ମା’ ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର

ପୁରୀ ଅଫିସ,୨୩ା୧୦: ଧନତେରସ ଭଳି ପବିତ୍ର ଦିନରେ ଶ୍ରୀମନ୍ଦିର ପରିସରସ୍ଥିତ ମା’ ମହାଲକ୍ଷ୍ମୀଙ୍କ ମନ୍ଦିରରୁ ଏକ ଧଳା ପେଚା ଉଦ୍ଧାର କରାଯାଇଛି। ମହାଲକ୍ଷ୍ମୀଙ୍କ ସେବାୟତ ମଧୁସୂଦନ ସିଂହାରୀ ରବିବାର ଏହି ଧଳା ପେଚାକୁ ଉଦ୍ଧାର କରି ଏକ ବ୍ୟାଗ୍‌ ଯୋଗେ ଶ୍ରୀମନ୍ଦିର ବାହାରକୁ ଆଣି ପରେ ଜଙ୍ଗଲ ବିଭାଗକୁ ହସ୍ତାନ୍ତର କରିଛନ୍ତ। ଏହି ଧଳା ପେଚା ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ଲାଗିଥିଲା। ଆଜିର ଦିନରେ ମା’ ଲକ୍ଷ୍ମୀଙ୍କ ମନ୍ଦିରରୁ ଧଳା ପେଚା ଉଦ୍ଧାର ହୋଇଥିବାରୁ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି।