ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ମୃତଦେହ ଠାବ

ଢେଙ୍କାନାଳ ଅଫିସ୍‌/ସାତମାଇଲ(ଡି.ଏନ୍‌.ଏ.), ୨୬।୧: ଜୈବ ବିବିଧତାରେ ଭରପୂର ଢେଙ୍କାନାଳ ଜିଲାରୁ କେବେଠାରୁ ଲୋପ ପାଇଯାଇଛନ୍ତି ମହାବଳ ବାଘ। ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବଂଶବୃଦ୍ଧି ଏହି ଅଭାବବୋଧକୁ ସାମାନ୍ୟ ପୂରଣ କରିବ ବୋଲି ଆଶା କରାଯାଉଥିଲା। ହେଲେ ଏବେ ଏହି ପ୍ରଜାତି ମଧ୍ୟ ସୁରକ୍ଷିତ ନୁହନ୍ତି, ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ହିନ୍ଦୋଳ ରେଞ୍ଜ୍‌ ଖଜୁରିଆକଟା ସେକ୍ସନ ବାରିହାରଗଡ଼ି ଗ୍ରାମ ନିକଟ ନାଳରୁ ବୁଧବାର ସକାଳେ ଏକ କଲରାପତରିଆ ବାଘ ମୃତଦେହକୁ ବନ ବିଭାଗ ଠାବ କରିଛି। ବ୍ୟବଚ୍ଛେଦ ସମୟରେ ଏହାର ତଣ୍ଟିରେ କ୍ଷତ ଚିହ୍ନ ରହିଥିବା ଜଣାପଡ଼ିଛି। ବାଘମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିବାବେଳେ ଶିକାରୀଙ୍କ ଫାଶରେ ପଡ଼ି ଏହାର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ଅନୁଗୋଳସ୍ଥିତ ଆଞ୍ଚଳିକ ବନ ସଂରକ୍ଷକ ଏମ୍‌. ଯୋଗଜୟାନନ୍ଦ, ଢେଙ୍କାନାଳ ଜିଲା ଦାୟିତ୍ୱରେ ଥିବା କଞ୍ଜରଭେଟର ଅଫ୍‌ ଫରେଷ୍ଟ ଡ. ପ୍ରକାଶଚାନ୍ଦ ଗୋଗିନେନି, ଭୁବନେଶ୍ୱରରୁ ଆସିଥିବା ୩ ଜଣିଆ ଯୁଗ୍ମ ଟାକ୍ସଫୋର୍ସ ଦଳ, ହିନ୍ଦୋଳ ରେଞ୍ଜର ଲୋହିତ ରଥ ପ୍ରମୁଖ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି। ଅଣ୍ଡିରା ପ୍ରଜାତିର ଉକ୍ତ ବାଘର ଆନୁମାନିକ ବୟସ ୪ରୁ ୫ ବର୍ଷ ମଧ୍ୟରେ ହେବ। ଏହା ହିନ୍ଦୋଳ ରେଞ୍ଜ କୋଇ ସଂରକ୍ଷିତ ଜଙ୍ଗଲରୁ ଚାଲିଆସିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଯାଞ୍ଚ ବେଳେ ବାଘ ଶରୀରରେ କୌଣସି କ୍ଷତ ଚିହ୍ନ ନ ଥିଲା। ତେବେ ବ୍ୟବଚ୍ଛେଦ ସମୟରେ ତଣ୍ଟିରେ କ୍ଷତ ରହିଥିବା ଜଣାପଡ଼ିଛି। କେଉଁ କାରଣରୁ କଲରାପତରିଆର ମୃତ୍ୟୁ ଘଟିଲା, ତାହା ଜାଣିବା ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ୱରସ୍ଥିତ ଲାବରେଟୋରିକୁ ପଠାଯାଇଛି। ସେଠାରୁ ରିପୋର୍ଟ ମିଳିବା ପରେ କାରଣ ସ୍ପଷ୍ଟ ହେବ ବୋଲି କଞ୍ଜରଭେଟର ଅଫ୍‌ ଫରେଷ୍ଟ ଗୋଗିନେନି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ହିନ୍ଦୋଳ ରେଞ୍ଜ ଅଧୀନ କନ୍ଧରା, କୋଇ ସଂରକ୍ଷିତ ଜଙ୍ଗଲରେ ଗତ କିଛି ବର୍ଷ ହେଲା କଲରାପତରିଆ ବାଘ ସଂଖ୍ୟା ବୃଦ୍ଧି ଘଟୁଛି। ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବାଘଙ୍କୁ ସୁରକ୍ଷା ଦେବାକୁ ବନ ବିଭାଗ ବହୁବିଧ ପଦକ୍ଷେପ ହାତକୁ ନେଇଛି। ହେଲେ ବିଭିନ୍ନ ସମୟରେ ବାଘମୃତ୍ୟୁ ଚିନ୍ତାର କାରଣ ପାଲଟିଛି। ଗତବର୍ଷ କୋଇ ସଂରକ୍ଷିତ ଜଙ୍ଗଲରେ ଶିକାରୀ ଫାଶରେ ପଡ଼ି ଏକ କଲରାପତରିଆର ମୃତ୍ୟୁ ଘଟିଥିଲା। ଅଦ୍ୟାବଧି ଏହି ଘଟଣାରେ କୌଣସି ଅଭିଯୁକ୍ତ ଧରାପଡ଼ିନାହାନ୍ତି। ଏବେ ଆଉ ଏକ ବାଘର ମୃତ୍ୟୁ ଘଟିବା ପ୍ରାଣୀପ୍ରେମୀଙ୍କୁ ବ୍ୟଥିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri