ଧଳା କେଶ ପୁଣି ହେବ କଳା…

କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ। ଅବସାଦ ଦୂର ହେବାପରେ ଏଭଳି ସମ୍ଭବ ହେବ ବୋଲି କଲମ୍ବିଆ ବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅବସାଦ ଯୋଗୁ ଧଳା ହୋଇଥିବା କେଶ ଉପରେ କ୍ୱାଣ୍ଟିଟେଟିଭ୍‌ ଅଧ୍ୟୟନ କରାଯାଇ ଗବେଷକ ଏହା ଜାଣି ପାରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହା ପୂର୍ବରୁ ହୋଇଥିବା ଗବେଷଣା ରିପୋର୍ଟରେ କୁହାଯାଇଥିଲା ଯେ, ଅବସାଦ ଯୋଗୁ କେଶ ସ୍ଥାୟୀ ଭାବେ ଧଳା ହୋଇଥାଏ। ମାତ୍ର ସମ୍ପ୍ରତି ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଧଳା କେଶ ପୁଣି ନିଜର ଯୁବା ଅବସ୍ଥାକୁ ଫେରି କଳା ହୋଇପାରିବ। ଏହି ରିପୋର୍ଟ ଲାଇଫ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ବୟସ ବୃଦ୍ଧି ସହିତ ଶରୀରର ବିଭିନ୍ନ ଅଙ୍ଗ ନିଜର ସ୍ବାଭାବିକ କାର୍ଯ୍ୟକାରିତା ହରାଉଥାନ୍ତି। କିନ୍ତୁ ଏହି ଗବେଷଣାରୁ ଜଣାପଡ଼ିଛି, ସମ୍ପୃକ୍ତ ଅଙ୍ଗକୁ ପୁଣି ନିଜର ଯୁବାବସ୍ଥା ପ୍ରଦାନ କରାଯାଇ ପାରିବ। ଏଭଳି ହେଲେ ବୃଦ୍ଧାବସ୍ଥାରେ ମଣିଷକୁ ପୁଣି ଯୁବାବସ୍ଥା ପ୍ରଦାନ କରିବା ସମ୍ଭବ ହୋଇପାରିବ। ବୃଦ୍ଧାବସ୍ଥାକୁ ଏକ ସାଧାରଣ ଜୈବିକ ସ୍ଥିତ ଭାବେ ଗ୍ରହଣ କରାଯାଇଥାଏ। ଏହା ମଣିଷ ଜୀବନରେ ନିଶ୍ଚିିତ ଭାବେ ଘଟିଥାଏ। ତେବେ ବାର୍ଦ୍ଧକ୍ୟକୁ ଏଡ଼ାଇ ଦେଇ ହେବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।