ଶାଢ଼ି ପିନ୍ଧିବାବେଳେ…

ଶାଢ଼ିରେ ପ୍ରାୟ ସବୁ ଫିଗରର ମହିଳା ସୁନ୍ଦର ଦେଖାଯାନ୍ତି। କିନ୍ତୁ ବେଳେବେଳେ ଶାଢ଼ି ପିନ୍ଧିବା ସମୟରେ କେତେଜଣ ମହିଳା ଏଭଳି ଭୁଲ୍‌ କରିବସନ୍ତି ଯେ ସେମାନଙ୍କ ଲୁକ୍‌ ଖରାପ ହୋଇଯାଏ। ଶାଢ଼ିରେ ସ୍ଲିମ୍‌ ଦେଖାଯିବାକୁ ଚାହୁଁଥିଲେ କିଛି ନିର୍ଦ୍ଦିଷ୍ଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ
ଯଦି ଆପଣଙ୍କ ପେଟ ଓ ଅଣ୍ଟା ପାଖରେ ଅଧିକ ଫ୍ୟାଟ୍‌ ହୋଇଥାଏ ତେବେ କଟନ ଫ୍ୟାବ୍ରିକ୍‌ର ପେଟିକୋଟ୍‌ ପିନ୍ଧନ୍ତୁ ନାହିଁ। ବରଂ ପେଟିକୋଟ୍‌ ବଦଳରେ ଶୋପୱିୟର ପିନ୍ଧନ୍ତୁ। ଏହାକୁ ପିନ୍ଧିଲେ ଶାଢ଼ିରେ ସ୍ଲିମ୍‌ ଦେଖାଯିବେ।
ଶାଢ଼ିରେ ସ୍ଲିମ୍‌ ଦେଖାଯିବା ପାଇଁ ଠିକ୍‌ ଢଙ୍ଗରେ ବ୍ଲାଉଜ୍‌ ମଧ୍ୟ ପିନ୍ଧିବା ଦରକାର। ମହିଳାମାନେ ଯଦି ମୋଟା ହୋଇଥାନ୍ତି ତେବେ ବୋଟ୍‌ ନେକ୍‌, କଲାର ନେକ୍‌ କିମ୍ବା ଫୁଲ୍‌ ନେକଲାଇନ୍‌ ଥିବା ବ୍ଲାଉଜ୍‌ ଆଦୌ ପିନ୍ଧନ୍ତୁ ନାହିଁ। ଏଭଳି ବ୍ଲାଉଜ୍‌ ବଦଳରେ ସବୁବେଳେ ଆଗ ଓ ପଛ ଡିପ୍‌ ନେକ୍‌ଲାଇନ ଥିବା ବ୍ଲାଉଜ୍‌ ପିନ୍ଧିଲେ ଭଲ ଲାଗିବ।
ମୋଟୀ ହୋଇଥିଲେ ମହିଳାମାନେ ଆଦୌ ଚଉଡ଼ା ବର୍ଡର ଥିବା ଶାଢ଼ି ପିନ୍ଧନ୍ତୁ ନାହିଁ। ଶାଢ଼ିରେ ବେଶି ଚଉଡ଼ା ବର୍ଡର ଥିଲେ ତାହା ଅଧିକ ମୋଟୀ ଭଳି ମନେ ହୋଇଥାଏ। ତେଣୁ ପତଳା ବର୍ଡର ଥିବା ଶାଢ଼ି ପିନ୍ଧିଲେ ହିଁ ଆପଣ ନିଶ୍ଚିତଭାବେ ସାମାନ୍ୟ ସ୍ଲିମ୍‌ ଲାଗିବେ।
ସ୍ଲିମ୍‌ ଦେଖାଯିବା ପାଇଁ ବ୍ଲାଉଜ୍‌ ଡିଜାଇନ ସହ ଶାଢ଼ି ପିନ୍ଧିବା ଷ୍ଟାଇଲ୍‌ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ମୋଟୀ ମହିଳାମାନେ ଶାଢ଼ି ପିନ୍ଧିବାବେଳେ ପଣତକୁ ସବୁବେଳେ ଅଧିକ ଲମ୍ବା ରଖିବା ଉଚିତ ହେବ।
ଏପରି କଲେ ମହିଳାଙ୍କର ମୋଟାପଣ କିଛି ପରିମାଣରେ ଲୁଚିଯିବା ଭଳି ମନେ ହୋଇଥାଏ। ବିପରୀତରେ ଯଦି ଛୋଟ ପଣତ ରଖିବେ ଆଦୌ ଭଲ ଲାଗିବ ନାହିଁ।