନାହିଁ, ଏହା ଉପରେ ଗୁରୁତ୍ୱର ସହ ଚିନ୍ତା କରିବା ଦରକାର।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri