‘ବିଜେଡି, ଭାଜପା ସହ ଯିଏ ସମ୍ପର୍କରେ ଅଛ ସଜାଗ ରୁହ’

ଭୁବନେଶ୍ୱର,୪।୧୧(ବ୍ୟୁରୋ): ଯିଏ କଂଗ୍ରେସରେ ରହି ବିଜେଡି ଏବଂ ଭାଜପା ସହ ସମ୍ପର୍କରେ ଅଛ ସେମାନେ ଆଉ ଏ ଦଳରେ ରୁହନାହିଁ। ସେମାନଙ୍କ ବିଷୟରେ ମୋ ପାଖରେ ତଥ୍ୟ ଅଛି। ଯଦି ନିଜର ଏଭଳି କାର୍ଯ୍ୟରୁ ବିରତ ନ ରୁହ ଆଉ ବରଦାସ୍ତ କରାଯିବ ନାହିଁ, ସିଧା ଦଳରୁ ବିଦା କରିଦିଆଯିବ। ତୁମମାନଙ୍କ ଯୋଗୁ ବର୍ଷ ବର୍ଷ ଧରି କଂଗ୍ରେସ ସହ ଯୋଡ଼ିହୋଇ ରହିଥିବା କର୍ମୀମାନେ ହଇରାଣ ହୋଇଗଲେଣି। ତୁମମାନଙ୍କ ବ୍ୟକ୍ତିଗତ ସ୍ବାର୍ଥ ଲାଗି ଆଉ ସେହି କର୍ମୀମାନଙ୍କୁ ହଇରାଣ ହେବାକୁ ଦିଆଯିବ ନାହିଁ। ଯେଉଁ କର୍ମୀମାନେ ତୁମମାନଙ୍କ ଯୋଗୁ ନିଜର ଜୀବନ ଜୀବିକା ହରାଇଛନ୍ତି ସେମାନଙ୍କୁ ନ୍ୟାୟ ମିଳିବ ବୋଲି କହି ଦଳୀୟ ନେତାମାନଙ୍କ ଉପରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ପ୍ରବଳ ବର୍ଷିଛନ୍ତି। ତାଙ୍କର ଏଭଳି ଶାଣିତ ଆକ୍ରମଣ ଦଳୀୟ ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।
ଗତ ସୋମବାର କଂଗ୍ରେସର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ, ଗଣେଶ୍ୱର ବେହେରା, ପୂର୍ବତନ ମହିଳା ସଭାପତି ସସ୍ମିତା ବେହେରା ଏବଂ ବିଧାୟକ ମହମ୍ମଦ ମୋକିମ ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ସୋମବାର ଠାରୁ ଦଳର ନୂଆ ମେମ୍ବରଶିପ୍‌ ଡ୍ରାଇଭ୍‌ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏହି ପ୍ରସଙ୍ଗରେ କାର୍ଯ୍ୟକାରିଣୀରେ ଅଭିଭାଷଣ କାର୍ଯ୍ୟକ୍ରମ ଚାଲିଥିଲା। ଏନେଇ ପିସିସି ସଭାପତି ନିଜର ଅଭିଭାଷଣ ରଖିବା ପରେ ସିଧା ଚେଲ୍ଲାକୁମାର ନିଜ ମତ ରଖିଥିଲେ। ଏଥିରେ କେତେଜଣ ବିଧାୟକ ଓ ବରିଷ୍ଠ ନେତାଙ୍କୁ କହିବାର ସୁଯୋଗ ନ ମିଳିବାରୁ ସେମାନେ ରାଗିଯାଇଥିଲେ। ସଙ୍ଗେ ସଙ୍ଗେ ଜଣେ ବିଧାୟକ ବୈଠକରୁ ବାହାରିଯାଇ ସିଧା ଗଣମାଧ୍ୟମକୁ କହିଲେ, ଏଠାରେ ଆମର କିଛି ସମ୍ମାନ ନାହିଁ। ତେଣୁ ଏହି ବୈଠକରେ ରହିବାର କିଛି ଆବଶ୍ୟକତା ନାହିଁ । ଏକଥା ବୈଠକ ଭିତରେ ଥିବାବେଳେ ଚେଲ୍ଲାକୁମାରଙ୍କ କାନରେ ପଡ଼ିଯାଇଥିଲା। ଏହାପରେ ଚିହିଁକି ଉଠି ସେ କହିଥିଲେ, ବହୁ ନେତା ଏଠି ଅଛନ୍ତି ଯେଉଁମାନେ ବିଜେଡି ଓ ଭାଜପା ସମ୍ପର୍କରେ ରହିଛନ୍ତି। ସେମାନେ ଆଉ ଦଳର କ୍ଷତି ନ କରି ନିଜ ଆଡୁ ଛାଡ଼ିଦିଅନ୍ତୁ। ଯେଉଁମାନେ ଗଣମାଧ୍ୟମକୁ ଯାଇ ୟାଡୁସାଡୁ ମତାମତ ଦେଇ ଦଳର କ୍ଷତି କରିବାକୁ ଚାହୁଁଛନ୍ତି ସେମାନେ ସତର୍କ ହୋଇଯାଆନ୍ତୁ। ଏଥିସହ କଂଗ୍ରେସ ସମ୍ବିଧାନ ଯାହାକୁ ଜଣାନାହିଁ ସେମାନେ ଦଳରେ ନ ରୁହନ୍ତୁ ବୋଲି ସେ କହିଥିଲେ। ପରେ ଚେଲ୍ଲାକୁମାର ପିପିଲି ଉପନିର୍ବାଚନ ଫଳାଫଳ ବାହାରିବା ଦିନ କଂଗ୍ରେସ ଭବନରେ ପଶି ତାଲା ପକାଇ ଚେୟାର, ଟେବୁଲ ଭାଙ୍ଗିଥିବା ନେତା ଓ କର୍ମୀଙ୍କୁ ଶାଣିତ ଆକ୍ରମଣ କରି କହିଥିଲେ, ଯାହାର ପିସିସି ସଭାପତିଙ୍କ ଉପରେ ରାଗ ଅଛି ସେମାନେ ଜଣାନ୍ତୁ, ସେଥିରେ କିଛି ନାହିଁ। ସେହି କଥା ଲାଗି କଂଗ୍ରେସର କ୍ଷତି କଲେ କ୍ଷମା ମିଳିବନାହିଁ।
ଅନ୍ୟପଟେ କଂଗ୍ରେସ ଭବନରେ ଭଙ୍ଗାରୁଜା ଘଟଣାକୁ ଗଣମାଧ୍ୟମରେ ଖବର ଦେଇ ଦଳର କ୍ଷତି କରିଥିବା ନେତା ଓ କର୍ମୀଙ୍କ ତାଲିକା ଚେଲ୍ଲାକୁମାର ମଗାଇଛନ୍ତି। ଏହି ତାଲିକା ପ୍ରସ୍ତୁତ କାର୍ଯ୍ୟ ଶେଷ ହୋଇଥିବା ଜାଣିବାକୁ ମିଳିଛି। ସେମାନଙ୍କୁ ଦଳ ପକ୍ଷରୁ ଗୁରୁବାର ସୁଦ୍ଧା ବହିଷ୍କାର କରିଦିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ଯେଉଁମାନେ ଦଳର କ୍ଷତି ହେବା ଭଳି କାମ କରନ୍ତି ସେମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ଲାଗି ମଧ୍ୟ ହାଇକମାଣ୍ଡଙ୍କଠାରୁ ଚେଲ୍ଲାକୁମାର ନିର୍ଦ୍ଦେଶ ପାଇଥିବା ଜାଣିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri