Categories: ଜାତୀୟ

‘ବିମାନରେ ମୃତଦେହ ଅଧିକ ଯାଗା ନିଏ’

ବେଙ୍ଗାଲୁରୁ,୪।୩: ଯୁଦ୍ଧ ପ୍ରଭାବିତ ୟୁକ୍ରେନରେ ପ୍ରାଣ ହରାଇଥିବା ନବୀନ ଶେଖରପ୍ପା ଜ୍ଞାନଗୌଡ଼ାଙ୍କ ମୃତଦେହକୁ କର୍ନାଟକରେ ଅପେକ୍ଷା କରିଛନ୍ତି ତାଙ୍କ ପରିବାର ଲୋକେ। ଏଭଳି ପରିସ୍ଥିତିରେ ଜଣେ ଭାଜପା ବିଧାୟକ କହିଛନ୍ତି, ‘ଏକ ମୃତଦେହ ବିମାନରେ ଅଧିକ ଯାଗା ନିଏ। କଫିନ ବଦଳରେ ପାଖାପାଖି ୮ରୁ ୧୦ ଲୋକ ବିମାନରେ ବସି ପାରିବେ’।

ହୁବଲି-ଧାଓର୍‌ବାଡରୁ ଭାଜପା ବିଧାୟକ ଥିବା ଅରବିନ୍ଦ ବେଲାଡଙ୍କୁ ନବୀନଙ୍କ ମୃତଦେହ ଜନ୍ମସ୍ଥାନ ହାଭେରି ଫେରିବା ଉପରେ ଅନିଶ୍ଚିତତା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ “ସରକାର ନବୀନଙ୍କ ଖଣ୍ଡବିଖଣ୍ଡିତ ମୃତଦେହକୁ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ୟୁକ୍ରେନରେ ଏବେ ବି ଯୁଦ୍ଧ ଚାଲିଛି। ଏହା କାହାକୁ ଅଛୁପା ନାହିଁ। ଉଦ୍ୟମ ଚାଲିଛି ଏବଂ ଯଦି ସମ୍ଭବ, ମୃତଦେହକୁ ଫେରାଇ ଅଣାଯିବ। ଯେଉଁମାନେ ଜୀବିତ ଅଛନ୍ତି, ସେମାନଙ୍କୁ ଫେରାଇ ଆଣିବା ଆମ ପାଇଁ ଚ୍ୟାଲେଞ୍ଜ ପାଲଟିଛି। ମୃତଦେହ ଆଣିବା ତା’ଠାରୁ ଅଧିକ କଷ୍ଟକର। କାରଣ ମୃତଦେହ ବିମାନରେ ଅଧିକ ଯାଗା ନିଏ। କଫିନ ବଦଳରେ ୮ରୁ ୧୦ ଯାତ୍ରୀ ବିମାନରେ ଯାଇପାରିବେ” ବୋଲି ଭାଜପା ନେତା କହିଛନ୍ତି।

Share