Categories: ଖେଳ

ଲାବୁସେନ୍‌ କଲେ ଖୁଲାସା: ଫାଇନାଲରେ ‘କାହାର ଥିଲା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି’

ସିଡନୀ,୨୪।୧୧: ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ୍‌ ମାର୍ନସ ଲାବୁସେନ ବିଶ୍ୱକପ୍‌ ଫାଇନାଲରେ ଦଳ ପକ୍ଷରୁ ନିଆଯାଇଥିବା ବୋଲିଂ ନିଷ୍ପତ୍ତିକୁ ନେଇ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଟସ୍‌ ଜିତିଲେ ଦଳ ବ୍ୟାଟିଂ କରିବ ବୋଲି ଆଲୋଚନା ହୋଇଥିଲା। ହେଲେ ଉକ୍ତ ଦିନ ରଣନୀତି ପ୍ରସ୍ତୁତ କରାଯାଉଥିବା ସମୟରେ କୋଚ୍‌ ଆଣ୍ଡ୍ରୟୁ ମ୍ୟାକ୍‌ଡୋନାଲ୍ଡ ଏବଂ ତାଙ୍କ ଦଳର ବିଶ୍ଳେଷକ ପ୍ରଥମେ ଟସ୍‌ ନେଇ ଠିକ୍‌ ନିଷ୍ପତ୍ତି ନେଇଥିଲେ। ଏହାପରେ ବୋଲରମାନେ ପ୍ରଭାବୀ ବୋଲିଂ କରି ଉଇକେଟ ନେଇଥିଲେ। ପରେ ବ୍ୟାଟିଂରେ ମଧ୍ୟ ଭାରତୀୟ ବୋଲରଙ୍କ ଉପରେ ଚାପ ବଢ଼ାଇବାକୁ ଚେଷ୍ଟା କରି ଖେଳାଳିମାନେ ସଫଳ ହୋଇଥିଲେ ବୋଲି ସେ କହିଛନ୍ତି।

ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଲାବୁସେନ୍‌ କହିଛନ୍ତି, ଆମର ଯୋଜନା ୩୦ ଓଭର ମଧ୍ୟରେ ଭାରତୀୟ ଟିମ୍‌ର ୫ ଉଇକେଟ ନେବାର ଥିଲା। ଅଷ୍ଟ୍ରେଲିଆ ବୋଲରମାନେ ତାହା ହିଁ କରିଥିଲେ। ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ବିଶେଷକରି ପ୍ୟାଟ କମିନ୍ସ ବିରାଟ କୋହଲି ଏବଂ ଶ୍ରେୟାସ ଆୟରଙ୍କ ଉଇକେଟ ନେବା ସହ ଅନ୍ୟମାନଙ୍କୁ ରନ୍‌ କରିବାକୁ ଦେଇ ନ ଥିଲେ। ଅନ୍ୟ ବୋଲର ତାଙ୍କୁ ଅନୁସରଣ କରିଥିଲେ। କୋଚ୍‌ ମଧ୍ୟ ଦଳ ଉପରେ ବିଶ୍ୱାସ ଦେଖାଇଥିଲେ। ତାଙ୍କର ରଣନୀତି ଯୋଗୁ କମିନ୍ସ ଦଳକୁ ବିଜେତା କରିବାର ଯୋଜନାରେ ସଫଳ ହେଲେ ବୋଲି ସେ କହିଛନ୍ତି।

Share