‘ବିଜେଡି, ଭାଜପା ସହ ଯିଏ ସମ୍ପର୍କରେ ଅଛ ସଜାଗ ରୁହ’

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଯିଏ କଂଗ୍ରେସରେ ରହି ବିଜେଡି ଏବଂ ଭାଜପା ସହ ସମ୍ପର୍କରେ ଅଛ ସେମାନେ ଆଉ ଏ ଦଳରେ ରୁହନାହିଁ। ସେମାନଙ୍କ ବିଷୟରେ ମୋ ପାଖରେ ତଥ୍ୟ ଅଛି। ଯଦି ନିଜର ଏଭଳି କାର୍ଯ୍ୟରୁ ବିରତ ନ ରୁହ ଆଉ ବରଦାସ୍ତ କରାଯିବ ନାହିଁ, ସିଧା ଦଳରୁ ବିଦା କରିଦିଆଯିବ। ତୁମମାନଙ୍କ ଯୋଗୁ ବର୍ଷ ବର୍ଷ ଧରି କଂଗ୍ରେସ ସହ ଯୋଡ଼ିହୋଇ ରହିଥିବା କର୍ମୀମାନେ ହଇରାଣ ହୋଇଗଲେଣି। ତୁମମାନଙ୍କ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଆଉ ସେହି କର୍ମୀମାନଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ। ଯେଉଁ କର୍ମୀମାନେ ତୁମମାନଙ୍କ ଯୋଗୁ ନିଜର ଜୀବନ ଜୀବିକା ହରାଇଛନ୍ତି ସେମାନଙ୍କୁ ନ୍ୟାୟ ମିଳିବ ବୋଲି କହି ଦଳୀୟ ନେତାମାନଙ୍କ ଉପରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ପ୍ରବଳ ବର୍ଷିଛନ୍ତି। ତାଙ୍କର ଏଭଳି ଶାଣିତ ଆକ୍ରମଣ ଦଳୀୟ ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।
ଗତ ସୋମବାର କଂଗ୍ରେସର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଗଣେଶ୍ୱର ବେହେରା, ପୂର୍ବତନ ମହିଳା ସଭାପତି ସସ୍ମିତା ବେହେରା ଏବଂ ବିଧାୟକ ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସୋମବାର ଠାରୁ ଦଳର ନୂଆ ମେମ୍ବରଶିପ୍‌ ଡ୍ରାଇଭ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଅଭିଭାଷଣ କାର୍ଯ୍ୟକ୍ରମ ଚାଲିଥିଲା। ଏନେଇ ପିସିସି ସଭାପତି ନିଜର ଅଭିଭାଷଣ ରଖିବା ପରେ ସିଧା ଚେଲ୍ଲାକୁମାର ନିଜ ମତ ରଖିଥିଲେ। ଏଥିରେ କେତେଜଣ ବିଧାୟକ ଓ ବରିଷ୍ଠ ନେତାଙ୍କୁ କହିବାର ସୁଯୋଗ ନ ମିଳିବାରୁ ସେମାନେ ରାଗିଯାଇଥିଲେ। ସଙ୍ଗେ ସଙ୍ଗେ ଜଣେ ବିଧାୟକ ବୈଠକରୁ ବାହାରିଯାଇ ସିଧା ଗଣମାଧ୍ୟମକୁ କହିଲେ, ଏଠାରେ ଆମର କିଛି ସମ୍ମାନ ନାହିଁ। ତେଣୁ ଏହି ବୈଠକରେ ରହିବାର କିଛି ଆବଶ୍ୟକତା ନାହିଁ । ଏକଥା ବୈଠକ ଭିତରେ ଥିବାବେଳେ ଚେଲ୍ଲାକୁମାରଙ୍କ କାନରେ ପଡ଼ିଯାଇଥିଲା। ଏହାପରେ ଚିହିଁକି ଉଠି ସେ କହିଥିଲେ, ବହୁ ନେତା ଏଠି ଅଛନ୍ତି ଯେଉଁମାନେ ବିଜେଡି ଓ ଭାଜପା ସମ୍ପର୍କରେ ରହିଛନ୍ତି। ସେମାନେ ଆଉ ଦଳର କ୍ଷତି ନ କରି ନିଜ ଆଡୁ ଛାଡ଼ିଦିଅନ୍ତୁ। ଯେଉଁମାନେ ଗଣମାଧ୍ୟମକୁ ଯାଇ ୟାଡୁସାଡୁ ମତାମତ ଦେଇ ଦଳର କ୍ଷତି କରିବାକୁ ଚାହୁଁଛନ୍ତି ସେମାନେ ସତର୍କ ହୋଇଯାଆନ୍ତୁ। ଏଥିସହ କଂଗ୍ରେସ ସମ୍ବିଧାନ ଯାହାକୁ ଜଣାନାହିଁ ସେମାନେ ଦଳରେ ନ ରୁହନ୍ତୁ ବୋଲି ସେ କହିଥିଲେ। ପରେ ଚେଲ୍ଲାକୁମାର ପିପିଲି ଉପନିର୍ବାଚନ ଫଳାଫଳ ବାହାରିବା ଦିନ କଂଗ୍ରେସ ଭବନରେ ପଶି ତାଲା ପକାଇ ଚେୟାର, ଟେବୁଲ ଭାଙ୍ଗିଥିବା ନେତା ଓ କର୍ମୀଙ୍କୁ ଶାଣିତ ଆକ୍ରମଣ କରି କହିଥିଲେ, ଯାହାର ପିସିସି ସଭାପତିଙ୍କ ଉପରେ ରାଗ ଅଛି ସେମାନେ ଜଣାନ୍ତୁ, ସେଥିରେ କିଛି ନାହିଁ। ସେହି କଥା ଲାଗି କଂଗ୍ରେସର କ୍ଷତି କଲେ କ୍ଷମା ମିଳିବନାହିଁ।
ଅନ୍ୟପଟେ କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାକୁ ଗଣମାଧ୍ୟମରେ ଖବର ଦେଇ ଦଳର କ୍ଷତି କରିଥିବା ନେତା ଓ କର୍ମୀଙ୍କ ତାଲିକା ଚେଲ୍ଲାକୁମାର ମଗାଇଛନ୍ତି। ଏହି ତାଲିକା ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଥିବା ଜାଣିବାକୁ ମିଳିଛି। ସେମାନଙ୍କୁ ଦଳ ପକ୍ଷରୁ ଗୁରୁବାର ସୁଦ୍ଧା ବହିଷ୍କାର କରିଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଯେଉଁମାନେ ଦଳର କ୍ଷତି ହେବା ଭଳି କାମ କରନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ହାଇକମାଣ୍ଡଙ୍କଠାରୁ ଚେଲ୍ଲାକୁମାର ନିର୍ଦ୍ଦେଶ ପାଇଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?