Posted inଜାତୀୟ

ସ୍କୁଲରେ ପଢାଉଥିବାବେଳେ ଫୋନ୍‌ ଆସିଲା ମିଳିଛି ଭାଜପା ଟିକେଟ୍‌: ଶିକ୍ଷକ ଆଶ୍ଚର୍ଯ୍ୟ ହୋଇ ଦେଲେ ଏମିତି ପ୍ରତିକ୍ରିୟା

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ଗାଜିପୁର ଲୋକ ସଭା ନିର୍ବାଚନମଣ୍ଡଳୀରୁ ପାରସନାଥ ରାୟଙ୍କୁ ପ୍ରାର୍ଥୀ କରି ଭାଜପା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପାରସନାଥ ନିଜେ ବିଶ୍ୱାସ କରିପାରୁ ନଥିଲେ ଯେ ସେ ଟିକେଟ ପାଇଛନ୍ତି। ଯେତେବେଳେ ପାରସନାଥଙ୍କ ନାମ ଘୋଷଣା ହେଲା, ସେତେବେଳେ ସେ ନିଜ ସ୍କୁଲରେ ସାତଜଣ ଛାତ୍ରଙ୍କୁ ସଂସ୍କୃତ ଶିକ୍ଷା ଦେଉଥିଲେ।
ଜଣେ ଭାଜପା ଅଧିକାରୀ ତାଙ୍କୁ ଫୋନ କରି ଲୋକ ସଭା ନିର୍ବାଚନ ଟିକେଟ ପାଇବା ବିଷୟରେ ସୂଚନା ଦେଇଥିଲେ। ଏହା ଶୁଣି ପାରସନାଥ କହିଥିଲେ, ଏହା କଣ ସତ କିି?ଟିକେଟ୍‌ ପାଇବାର ୨ ଘଣ୍ଟା ପରେ ସେ ଏହାକୁ ବିଶ୍ୱାସ କରିପାରିଥିଲେ। ମୁଁ ଏହା କଳ୍ପନା କରରିପାରୁ ନାହିଁ, କିନ୍ତୁ ଦଳ ଛୋଟ କାର୍ଯ୍ୟକର୍ତ୍ତାମାନଙ୍କୁ ମଧ୍ୟ ସମ୍ମାନ କରେ।
ପାରସନାଥ ରାୟ, ୨ ଜାନୁୟାରୀ ୧୯୫୫ରେ ଜନ୍ମ ହୋଇଥିଲେ। ସେ ମଣିହାରୀ ବ୍ଲକର ଶିଖାଡି ନିବାସୀ। ସେ ଆରମ୍ଭରୁ ରାଷ୍ଟ୍ରିୟ ସ୍ବୟଂ ସଂଗଠନ (ଆରଏସଏସ) ସହିତ ଜଡିତ ଥିଲେ। ସେ ଜମ୍ମୁ କଶ୍ମୀରର ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନାଙ୍କ ନିକଟତର। ତାଙ୍କର ଦୁଇଟି ପୁଅ ଏବଂ ଦୁଇ ଝିଅ ଅଛନ୍ତି। ବଡ ପୁଅ ଆଶୁତୋଷ ରାୟ ଭାଜପା ସଂଗଠନରେ କାର୍ଯ୍ୟ କରୁଛନ୍ତି। ସାନପୁଅ ଆଶିଷ ରାୟ ଏକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।
ପାରସନାଥ ରାୟ ଭାଜପାରୁ ଟିକେଟ ପାଇ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପଣ୍ଡିତ ମଦନ ମୋହନ ମାଲବ୍ୟ ଶିଖାଡି ଇଣ୍ଟର କଲେଜର ୭ ଜଣ ଛାତ୍ରଙ୍କୁ ସେ ସଂସ୍କୃତ ଶିକ୍ଷା ଦେଉଥିଲେ। ଏହି ସମୟରେ ଭାଜପା ଜିଲା ସଭାପତି ସୁନୀଲ ସିଂଙ୍କ ନିକଟକୁ ଏକ କଲ ଆସିଥିଲା। ସେ ମୁଁ ପ୍ରାର୍ଥୀ ହେବା ନେଇ ସୂଚନା ଦେଇଥିଲେ। ଯଦିଓ ମୁଁ ଏହାକୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱାସ କରି ନ ଥିଲି। ଏହା ପରେ ଘରକୁ ଆସି ପୂର୍ବ ବ୍ୟବସ୍ଥା ଅନୁଯାୟୀ ଜିଲାସ୍ତରରେ ଆୟୋଜିତ ୟୁନିଅନ ବୈଠକକୁ ଯାଇଥିଲି। ସେତେବେଳେ ଲୋକେ ସମ୍ବର୍ନ୍ଧନା ଦେବାରୁ ମୋର ବିଶ୍ୱାସ ହୋଇଥିଲା। ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମୁଁ କେବେ ଇଚ୍ଛା ପ୍ରକାଶ କରିନାହିଁ। କେବେ ବି ଟିକେଟ ମାଗି ନ ଥିଲି, କିନ୍ତୁ ଭାଜପା ଏହାର କାର୍ଯ୍ୟକର୍ତ୍ତାମାନଙ୍କର ଯତ୍ନ ନିଏ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

ରାତି ପାହିଲେ ଖୋଲିବ ସ୍କୁଲ, କାଳବୈଶାଖୀ ଯୋଗୁ ଉଡିଯାଇଛି ୩ ଶ୍ରେଣୀ ଗୃହ ଛପର; ଚିନ୍ତାରେ ବିଦ୍ୟାର୍ଥୀ

ତୁମୁଡିବନ୍ଧ, ୧୬।୬ (ଦିପକ କୁମାର ପରାସେଠ): କାଳବୈଶାଖୀର ସାଙ୍ଘାତିକ ପ୍ରଭାବ ଯୋଗୁ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ମାଲିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (ୟୁପି ସ୍କୁଲ)ର ଶିକ୍ଷାଦାନ…

ତିଖିରି ସରପଞ୍ଚ ଚାମେଲିଙ୍କୁ ମିଳିଲା ଜାମିନ୍‌, କୋର୍ଟ ଦେଲେ ଏଭଳି ନିର୍ଦ୍ଦେଶ

କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଛି। ପୋଲିସକୁ ଆକ୍ରମଣ କରିବା ଭଳି…

ଟ୍ରେସ୍‌ ମ୍ୟାପ୍‌ ପାଇଁ ଲାଞ୍ଚ ମାଗି ଫସିଗଲେ କୋସାଗୁଡ଼ା RI; ମାଡ଼ି ବସିଲା ଭିଜିଲାନ୍ସ, ଦୁଇ ସ୍ଥାନରେ ଚାଲିଛି…

କୋରାପୁଟ,୧୬।୬(ଅମିତାଭ ବେହେରା): କୋରାପୁଟ ଜିଲାରେ ପୁଣି ଜଣେ ସରକାରୀ କର୍ମଚାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ବୋରିଗୁମ୍ମା ତହସିଲ ଅଧୀନ କୋସାଗୁଡ଼ା ଆର୍‌ଆଇ(RI) ସର୍କଲର ରେଭିନ୍ୟୁ ଇନ୍ସପେକ୍ଟର (ଆର୍‌ଆଇ)…

ଦ୍ରୁତ ଗତିରେ ଆସୁଥିଲେ, ମୁହାଁମୁହିଁ ପିଟି ହୋଇଗଲେ ଦୁଇ ବାଇକ୍‌; ଚାଲିଗଲା ୨ ଜୀବନ, ୩ ଜଣ…

ବଞ୍ଚୋ, ୧୬।୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ବଞ୍ଚୋ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦ୍ରୁତଗତିରେ ଆସୁଥିବା ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ…

ଚାଷୀଙ୍କ ପାଇଁ ଖୁସି ଖବର, ଏହି ଦିନ ମିଳିବ PM KISANର ୨୩ତମ କିସ୍ତି

ନୂଆଦିଲ୍ଲୀ,୧୬।୬: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନାର ୨୩ତମ କିସ୍ତିକୁ ନେଇ ସାରା ଦେଶର ଚାଷୀ ଅପେକ୍ଷା କରିଛନ୍ତି । ଏବେ ଦେଶର କୋଟି କୋଟି ଚାଷୀଙ୍କୁ…

୧୬ମାସ ପରେ ଟ୍ରମ୍ପଙ୍କୁ ଭେଟିଲେ ମୋଦି, ଦେଖୁଦେଖୁ କରିଦେଲେ…

ନୂଆଦିଲ୍ଲୀ,୧୬।୬: ଫ୍ରାନ୍ସର ଏଭିଆନଠାରେ ଆୟୋଜିତ G7 ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସାକ୍ଷାତ ହୋଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri