ଦେବଗଡ଼,୨୨।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବାରକୋଟ ବ୍ଲକ ବସାଲଇ ଅଞ୍ଚଳ ଯୁବକ ବୁବୁନ ସାମଲ, ଡୋଲମୋଣି ପେଣ୍ଠେଇ ବାଇକ୍ରେ ମନ୍ଦିର ଦର୍ଶନ ସାରି ଘରକୁ ଫେରୁଥିବାବେଳେ ବାରକୋଟ ଥାନା ଭାଟ ସିଂ ଗାଁରେ ବଜ୍ରାଘାତ ହୋଇଥିଲା। ଫଳରେ ଉଭୟ ବାଇକ ଆରୋହୀଙ୍କ ଜୀବନ ଯାଇଥିଲା। ସେହିପରି ଦେବଗଡ ଅଞ୍ଚଳରେ ସନ୍ଧ୍ୟାରେ ବଜ୍ରପାତ ଘଟି ଆଉ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଜଣଙ୍କ ନୀଳବେନି ସାହି ପତ୍ରାପଲୀର ରଜା ମୁଣ୍ଡା ବୋଲି ଜଣାପଡ଼ିଛି।