ଝାରସୁଗୁଡ଼ାରେ ଧଳା କୁଆ

ଝାରସୁଗୁଡ଼ା ଅଫିସ,୧୩।୮: ଝାରସୁଗୁଡ଼ା ସହରର ମୁଙ୍ଗାପଡାସ୍ଥିତ ଦିପ୍ତେଓ ସୋନିଙ୍କ ଘର ନିକଟରେ ଏକ ବିରଳ ଧଳା କୁଆ ବସିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। କୁଆ ଦୀର୍ଘ ସମୟ ଧରି ବସି ରହିବା ଓ ଉଡି ନ ପାରିବାରୁ ଦିପ୍ତେଓ ତାକୁ ଉଦ୍ଧାର କରିଥିଲେ। ପରେ ଧଳା କୁଆକୁ ଦିପ୍ତେଓ ଘରେ ରଖିଥିଲେ। ବୁଧବାର ଏହି ଖବର ପାଇବା ପରେ ଝାରସୁଗୁଡ଼ା ଫରେଷ୍ଟର ରମେଶ ନାଥ କୁଆକୁ ନିଜ ହେପାଜତକୁ ନେଇଛନ୍ତି। ବନ ବିଭାଗ ପକ୍ଷରୁ କୁଆର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ତାକୁ ମୁକ୍ତ କରାଯିବ ବୋଲି ସେ କହିଛନ୍ତି।