Categories: ଫୁରସତ

ଝିଅର ସ୍କୁଲ ବ୍ୟାଗ୍‌ କିଣିବାକୁ ଯାଇଥିଲେ ପିତା, ଘରକୁ ଫେରିବା ପରେ ହୋଇଗଲେ କୋଟିପତି

କୁହାଯାଏ, ଭାଗ୍ୟ କାହାକୁ କେତେବେଳେ ନେଇ କେଉଁଠି ପହଞ୍ଚାଇବ ତା’ର ହିସାବ ନାହିଁ। ଏହି ଉକ୍ତି ପ୍ରମାଣିତ ହୋଇଛି ଆମେରିକାରେ ରହୁଥିବା ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ।

ଫ୍ଲୋରିଡାର ୪୭ ବର୍ଷୀୟ କ୍ଲିବ୍‌ଲ୍ୟାଣ୍ଡ ପୋପ୍‌ କହିଛନ୍ତି, ସେ ତାଙ୍କ ଝିଅ ପାଇଁ ସ୍କୁଲ ବ୍ୟାଗ୍‌ କିଣିବାକୁ ବଜାର ଯାଇଥିଲେ। ସେଠାରେ ଏକ ସ୍କ୍ରାଚ୍‌ ଅଫ୍‌ ଲଟେରି ଟିକେଟ କିଣିବା ପାଇଁ ମନକୁ ଆସିଥିଲା। ଯାହାକୁ ସ୍କ୍ରାଚ୍‌ କରିବା ପରେ ସେ ସଙ୍ଗେ ସଙ୍ଗେ ୧ ମିଲିୟନ ଡଲାର ଅର୍ଥାତ୍‌ ୭,୪୨,୧୭୦୦୦ର ଏକ ଜ୍ୟାକପଟ୍‌ ଜିତିଥିଲେ।

ପୋପ୍‌ ଫ୍ଲୋରିଡା ଲଟେରି ଅଧିକାରୀଙ୍କୁ କହିଛନ୍ତି, ଝିଅର ବ୍ୟାଗ୍‌ କିଣିବାକୁ ଆସିଥିଲି। ଏଥିରେ ଏକ ଟିକେଟ୍‌ ମିଳିଥିଲା। ଏହାକୁ ସ୍କ୍ରାଚ୍‌ କରିବା ପରେ ମୁଁ ଏହି ୭ କୋଟି ଟଙ୍କା ଜିତିବାର ସୌଭାଗ୍ୟ ଅର୍ଜନ କରିଥିଲି।

Share