Posted inଜାତୀୟ

ସମ୍ବିଧାନ ବହିକୁ ନିଜ ପାଖରେ ରଖିବାକୁ ରାହୁଲଙ୍କୁ କିଏ ଦେଇଥିଲେ ପରାମର୍ଶ, ନାଁ ଜାଣିଲେ ତାଜୁବ ହୋଇଯିବେ…

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ, ୧୦।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ସେ ଭାଜପା ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି। ଟେକ୍ସାସର ଡାଲାସରେ ଭାରତୀୟ ସମ୍ପ୍ରଦାୟର ସଦସ୍ୟ ତଥା ଯୁବପିଢିଙ୍କ ସହ କଥାବାର୍ତ୍ତା ବେଳେ ରାହୁଲ ଭାଜପା ଏବଂ ଆରଏସଏସକୁ ସାମ୍ବିଧାନିକ ଅନୁଷ୍ଠାନ ଦଖଲ କରିଥିବା ଅଭିଯୋଗ କରିଛନ୍ତି ଏବଂ ସେ ସମ୍ବିଧାନର ସୁରକ୍ଷା ପାଇଁ ସଂଗ୍ରାମ କରୁଥିବା ଦାବି କରିଛନ୍ତି।

ଲୋକ ସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାବାଚନ ପୂର୍ବରୁ ଆମେ ଦାବି କରି ଆସୁଥିଲୁ କି, ଅନୁଷ୍ଠାନଗୁଡିକ ଉପରେ କାବୁ କରାଯାଇଛି। ଆମ ପାଖରେ ଏକ ଉପଯୁକ୍ତ ଖେଳ ପଡ଼ିଆ ନାହିଁ । ଶିକ୍ଷା ବ୍ୟବସ୍ଥା ଉପରେ RSS ନିୟନ୍ତ୍ରଣ ରଖିଛି। ମିଡିଆ ଏବଂ ଅନୁସନ୍ଧାନକାରୀ ସଂସ୍ଥା ନିୟନ୍ତ୍ରଣରେ ଅଛନ୍ତି। ଆମେ ବାରମ୍ବାର ଏହା ବି କହୁଥିଲୁ, କିନ୍ତୁ ଲୋକମାନେ ବୁଝିପାରିଲେ ନାହିଁ। ଏହାପରେ ମୁଁ ସମ୍ବିଧାନ ଦେଖାଇବା ଆରମ୍ଭ କଲି। ଯାହାପରେ ଲୋକମାନେ ବୁଝିପାରିଲେ ଯେ, ସମ୍ବିଧାନ ହେଉଛି ଦେଶର ପ୍ରକୃତ ଶକ୍ତି। ଯଦି ସମ୍ବିଧାନ ରହିବ ନାହିଁ ତେବେ ଦେଶର ଭବିଷ୍ୟତ ବିପଦରେ ପଡ଼ିବ।

ରାହୁଲ ଗାନ୍ଧୀ ଏହା ମଧ୍ୟ କହିଛନ୍ତି, ଦେଶର ଗରିବ ଲୋକମାନେ ଏହାକୁ ଗଭୀର ଭାବରେ ଅନୁଭବ କରିଥିଲେ ଯେ ସମ୍ବିଧାନର ସୁରକ୍ଷା କରୁଥିବା ଏବଂ ଏହାକୁ ନଷ୍ଟ କରୁଥିବା ଲୋକଙ୍କ ମଧ୍ୟରେ ଲଢେଇ ଆରମ୍ଭ ହୋଇ ଯାଇଛି । ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗ ମଧ୍ୟ ବଡ ହୋଇଯାଇଛି।

ତେବେ ଆମେରିକାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାହୁଲଙ୍କୁ ପଚରାଯାଇଥିଲା ଯେ, ସେ ତାଙ୍କ ସହ ସମ୍ବିଧାନର ବହି କେବେ ଓ କାହିଁକି ନେବା ଆରମ୍ଭ କରିଛନ୍ତି। ଉତ୍ତରରେ କଂଗ୍ରେସ ଏମପି ନିର୍ବାଚନ ପୂର୍ବରୁ ତାଙ୍କ ଭାରତ ଯୋଡା ଯାତ୍ରାର କାହାଣୀ ବର୍ଣ୍ଣନା କରିଥିଲେ। ସେ କହିଥିଲେ ଯେ, ଏହି ଯାତ୍ରା ସମୟରେ ସେ ଦେଶର ଅନେକ ଲୋକଙ୍କୁ ଭେଟି ସେମାନଙ୍କ ଚିନ୍ତାଧାରା ବୁଝ ିଥିଲେ ଏବଂ ସେମାନଙ୍କ କଥା ଶୁଣୁଥିଲେ। ୪୦୦୦ କିଲୋମିଟର ଚାଲିବା କଷ୍ଟସାଧ୍ୟ ଥିଲା କିନ୍ତୁ ପରେ ଏହା ସହଜ ହୋଇଗଲା।

ଭାରତ ଯୋଡା ଯାତ୍ରା ସମୟରେ ଜଣେ ବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇ କହିଥିଲେ, ଆପଣ କାହିଁକି ସମ୍ବିଧାନ ବହି ନିଜ ପାଖରେ ରଖୁ ନାହାନ୍ତି? ଏହାପରେ ମୁଁ ଅନୁଭବ କଲି ସମ୍ବିଧାନର ସୁରକ୍ଷା ପାଇଁ କରୁଥିବା ପଦଯାତ୍ରା ସମୟରେ ସମ୍ବିଧାନର ବହି ରଖିବା ଆବଶ୍ୟକ।

କହିରଖୁଛୁ କି, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନେକ ସମୟରେ ତାଙ୍କ ହାତରେ ସମ୍ବିଧାନର ଏକ କପି ଧରିଥିବାର ନଜର ଆସିଥାନ୍ତି। ଲୋକ ସଭା ନିର୍ବାଚନରେ ପ୍ରଚାର ସମୟରେ ସେ ଏହି ସମ୍ବିଧାନର ସୁରକ୍ଷା ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଏବଂ ପରେ ନିର୍ବାଚନରେ ଜିତିବା ପରେ ଲୋକ ସଭାରେ ଶପଥ ଗ୍ରହଣ କରୁଥିବାବେଳେ ସେ ଗୋଟିଏ ହାତରେ ସମ୍ବିଧାନର ଏହି କପି ଧରିଥିବାର ନଜର ଆସିଥିଲେ। ତେବେ ରାହୁଲ ଗାନ୍ଧୀ ତାଙ୍କ ସହ ସମ୍ବିଧାନର ଏକ ବହି ରଖିବାକୁ ପରାମର୍ଶ ଦେଇଥିବା ବ୍ୟକ୍ତିଙ୍କ ନାମ ପ୍ରକାଶ କରିନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ଗଛ ଲଗାଇବା

ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...

ଆଶା ନିରାଶାର ଖେଳ

ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...

ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍‌ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...

ବାହ୍ୟ ସୁରକ୍ଷାର ପୁନର୍ବିଚାର

ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଭାବରେ ପୋର୍ଟ ଲୁଇସ୍‌ (ମରିସସ୍‌ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...

IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ

ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...

ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…

ଓ୍ବାଶିଂଟନ୍‌,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...

ପଡିଆରେ ଖୋଲାଖୋଲି ପ୍ରେମ କଲେ ହାର୍ଦ୍ଦିକ – ମାହିକା, ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ କଲେ ଏମିତି, ଭାଇରାଲ ହେଲା…

ନୂଆଦିଲ୍ଲୀ, ୨୦।୧୨: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରେମ ପ୍ରକାଶ କରିବାର ଗୋଟିଏ ବି ସୁଯୋଗ ହାତଛଡ଼ା କରନ୍ତି ନାହିଁ। ଅହମ୍ମଦାବାଦରେ ଖେଳାଯାଇଥିବା ଭାରତ ଏବଂ...

ପ୍ରତିଦିନ ଓଡ଼ିଶାରୁ ଖଣି ଲୁଟୁଛନ୍ତି

ଭୁବନେଶ୍ୱର, ୨୦।୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ଓଡ଼ିଶାର ବିକାଶ ଲାଗି ପ୍ରସ୍ତୁତ କରୁଥିବା ଯୋଜନା ମଧ୍ୟରୁ ମୁଖ୍ୟତଃ ଖଣି ରାଜସ୍ବ ଉପରେ ସର୍ବାଧିକ ନିର୍ଭର କରିଥାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri