ବସ ଷ୍ଟାଣ୍ଡରେ ବୁଲଥିଲା ବେଳେ ପୋଲିସର ହେଲା ସନ୍ଦେହ, ୨ ଯୁବକ ଗିରଫ

ଭଦ୍ରକ ଅଫିସ,୬।୭: ଭଦ୍ରକ ଟାଉନ ପୋଲିସ ମଙ୍ଗଳବାର ସନ୍ଧ୍ୟାରେ ୧୧ କେଜି ଗଞ୍ଜେଇ ସହ ୨ ଜଣ ଅବିଯୁକ୍ତଙ୍କୁ ଗିରଫ କରିଛି । ପାଟ୍ରୋଲିଂ ସମୟରେ ଏପରି ଘଟିଥିବା ଜଣାପଡ଼ିଛି। ଏ ନେଇ ଟାଉନ ଥାନାରେ (୨୬୩/୨୨) ମାମଲା ରୁଜୁ ହୋଇଛି ।
ସୂଚନାଯୋଗ୍ୟ, ଭଦ୍ରକ ନୂଆ ବସ ଷ୍ଟାଣ୍ଡରେ ୨ ଜଣ ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲୁଥିବାର ଦେଖି ପୋଲିସର ସେମାନଙ୍କ ଉପରେ ସନ୍ଦେହ ହୋଇଥିଲା। ସେମାନଙ୍କ ଏୟାର ବ୍ୟାଗରୁ ଗଞ୍ଜେଇ ବାହାରିଥିଲା । ଉଭୟ ପଶ୍ଚିମବଙ୍ଗ ହାୱଡା ଜିଲା ବାଉରିଆ ଥାନା ଅଞ୍ଚଳର ବିଜୟ ମଣ୍ଡଳ ଓ ପ୍ରଦୀପ ରାୟ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।