କେନ୍ଦ୍ରାପଡ଼ାରେ ଚକ୍ରାକାର ଧଳା ମାଛିର ଆତଙ୍କ

କେନ୍ଦ୍ରାପଡ଼ା ଅଫିସ, ୩ା୧୦: ପ୍ରଥମେ ନଡ଼ିଆ ଗଛ ପତ୍ରରେ ଧଳା ଫିମ୍ପି ଦେଖା ଦେଉଥିଲା। ଏବେ କଦଳୀ ଗଛରୁ ଆରମ୍ଭ କରି ପନିପରିବା ଗଛରେ ଏହି ରୋଗ ଦେଖାଯାଇଛି। ଧଳା ଫିମ୍ପି ଗଛକୁ ଦୁର୍ବଳ କରୁଥିବା ବେଳେ ଉତ୍ପାଦକୁ କମ୍‌ କରୁଛି। ଅସନ୍ତୁଳିତ ପରିବେଶ ପାଇଁ ଏହି ରୋଗ ବ୍ୟାପୁଥିବା ଚାଷୀ ଓ ଅଞ୍ଚଳବାସୀ ଚର୍ଚ୍ଚା କରୁଛନ୍ତି। କେନ୍ଦ୍ରାପଡ଼ା ଜିଲାରେ ଏହାକୁ ନେଇ ଏକ ପ୍ରକାର ଆତଙ୍କ ଦେଖାଦେଇଛି।ତେବେ ଏହା ଚକ୍ରାକାର ମାଛି ପାଇଁ ବ୍ୟାପୁଥିବା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ନିରାକରଣ ପାଇଁ ଚାଷୀଙ୍କୁ ସଚେତନତା ସହ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଇଛନ୍ତି। ଅପରପକ୍ଷେ ନଡ଼ିଆ ଗଛ ପରି ଲମ୍ବା ଗଛରେ ଔଷଧ ସିଞ୍ଚନ ପାଇଁ ଜିଲାରେ ଫୁଟ୍‌ ପ୍ରେସର ପମ୍ପ କୌଣସିଠାରେ ନାହିଁ। ଏହା ବ୍ୟତୀତ ଏହି ରୋଗ ବ୍ୟାପକ ହେଉଥିବାରୁ ସାମୂହିକ ନିରାକରଣ ପାଇଁ ଦାବି ହୋଇଛି।
ଏନେଇ ଉଦୟନଗରର ପ୍ରଭାତ କୁମାର ପରିଡ଼ା, ଅଯୋଦ୍ଧାନଗରର ପ୍ରଶାନ୍ତ କୁମାର ନାୟକ, ଗୁଲନଗରର ଲକ୍ଷ୍ମୀକାନ୍ତ ନାୟକ, ଡେରାବିଶର କରୁଣାକର କର, ଚଉଦକୁଲାଟର ଜୟନ୍ତ କୁମାର ପାତ୍ର ପ୍ରମୁଖ କହିଛନ୍ତି, ଗତ କିଛି ଦିନ ଧରି ଗଛର ପତ୍ରଗୁଡିକ ଧଳା ରଙ୍ଗରେ ଆଚ୍ଛାଦିତ ହୋଇଯାଉଛି। ପରେ ଏହି ପତ୍ର ସାମୟିକ ଭାବେ ମୋଡ଼ି ହେବା ସହିତ ଫିମ୍ପି ମାରୁଛି। ଏହି ଫିମ୍ପିରେ ପିମ୍ପୁଡି ଲାଗୁଥିବାରୁ ଏହା ମିଠା ବୋଲି ଅନୁମାନ କରାଯାଉଛି। ପରେ ପତ୍ର ନଷ୍ଟ ହେବା ସହ ଫଳ । ଉତ୍ପାଦନ କମ୍‌ ହେଉଛି। ପୂର୍ବରୁ ଏହି ରୋଗ ନଡ଼ିଆ ଗଛରେ ଦେଖା ଯାଉଥିବା ବେଳେ ଏବେ କଦଳି ଗଛ ଓ କେତେକ ପନିପରିବା ଚାଷ ସମୟରେ ଦେଖିବାକୁ ମିଳୁଛି। ପରିବେଶ ସନ୍ତୁଳନ ବିଗିଡି ଯାଇଛି। ବିଶ୍ୱ ତାପନ ସହିତ ଶିଳ୍ପ, ଜଳ ଓ ବାୟୁ ପ୍ରଦୂଷଣ ବଢ଼ୁଛି। ଯାହାଦ୍ୱାରା ଏହି ରୋଗ ବ୍ୟାପୁଛି । ଏହାର ନିରାକରଣ ପାଇଁ କୃଷି ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଅଥବା ଉଦ୍ୟାନ କୃଷି ବିଭାଗକୁ ଜଣାଇଲେ ଔଷଧ ସିଞ୍ଚନ ପାଇଁ ପରାମର୍ଶ ଦେଉଛନ୍ତି। ତେବେ ଔଷଧ ସିଞ୍ଚନରେ ବିଭିନ୍ନ ସମସ୍ୟା ଅଛି। ନଡ଼ିଆ ଚାଷରେ ଏହି ରୋଗ ବ୍ୟାପକ ଭାବେ ଦେଖା ଦେଇଥିଲା ବେଳେ ଔଷଧ ସିଞ୍ଚନ ଏକ ପ୍ରକାର ଅସମ୍ଭବ ହୋଇଛି। ଜିଲାରେ କୌଣସି ଠାରେ ଫୁଟ ପ୍ରେସର ପମ୍ପ ନାହିଁ। ଏହା ବ୍ୟତୀତ ରୋଗର ବ୍ୟାପକତା ଦୃଷ୍ଟିରୁ ସାମୂହିକ ସିଞ୍ଚନ କିମ୍ବା ଅନ୍ୟ କୌଣସି ବିକଳ୍ପ ବ୍ୟବସ୍ଥା ପାଇଁ ଚାଷୀ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଏସମ୍ପର୍କରେ କୃଷି ବିଜ୍ଞାନ କେନ୍ଦ୍ରର ପରିଚାଳକ ତଥା ବରିଷ୍ଠ ବୈଜ୍ଞାନିକ ଡ. ସୂର୍ଯ୍ୟ ନାରାୟଣ ମିଶ୍ର କହିଛନ୍ତି, ଏହି ରୋଗ ବ୍ୟାପିବାର ମୁଖ୍ୟ କାରଣ ହେଉଛି ଚକ୍ରାକାର ଧଳା ମାଛି। ଏହାର ଉପତ୍ତି ସ୍ଥଳ ସେଣ୍ଟ୍ରାଲ ଆମେରିକା। ୨୦୧୬ ଅଗଷ୍ଟରେ ଏହି ବିଦେଶୀ କୀଟ ଭାରତରେ ଦେଖିବାକୁ ମିଳିଛି। ଏହାର ୬ ମାସ ମଧ୍ୟରେ କେରଳ, ତାମିଲନାଡୁ, କର୍ନାଟକ ଓ ଆନ୍ଦ୍ରପ୍ରଦେଶରେ ଦେଖିବାକୁ ମିଳିଥିଲା। ଏବେ ଓଡ଼ିଶାରେ ଏହାର ପ୍ରଭାବ ଆରମ୍ଭ ହୋଇଛି। ଛୋଟ ଓ ବୟସ୍କ ମାଛି ପତ୍ରର କୋମଳ ଅଂଶରୁ ରସ ଶୋଷଣ କରି ଖାଇଥାନ୍ତି। ଯାହାଦ୍ୱାରା ଗଛ ଉପରେ ବିଭିନ୍ନ ଚାପ ସୃଷ୍ଟି ହେଉଛି। ରୋଗର ବ୍ୟାପକତାରୁ ନିସ୍ତାର ପାଇଁ ଫ୍ଲୁବେନଡିଆମାଇଡ ୪୮୦ ଏସସିର ୫ ମି.ଲି. ସହିତ ୧୦ ଲିଟର ପାଣିରେ ମିଶାଇ ରୋଗଗ୍ରସ୍ତ ଗଛ ଉପରେ ପକାଇ ପାରିବା। ସେହିପରି ୧୦ ଲିଟର ପାଣି ସହିତ ଇମାମେକଟିନ ବେନଜୋଏଟ ୫ ଏସଜିର ୫ ମି.ଲି. କିମ୍ବା ସ୍ପିନୋସାଡ୍‌ ୪୫ ଏସସିର ୫ ମି.ଲି. ପରିମାଣର ଔଷଧ ସହିତ ମିଶାଇ ସିଞ୍ଚନ କରିବା ଆବଶ୍ୟକ। ଏହା ବ୍ୟତୀତ ଜୈବିକ ପ୍ରଣାଳୀରେ ଏହି କୀଟକୁ ରୋକିବା ପାଇଁ ନିମ୍ବ ତେଲ ବ୍ୟବହାର କରାଯାଉଛି। କେତେକ ପ୍ରଜାତିର ଗୋବର ପୋକ ଓ ବିରୁଡି ଏହି କୀଟକୁ ନଷ୍ଟ କରିଥାନ୍ତି ବୋଲି ବୈଜ୍ଞାନିକ ଡ. ମିଶ୍ର ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ରୁଷିଆ-ୟୁକ୍ରେନ ଯୁଦ୍ଧରେ ନୂଆ ମୋଡ! ଟ୍ରମ୍ପଙ୍କୁ ଭେଟିବେ ଜେଲନସ୍କି

ଓ୍ବାଶିଂଟନ,୨୭।୧୨: ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ପ୍ରୟାସ ମଧ୍ୟରେ, ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ରବିବାର (ଡିସେମ୍ବର ୨୮) ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଆମେରିକାରେ ବିମାନସେବା ପ୍ରଭାବିତ, ୧୧୦୦ ଉଡାଣ ରଦ୍ଦ, ୪୦୦୦ ବିମାନ ବିଳମ୍ବ, ଜାଣନ୍ତୁ କାରଣ

ଓ୍ବାଶିଂଟନ,୨୭।୧୨: ଶୁକ୍ରବାର (ଡିସେମ୍ବର ୨୬) ଖ୍ରୀଷ୍ଟମାସ ଛୁଟି ସତ୍ତ୍ୱେ ଆମେରିକାର ବିମାନ କମ୍ପାନୀଗୁଡ଼ିକ ୧୦୦୦ ରୁ ଅଧିକ ଉଡ଼ାଣ ବାତିଲ କରିଛନ୍ତି, କାରଣ ଦେଶର ଅଧିକାଂଶ...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। CEC ପରିବାର ସହ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପହଞ୍ଚିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ଶ୍ରୀମନ୍ଦିର ଭିତରେ...

ନୂଆବର୍ଷରେ BSNLର ଦମଦାର ଅଫର୍‌, ମାସେ ଯାଏ ଫ୍ରି ଇଣ୍ଟଟରନେଟ୍‌କୁ ସବୁ ମାଗଣା!

ନୂଆଦିଲ୍‌ଲୀ,୨୭।୧୨: ସୁଲଭ ରିଚାର୍ଜ ପ୍ଲାନ ସହିତ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିଥିବା ସରକାରୀ ଟେଲିକମ କମ୍ପାନୀ BSNL, ନୂତନ ବର୍ଷ ପାଇଁ ଏକ ଚମତ୍କାର ଅଫର ଘୋଷଣା...

ବିଜୟ ହଜାରେ ଟ୍ରଫିରେ ୩ୟ ମ୍ୟାଚ ଖେଳିବେ କୋହଲି! ସାମ୍ନାକୁ ଆସିଲା ତାରିଖ, ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୨୭।୧୨: ବିଜୟ ହଜାରେ ଟ୍ରଫିରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ବ୍ୟାଟିଂକୁ ପ୍ରଶଂସକମାନେ ପୂରା ଉପଭୋଗ କରିଥିଲେ। ଡିସେମ୍ବର ୨୪ ତାରିଖରେ ଉଭୟ ପ୍ରଥମ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri