କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ମଞ୍ଜୁରୀ: ଜୁନ୍‌ ୨୩ରେ ବୈଠକ…

ଜେନେଭା,୧୭।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କରୋନା ଭାକ୍ସିନ୍‌ କୋଭାକ୍ସିନ୍‌କୁ ବିଶ୍ୱସ୍ତରରେ ବ୍ୟବହାର କରାଯିବା ଲାଗି ବିଶ୍ୱସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ)ର ମଞ୍ଜୁରୀ ପାଇଁ ଜୁନ୍‌ ୨୩ରେ ବୈଠକ ଅନୁଷ୍ଠିତ ହେବ। ଭାରତ ବାୟୋଟେକ୍‌ ପକ୍ଷରୁ ଏସମ୍ପର୍କିତ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ରିପୋର୍ଟ ବୁଧବାର ଡବ୍ଲ୍ୟୁଏଚ୍‌ଓରେ ଦାଖଲ କରାଯାଇଛି। ଡବ୍ଲ୍ୟୁଏଚ୍‌ଓ ଓ୍ବେବସାଇଟ୍‌ ଅନୁସାରେ ଫାଇଜର, ଆଷ୍ଟ୍ରାଜେନିକା, ସିନୋଫାର୍ମ, ମର୍ଡେନା, ସିନୋଭାକ୍‌ ଏବଂ ଜନ୍ସନ୍‌ ଆଣ୍ଡ୍‌ ଜନସନ୍‌ ଆଦି ୬ଟି ଭାକ୍ସିନ୍‌କୁ ବିଶ୍ୱସ୍ତରୀୟ ବ୍ୟବହାର ଲାଗି ମଞ୍ଜୁରୀ ମିଳିଛି। ଭାରତର ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭିଶିଲ୍ଡ୍‌କୁ ଜରୁରୀ କାଳୀନ କ୍ଷେତ୍ରରେ ପ୍ରୟୋଗ କରାଯିବା ଲାଗି ଡବ୍ଲ୍ୟୁଏଚ୍‌ଓ ସ୍ବୀକୃତି ମିଳିସାରିଛି। ଡବ୍ଲ୍ୟୁଏଚ୍‌ଓ ସ୍ବୀକୃତି ମିଳି ନ ଥିବାରୁ କୋଭାକ୍ସିନ୍‌ ଡୋଜ୍‌ ନେଇଥିବା ଲୋକ କେତେକ ଦେଶକୁ ଯାତ୍ରା କରି ପାରୁ ନାହାନ୍ତି। ମଞ୍ଜୁରୀ ମିଳିବା ପରେ ଲୋକେ ଅନ୍ୟ ଦେଶକୁ ଯାତ୍ରା କରିବାରେ କୌଣସି ଅସୁବିଧା ହେବ ନାହିଁ।

Share