Categories: ଫୁରସତ

କଳା ହେଇଯାଏ ଧଳା ଅଣ୍ଡା

ସମସ୍ତେ ଜାଣନ୍ତି ଅଣ୍ଡାର ରଙ୍ଗ ଧଳା। କିଛି ଅଣ୍ଡା ବାଦାମୀ ରଙ୍ଗର ବି ଥାଏ। ହେଲେ କେବେ କଳା ରଙ୍ଗର ଅଣ୍ଡା ଦେଖିଛନ୍ତି? ଭାବୁଥିବେ ଅଣ୍ଡା ରଙ୍ଗ କ’ଣ କେବେ କଳା ହୋଇପାରେ। ହେଲେ ଜାପାନରେ କିନ୍ତୁ କଳା ଅଣ୍ଡା ଦେଖିବାକୁ ମିଳୁଛି, ଯାହାକୁ ‘କୁରୋ ଟମାଗୋ’ ବା ‘ଜାପାନୀ ବ୍ଲାକ୍‌ ଏଗ୍‌’ କୁହାଯାଏ। ଜାପାନର ମାଉଣ୍ଟ ହୋକେନ୍‌ରେ ଓବାକୁଦାନୀ ନାମକ ଏକ ଗ୍ରେଟ ବଏଲିଂ ପଏଣ୍ଟ ଅଛି। ୩୦୦୦ ବର୍ଷ ପୂର୍ବେ ଜ୍ୱାଳାମୁଖୀ ବିସ୍ଫୋରଣ ଘଟି ଏହା ସୃଷ୍ଟି ହୋଇଥିଲା। ସେତେବେଳେ ଏତେ ବଡ ବିସ୍ଫୋରଣ ଘଟିଥିଲା ଯେ, ଆଜିବି ଏଠାରେ ଫୁଟନ୍ତା ପାଣିର ଅନେକ ଛୋଟ ଛୋଟ ପୁସ୍କରିଣୀ ଦେଖିବାକୁ ମିଳେ। ଏଠାକାର ଅଧିବାସୀ ଏହି ଫୁଟନ୍ତା ପାଣିରେ ସାଧାରଣ ଅଣ୍ଡାକୁ ସିଝାନ୍ତି। ଯାହା ସିଝିଗଲେ କଳା ରଙ୍ଗରେ ପରିଣତ ହୋଇଯାଏ। ସେ ଅଣ୍ଡାକୁ ଲୋକେ ଖାଆନ୍ତି ମଧ୍ୟ। ବିଶ୍ୱାସ କରାଯାଏ ଏହି ପାଣିରେ ସିଝା ଯାଇଥିବା ଅଣ୍ଡାକୁ ଖାଇଲେ ବୟସ ୭-୮ ବର୍ଷ ବଢିଯାଏ। ତେବେ ସାଧାରଣ କୁକୁଡା ଅଣ୍ଡା ଏଇ ପାଣିରେ କଳା ରଙ୍ଗରେ କେମିତି ପରିଣତ ହୁଏ? ପ୍ରକୃତ କଥା ହେଉଛି ଏହି ପାଣିରେ ସଲ୍ଫର ପ୍ରଚୁର ମାତ୍ରାରେ ଥାଏ। ଯେବେ ଅଣ୍ଡା ଏହି ପାଣିରେ ଫୁଟେ ଅଣ୍ଡାର ଖୋଳପା କଳା ରଙ୍ଗରେ ପରିଣତ ହେଇଯାଏ। ଏହି ଅଣ୍ଡାରୁ ସଲ୍ଫରର ମହକ ବି ଆସେ। ସ୍ବାଦ ବି ବଦଳିଯାଏ। ତଥାପି ବହୁତ ଲୋକ ଏହି ଅଣ୍ଡା ଖାଆନ୍ତି।

Share