ସୁନାବେଶ ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଯୁବକ ଗୁରୁତର, ୨ ଆହତ

ବନ୍ତ,୩୦।୬(ହରିନାରାୟଣ ମହାନ୍ତି)-ପୁରୀରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ସାରି ଯୁବକମାନେ ଘରକୁ ଫେରୁଥିବା ବେଳେ ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚାରିପୋଖରିଆ ଛକଠାରେ ଶୁକ୍ରବାର ଭୋର ସମୟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ୨ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ବନ୍ତ ଥାନା ଅଧୀନ ଟିଲୋ ପଞ୍ଚାୟତ ଦେବତାଗଢ଼ିଆର ୩ ଯୁବକ ଏକ ସ୍କର୍ପିଓରେ ପୁରୀରୁ ଫେରୁଥିଲେ। ଚାରିପୋଖରିଆ ଛକଠାରେ ଗାଡ଼ିଟି ଏକ ଗଛକୁ ଧକ୍କା ଦେଇ ରାସ୍ତାତଳକୁ ଖସିପଡ଼ିଥିଲା। ସେମାନଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।