ଶ୍ୱେତ ବିପ୍ଳବର ଜନକ ଡ. ଭର୍ଗିଜ କୁରିନଙ୍କ ସମ୍ମାନରେ ପ୍ରତି ବର୍ଷ ଭାରତରେ ନଭେମ୍ବର ୨୬ରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଥାଏ। ଅପରେଶନ ଫ୍ଲଡ୍ ବା ଶ୍ୱେତ ବିପ୍ଳବରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ; ଯାହା ଦେଶର ସର୍ବବୃହତ୍ ନିଜସ୍ବ ସ୍ଥାୟୀ ଉଦ୍ୟୋଗର ସ୍ଥିତି ଅଭିମୁଖେ ଭାରତର ଦୁଗ୍ଧ ଉଦ୍ୟୋଗକୁ ସୁଦୃଢ଼ କରିଥିଲା। ଭାରତୀୟ ଦୁଗ୍ଧ ସଂଗଠନ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଅନ୍ତର୍ଗତ ୨୦୧୪ମସିହାରୁ ପ୍ରତି ବର୍ଷ ଦେଶରେ ଏହି ଦିବସ ପାଳିତ ହେଉଛି ।
ଅର୍ଥନୈତିକ ସର୍ଭେ ୨୦୨୧-୨୦୨୨ଅନୁସାରେ, ଦୁଗ୍ଧ ଉତ୍ପାଦନରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି। ବିଶ୍ୱ ଦୁଗ୍ଧ ଉତ୍ପାଦନର ୨୩ ପ୍ରତିଶତ ଯୋଗଦାନ ମଧ୍ୟ ଭାରତରେ ରହିଛି ।
ସେତିକି ନୁହେଁ, ଦୁଗ୍ଧ ହେଉଛି ଏକ ସର୍ବବୃହତ୍ କୃଷିଜାତ ଦ୍ରବ୍ୟ; ଯାହାର ଜାତୀୟ ଅର୍ଥନୀତିକୁ ୫ ପ୍ରତିଶତ ଯୋଗଦାନ ରହିଛି। ସିଧାସଳଖ ୮କୋଟିରୁ ଊର୍ଦ୍ଧ୍ୱ କୃଷକଙ୍କୁ ଏହା ନିଯୁକ୍ତି ଦେଉଛି। ଭାରତରେ ଦୁଗ୍ଧ ଉତ୍ପାଦନ ବର୍ଷକୁ ୬.୨ ପ୍ରତିଶତ ହାରରେ ବଢ଼ିଛି । ଦୁଗ୍ଧ ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିଥିବା ଡ. ଭର୍ଗିଜ କୁରିନଙ୍କ ପ୍ରୟାସ ଯୋଗୁ ଏ ସମସ୍ତ ଉପଲବ୍ଧି ସମ୍ଭବ ହୋଇପାରିଛି । କୁରିନଙ୍କ ଉଦ୍ଦେଶ୍ୟ ଥିଲା ଦୁଗ୍ଧ ଉତ୍ପାଦନରେ ଭାରତ କିଭଳି ଆତ୍ମନିର୍ଭରଶୀଳ ଓ ଆସନ୍ତା ୩୦ ବର୍ଷ ମଧ୍ୟରେ କିପରି ଚାରି ଗୁଣା ଅଧିକ ଉତ୍ପାଦନ କରିବାକୁ ସକ୍ଷମ ହେବ।
ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ
ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…
ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…
ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…
ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ
ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…
ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ
ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…
୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା
ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…
ଶିବମ୍ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍-ସଟ୍’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା
ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…
ଅବସରକୁ ନେଇ ମୁହଁ ଖୋଲିଲେ ଶାମି
ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…
ଭାଜପାରେ ଯୋଗଦେଲେ ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍
ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍ କିମ୍ବଦନ୍ତୀ ଲିଆଣ୍ଡର ପେସ୍ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍…
Archives

