ଭୁବନେଶ୍ୱର,୯ା୮: ରକ୍ଷାବନ୍ଧନରେ ରାଜଧାନୀ ଭୁବନେଶ୍ବରରେ ଘଟିଛି ଏକ ଦୁଃଖଦ ଘଟଣା। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଝିଅର ମୃତ୍ୟୁ ଘଟିଥିବାବେଳେ ମା’ ଓ ପୁଅ ଗୁରୁତର ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ସନ୍ଧ୍ୟାରେ ପାତ୍ରପଡ଼ା ପାଖରେ ରାସ୍ତା ପାର୍ ହେଉଥିବାବେଳେ ଏକ ଥର୍ ଗାଡ଼ି ଏମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୮ ବର୍ଷ ଝିଅର ମୃତ୍ୟୁ ହୋଇଥିବାବେଳେ ମା ଏବଂ ଭାଇ ଗୁରୁତର ହୋଇଛନ୍ତି। ମାମୁଘରକୁ ଯାଇ ରାଖୀ ବାନ୍ଧି ଘରକୁ ଫେରିଲାବେଳେ ଏପରି ଅଘଟଣ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି।


