ଖେଳୁଥିବା ବେଳେ ୩୦ ଫୁଟ ଗଭୀରକୁ ଖସିପଡ଼ିଲେ ଶିଶୁ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ କର୍ମଚାରୀ

ଢେଙ୍କାନାଳ ଅଫିସ,୨ା୪: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ପାଣ୍ଡି ଅନ୍ତର୍ଗତ ବଳଦିଆବନ୍ଧ ଗ୍ରାମର ଅଗ୍ନି ପ୍ରସାଦ ଲାଲାଙ୍କ ପୁଅ ଆମ୍ବାକା ପ୍ରସାଦ (୩) ଖେଳୁଥିବା ବେଳେ ନିକଟସ୍ଥ ୩୦ ଫୁଟ ଗଭୀର କୂଅରେ ଖସିପଡ଼ିଥିଲେ। ଖବର ପାଇ ଢେଙ୍କାନାଳ ଅଗ୍ନିଶମ ସଂସ୍ଥା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଫାୟାର ମ୍ୟାନ୍‌ ଲୋକନାଥ ଗୋଚ୍ଛାୟତ ଓ ସ୍ମୃତି ରଞ୍ଜନ ସାମଲ ଉକ୍ତ କୂଅ ଭିତରେ ପଶି ଶିଶୁଟିକୁ ସୁରକ୍ଷିତ ଭାବେ ସାହାସର ସହ ଶିଡ଼ି ଏବଂ ଦଉଡ଼ି ସାହାଯ୍ୟରେ ଉଦ୍ଧାର କରିଛନ୍ତି।